ଜାମୁନାଳିଆରେ ପଶିଲେ ୨୨ହାତୀ: ୨ଶହ ଏକର ଧାନଫସଲ ନଷ୍ଟ

ରାଇସୁଆଁ, ୫।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବନ ବିଭାଗର ଚିନ୍ତା ବଢାଇଛି। ହାତୀପଲ ଧାନ ଓ ଅନ୍ୟ ଫସଲ ଖାଇବାକୁ ରାତିରେ ଜଙ୍ଗଲତଳି ଇଲାକାକୁ ଆସି ଉପଦ୍ରବ କରୁଥିବାରୁ ଲୋକେ ଆତଙ୍କିତ ହୋଇ ରହୁଛନ୍ତି। ରବିବାର ବିଳମ୍ବତି ରାତିରେ ୨୨ରୁ ଊର୍ଦ୍ଧ୍ୱ ହାତୀ ଜାମୁନାଳିଆ ଗ୍ରାମରେ ପଶି ପ୍ରାୟ ୨ଶହ ଏକରରୁ ଅଧିକ ଜମିର ଧାନଫସଲ ନଷ୍ଟ କରି ଦେଇଥିବା ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ଅଞ୍ଚଳକୁ ଚାଲି ଆସିଥିବା ହାତୀପଲର ଉପଦ୍ରବ ଯୋଗୁ ଲୋକେ ରାତି ଉଜାଗର ରହି ଜଗି ବସୁଥିବା କହିଛନ୍ତି। ହାତୀପଲକୁ ଘଉଡାଇବାରେ ବନବିଭାଗ ତତ୍ପରତା ପ୍ରକାଶ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମାତ୍ରାଧିକ ଜଙ୍ଗଲ କ୍ଷୟ ଯୋଗୁ ସଦର ଅଞ୍ଚଳରେ ଦିନକୁ ଦିନ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଥିବା ପରିବେଶବିତ୍‌ମାନେ କହୁଛନ୍ତି। ଏ ଦିଗରେ ବନବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକଙ୍କ ଦାବି ହେଉଛି। ବର୍ତ୍ତମାନ ଏହି ୨୨ ହାତୀ ଜାମୁନାଳିଆ ନିକଟସ୍ଥ ଜଙ୍ଗଲରେ ରହୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

କେନ୍ଦେଇପଶି ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବଡ଼ ବଡ଼ ଗଛ, ଉଡ଼ିଗଲା ଛପର

ପାଟଣା, ୨୯।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର କେନ୍ଦେଇପଶି ମୁଖ୍ୟାଳୟ ଓ ଆଖପାଖ  ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ପ୍ରାୟ ୧ ଘଣ୍ଟା…

ଗୋରୁ ଚାଲାଣ ବେଳେ ମାଡିବସିଲା ପୋଲିସ : ୪ ଗିରଫ

ବଞ୍ଚୋ,୨୯।୫ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା  ଘଷିପୁରା ଥାନା  ଅଞ୍ଚଳରେ ଗୁରୁବାର ରାତିରେ ଏକ ପିକ୍-ଅପ୍ ଭ୍ୟାନରେ ଗୋରୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଗାଡ଼ିଟିକୁ…

ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍‌ ଗଲେ ଅଭିଯୁକ୍ତ

କେନ୍ଦୁଝର,୨୯ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁକ୍ରବାର ସ୍ଥାନୀୟ ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ମୋନାଲିସା ମହାନ୍ତି ଜଣେ ଜଣେ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଜୟ କୁମାର ନାଏକଙ୍କୁ…

ଆମେ ବନବାସୀ ନୋହୁଁ, ଆଦିବାସୀ, ଅମିତ ଶାହା ଭୁଲ ମାଗନ୍ତୁ କହି…

କେନ୍ଦୁଝର,୨୯ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ସମାଜମାନଙ୍କୁ ଏକତ୍ରିତ କରି ନୂଆଦିଲ୍ଲୀରେ ଏକ ଆଦିବାସୀ ସମାବେଶରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଭାଷଣ ଆଦିବାସୀମାନଙ୍କୁ ବାରମ୍ବାର…

ମାଜିଷ୍ଟ୍ରେଟ୍‌-ଫୋର୍ସଙ୍କ ଉପସ୍ଥିତିରେ ଚାଲିଛି ରାଜପଥ ନିର୍ମାଣ

ପାଟଣା,୨୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ରାସ୍ତାର ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବାଇପାସ୍‌ ବୈତରଣୀ ନଦୀ ଉପରେ ନବ ନିର୍ମିତ ବ୍ରିଜ ସଂଲଗ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri