ଜାଲ୍‌ ସାର୍ଟିଫିକେଟ ନେଇ ଏତଲା, ଶିକ୍ଷୟିତ୍ରୀ ନିଲମ୍ବିତ

ଚିକିଟି,୬ା୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ଚାଲିଛି। ଚିକିଟି ବ୍ଲକରେ ଏପରି ଜଣେ ନକଲି ଶିକ୍ଷୟିତ୍ରୀ ଧରାପଡ଼ିଛନ୍ତି। ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ସହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ନକଲି ଶିକ୍ଷୟିତ୍ରୀ ଜଣକ ସେ ହେଲେ ଗମାଙ୍ଗ ଜୟନ୍ତୀ। ଜାଲ୍‌ ସାର୍ଟିଫିକେଟ ଦେଇ ସେ ୨ବର୍ଷ ହେଲା ଚାକିରି କରି ଆସୁଥିଲେ।
ଚାକିରି ଆବେଦନ ବେଳେ ଗମାଙ୍ଗ ବ୍ରହ୍ମପୁର ତହସିଲ ଅଞ୍ଚଳର ସ୍ଥାୟୀ ବାସିନ୍ଦା ବୋଲି ପ୍ରମାଣପତ୍ର ଦେଇଥିଲେ। ୨୦୧୮ ଏପ୍ରିଲ୍‌ ୩ ତାରିଖରେ ସେ ପତିଗୋବିନ୍ଦପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଗତ ଜୁଲାଇ ୧୯ ତାରିଖରୁ ଡେପୁଟେଶନରେ ନୂଆପଡ଼ା ଗ୍ରାମ ଯୁବରାଜପେଣ୍ଠ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସିଥିଲେ। ଜିଲାରେ ବହୁ ନକଲି ଶିକ୍ଷକ ଥିବା ଅଭିଯୋଗ ଆସିବାରୁ କିଛିମାସ ହେଲା ସାର୍ଟିଫିକେଟ ଯାଞ୍ଚ ଚାଲିଛି। ଚିକିଟି ବ୍ଲକର ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ଚାଲିଥିବା ବେଳେ ଗମାଙ୍ଗ ବ୍ରହ୍ମପୁର ତହସିଲ ଅଞ୍ଚଳର ନୁହଁନ୍ତି ବୋଲି ଜଣାପଡିଥିଲା। ଏଥିସହ ସେ ଦେଇଥିବା ଜାତି ପ୍ରମାଣପତ୍ର ଜାଲ୍‌ ବୋଲି ସ୍ପଷ୍ଟ ହୋଇଥିଲା। ଏ ନେଇ ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ ସଂଯୋଜିକା (ଡିପିସି) ବିନିତା ସେନାପତିଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ବ୍ଲକର ଭାରପ୍ରାପ୍ତ ଶିକ୍ଷାଧିକାରୀ କୋରେଶୁ ସେଠୀ ମଙ୍ଗଳବାର କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତିି। ଏହାକୁ ଭିତ୍ତିକରି ନଂ. ୩୦/୨୦୨୦ ଦଫା ୪୨୦/୪୬୭, ୪୬୮/ ୪୭୧ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଥାନାଧିକାରୀ ମାଧବନନ୍ଦ ନାୟକ କହିଛନ୍ତିି। ଅନ୍ୟପକ୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଭାରପ୍ରାପ୍ତ ବିଇଓ ସେଠୀ କହିଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀ ଛୁଟି ଦରଖାସ୍ତ ନ ଦେଇ ବୁଧବାର ବିଦ୍ୟାଳୟରେ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟତ୍ରୀ ସୌଭାଗ୍ୟ ମଞ୍ଜରି ସିଂ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ୟାସ’: ଆକଳନଠୁ ପ୍ରଭାବ କମ୍‌

ଭୁବନେଶ୍ବର,୨୬।୫: ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ‘ୟାସ’ ଧାମରାର ଉତ୍ତର,...

ଦୂରଦର୍ଶନରେ ରଥଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର,୨୨ା୬(ବ୍ୟୁରୋ)- ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। କୋଭିଡ୍‌-୧୯ ପାଇଁ ଏଥର ବିନା ଭକ୍ତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ରାୟ...

ଭଞ୍ଜନଗର ସହରରେ ଜବରଦଖଲ ଉଚ୍ଛେଦ

ଭଞ୍ଜନଗର,୩୦।୮(ଡି.ଏନ.ଏ)- ବହୁ ପ୍ରତିକ୍ଷିତ ଭଞ୍ଜନଗର ଏନ୍‌ଏସିର ଖଲାସି ସାହିରୁ ଗୁରୁବାର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଉଚ୍ଛେଦ ଆରମ୍ଭ ସମୟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।...

ନାଗା ସାଧୁଙ୍କୁ ଛାଡ଼ିଲାନି ପୋଲିସ

ପୁରୀ ଅଫିସ,୨୬।୯: ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାଗା ସାଧୁମାନେ ଶୁକ୍ରବାର ଶ୍ରୀମନ୍ଦିର ନିକଟରେ ଧାରଣା ଦେଇଥିଲେ। ସେମାନେ ଲଙ୍ଗୁଳି ମଠକୁ ଯିବା ଲାଗି ଉଦ୍ୟମ...

ରାସ୍ତା ଦବିଲା : ରାଇକିଆ-ଦାରିଙ୍ଗବାଡ଼ି ଯାତାୟାତ ବନ୍ଦ

ରାଇକିଆ,୨୬।୮(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡିକୁପୁଡ଼ା ନିକଟରେ ଏକ ଡାଇଭର୍ସନ ରାସ୍ତା ଦବି ଯିବା ଫଳରେ ସୋମବାର ରାଇକିଆରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଯାନବାହନ...

ଦେବଗଡରେ ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ

ଦେବଗଡ, ୬ା୫(ଡି.ଏନ.ଏ.): କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ଦେବଗଡ ଜିଲା ନିମନ୍ତେ ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଶକ୍ତି ବିଭାଗର ସଚିବ ବିଷ୍ଫୁପଦ ସେଠୀ ଏବଂ ସ୍ବତନ୍ତ୍ର...

ମଙ୍ଗୁଳି ଜେନା ହତ୍ୟା ଘଟଣା ଫାଇଲରେ ଡୋରି

ଖୋର୍ଦ୍ଧା ଅଫିସ, ୧୪।୩: ଖୋର୍ଦ୍ଧା ଜିଲା ସଦର ମହକୁମାରେ ଗତ ୨୦୧୯ ଏପ୍ରିଲ ୧୪ରେ ଭାଜପା ନେତା ମଙ୍ଗୁଳି ଜେନାଙ୍କୁ ଅତି ନିର୍ମମ ଭାବେ ହତ୍ୟା...

ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା: ଏତିକି ବୟସ ହେବା ଦରକାର

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସରକାରୀ...

Advertisement


Archives

Model This Week