ଭବାନୀପାଟଣା,୨୬।୬(ଡି.ଏନ୍.ଏ.): ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନକଲି ଟର୍ମ ଡିପୋଜିଟ୍ ରିସିପ୍ଟ (ଟିଡିଆର୍) ପ୍ରସ୍ତୁତ କରି ସରକାରଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଭବାନୀପାଟଣାର ସ୍ପେଶାଲ କ୍ଲାସ୍ ଠିକାଦାର ବଣ୍ଟି ଅଗ୍ରୱାଲ ଗିରଫ ହୋଇଥିଲେ। ତେବେ ଏ ନେଇ ହାଇକୋର୍ଟ ବଣ୍ଟିଙ୍କୁ ୨୧ ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଅନ୍ତରୀଣ ଜାମିନ ପ୍ରଦାନ କରିଥିବା କୁହାଯାଇଛି। ଆବେଦନକାରୀଙ୍କ ନାମରେ ୨୦୧୭ରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ମାମଲା ରୁଜୁ ହୋଇଥିଲା। ମା’ଙ୍କ ଅସୁସ୍ଥତା ନେଇ ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଉ ବୋଲି ପ୍ରାର୍ଥନା କରି ଏହି ମାମଲା ଉପରେ ସେ ଆବେଦନ କରିଥିଲେ।
ସୂଚନାଯୋଗ୍ୟ, ପୋଲିସ ପକ୍ଷରୁ ବଣ୍ଟିଙ୍କ ନାଁରେ ସମୁଦାୟ ୧୧ଟି ମାମଲା ରୁଜୁ ହୋଇଛି। ପୂର୍ବରୁ ତାଙ୍କ ବାପା ସୁପର କ୍ଲାସ୍ ଠିକାଦାର ରାଜେନ୍ଦ୍ରଙ୍କ ନାମରେ ୭ ଓ ପତ୍ନୀ ସବିତାଙ୍କ ନାଁରେ ୩ଟି ମାମଲା ଦାଏର ହୋଇଥିଲା। ରାଜେନ୍ଦ୍ର ସମସ୍ତ ମାମଲାରେ ଜାମିନ ପାଇସାରିଛନ୍ତି।

ବୁର୍ଲା ଭୀମସାର ମେଡିକାଲରୁ ୫ ଦଲାଲ ଗିରଫ: ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ନେଉଥିଲେ ଟଙ୍କା
ସମ୍ବଲପୁର, ୨୬।୯ (ବ୍ୟୁରୋ)- ଦଲାଲଙ୍କ କବଳରେ ରାଜ୍ୟର ବିଭିନ୍ନ ମେଡିକାଲ। ଗୁରୁବାର ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିସରରୁ ପୋଲିସ ୫ଜଣ ଦଲାଲଙ୍କୁ ଗିରଫ କରିଛି...

ଘରୋଇ କଳହ: ଦାଦାପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର
ପାଟଣାଗଡ଼,୧୧।୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବେଯୁରୀ ଗ୍ରାମରେ ସୋମବାର ରାତିରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ...

ଶୀତଳଷଷ୍ଠୀ ଯାତ୍ରା ଉଦ୍ଯାପିତ : ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ
ସମ୍ବଲପୁର, ୧୦।୬ (ବ୍ୟୁରୋ) : ଦେବଦେବ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀ ସୁସଜ୍ଜିତ ବିମାନରେ ଉପବିଷ୍ଟ ହୋଇ ରବିବାର ଗୋଧୂଳି ଲଗ୍ନରେ ସ୍ବ ମନ୍ଦିର...

ବେଦିକ କଲେଜରେ ବଢୁଛି ସଂକ୍ରମଣ
ସମ୍ବଲପୁର,୧୮ା୧୨(ବ୍ୟୁରୋ): ସମ୍ବଲପୁର ଶାସନସ୍ଥିତ ବେଦିକ କଲେଜରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଶନିବାର ୯ରେ ପହଞ୍ଚିଛି। ସମସ୍ତ ଛାତ୍ର ଗୋଟିଏ ହଷ୍ଟେଲରେ ରହୁଥିବା ଜଣାପଡିଛି।...

ଦେବଗଡ଼ ବିଧାନସଭା: ଭାଜପା ଆଗୁଆ
ଦେବଗଡ଼,୨୩।୫: ଦେବଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ୭୩୯୭ ଭୋଟ ପାଇଥିବା ବେଳେ...

ଶ୍ରାବଣରେ ବି ବର୍ଷା ନାହିଁ: ଆଗେଇ ପାରୁନି ଚାଷ
ଦେଓଗାଁ, ୨୧ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଅସ୍ବାଭାବିକ ବର୍ଷା ଯୋଗୁ ବୁଣାଧାନ...

ମାଣିଙ୍ଗପଦର ଗାଁ ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର
ଭବାନୀପାଟଣା, ୨୦।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ସୋମବାର ସକାଳେ ଏକ ନବଜାତ ଶିଶୁ କନ୍ୟା...

ସିଏଏକୁ ବିରୋଧ, ସମ୍ବଲପୁରରେ ବିକ୍ଷୋଭ
ସମ୍ବଲପୁର,୧୯।୧୨(ବ୍ୟୁରୋ): ସଂଶୋଧିତ ନାଗରିକତ୍ୱ ଆଇନ ସିଏଏ ଓ ଏନ୍ଆରସିକୁ ବିରୋଧ କରି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୀମ ଆର୍ମି ପକ୍ଷରୁ ଏହି ବିକ୍ଷୋଭ କରାଯାଉଛି।...