Posted inଖେଳ

ଜାପାନ ଓପନ୍‌: ସାଇ ପ୍ରଣୀଥ୍‌ଙ୍କ ବିଜୟ ଅଭିଯାନ

ଟୋକିଓ, ୨୩।୭ (ପି.ଟି.)- ଭାରତୀୟ ଶଟ୍‌ଲର ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା ଜାପାନ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସର ଏକ ମୁକାବିଲାରେ ସାଇ ପ୍ରଣୀଥ୍‌ ୨୧-୧୭, ୨୧-୧୩ ସିଧାସଳଖ ଗେମ୍‌ରେ ଘରୋଇ ପ୍ରତିଯୋଗୀ କେଣ୍ଟୋ ନିଶିମୋଟୋଙ୍କୁ ପରାସ୍ତ କରିଛନ୍ତି। ଅନ୍‌ସିଡ୍‌ ପ୍ରଣୀଥ୍‌ ଏହି ମ୍ୟାଚ୍‌ ଜିତିବାକୁ ୪୨ ମିନିଟ୍‌ ସମୟ ନେଇଥିଲେ। ଦ୍ୱିତୀୟ ରାଉଣ୍ଡରେ ତାଙ୍କର ମୁକାବିଲା ଅନ୍ୟତମ ଜାପାନ ଶଟ୍‌ଲର କାଣ୍ଟା ସୁନେୟାମାଙ୍କ ସହ ହେବ। ସେହିଭଳି ମିକ୍ସଡ୍‌ ଡବଲ୍ସରେ ସାତ୍ୱିକସାଇରାଜ ରାନ୍‌କିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ଯୋଡ଼ି ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ଏହି ଭାରତୀୟ ଯୋଡ଼ି ୨୧-୧୪, ୨୧-୧୯ ଗେମ୍‌ରେ ଜର୍ମାନୀ ଯୋଡ଼ିଦାର ମାର୍ଭିନ ସିଡେଲ ଓ ଲିଣ୍ଡା ଏଫ୍‌ଲରଙ୍କୁ ହରାଇଛନ୍ତି। ତେବେ ପୁରୁଷ ଡବଲ୍ସରେ ମନୁ ଅତ୍ରି ଓ ସୁମିଥ୍‌ ରେଡ୍ଡୀଙ୍କୁ ନିରାଶ ହେବାକୁ ପଡ଼ିଛି। ଉଭୟ ୧୨-୨୧, ୧୬-୨୧ରେ ମାଲେସିଆର ଘୋ ଜେ ଫେଇ ଓ ନୁର୍‌ ଇଜୁଦ୍ଦିନଙ୍କ ନିକଟରୁ ହାରିଯାଇଛନ୍ତି। ବୁଧବାର ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଓ କିଡାମ୍ବୀ ଶ୍ରୀକାନ୍ତଙ୍କ ପରି ପ୍ରମୁଖ ଭାରତୀୟ ଖେଳାଳି କୋଟ୍‌କୁ ଓହ୍ଲାଇବେ। ୫ମ ସିଡ୍‌ ମାନ୍ୟତା ସିନ୍ଧୁ ଚାଇନାର ୟୁ ହାନ୍‌ଙ୍କୁ ଏବଂ ଶ୍ରୀକାନ୍ତ ସାଥୀ ଭାରତୀୟ ଖେଳାଳି ଏଚ୍‌.ଏସ୍‌. ପ୍ରଣୟଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ୍‌-୧୯: ଘରକୁ ଫେରିଲେ ପୂର୍ବତନ ହକି ଖେଳାଳି ଦିଓ୍ବାନ

ନୂଆଦିଲ୍ଲୀ,୧୫।୫(ପି.ଟି.): କୋଭିଡ-୧୯ ସଂକ୍ରମଣ କାରଣରୁ ଆମେରିକାରେ ଫସି ରହିଥିବା ପୂର୍ବତନ ହକି ଖେଳାଳି ତଥା ବିଶ୍ୱକପ୍‌ ବିଜେତା ଅଶୋକ ଦିଓ୍ବାନ ଶେଷରେ ଘରକୁ ଫେରିଛନ୍ତି। ଲକ୍‌ଡାଉନ୍‌...

ପ୍ରଶଂସକଙ୍କୁ ଅମିର, ମଲିକଙ୍କ ନିବେଦନ

ମାଞ୍ଚେଷ୍ଟର,୧୮।୬(ପିଟି)- ଭାରତଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଦଳର ପ୍ରଶଂସକମାନେ ନିଜ ଦଳକୁ ସମାଲୋଚନା କରିବା ସହ ଖେଳାଳିଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ଖରାପ ଭାଷାରେ...

ଆୟାରଙ୍କୁ ୧୨ ଲକ୍ଷ ଜରିମାନା

ଆବୁଧାବି, ୧।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସ୍ଲୋ ଓଭରରେଟ୍‌ ବୋଲିଂ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାରଙ୍କୁ...

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: କଳିଙ୍ଗରେ କ୍ୱାର୍ଟର, ସେମିଫାଇନାଲ

ଭୁବନେଶ୍ୱର, ୨୩।୬(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ମଙ୍ଗଳବାର ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ପାଇଁ ପରିବର୍ତ୍ତିତ କାର୍ଯ୍ୟସୂଚୀ...

ଟିମ୍‌ ଇଣ୍ଡିଆକୁ ମିଳିଗଲା କି ନୂଆ ଓପନିଂ ଯୋଡ଼ି? ଏହି ଦୁଇ କ୍ରିକେଟରଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା

ଲଣ୍ଡନ,୧୩।୮: ଐତିହାସିକ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରୁଛି। ବୋଲର୍‌ମାନେ ପ୍ରାରମ୍ଭରେ ଉଇକେଟ ନେବେ...

ରାସ୍ତାରେ ମାଙ୍କଡଚିତ କରୁଥିବା ଦୁଇ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଲା ସାଇ

କୋଲକାତା,୫।୯: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦୁଇ ଛାତ୍ରୀଛାତ୍ର ସ୍କୁଲ ପୋଷାକ ପିନ୍ଧି ରାସ୍ତାରେ ମାଙ୍କଡଚିତ (ସମରସଲ୍ଟ) କରୁଥିବାର ଦେଖିବାକୁ...

‘ଶୁଟର ଦିଦି’ ଚାନ୍ଦ୍ରୋ ତୋମାରଙ୍କ ପରଲୋକ

ନୂଆଦିଲ୍ଲୀ, ୨୮ା୪ (ପି.ଟି.)-କରୋନା ସଂକ୍ରମିତ ବୟୋଜ୍ୟେଷ୍ଠ ଶୁଟର ଚାନ୍ଦ୍ରୋ ତୋମାରଙ୍କ ସ୍ଥାନୀୟ ଏକ ହସ୍ପିଟାଲରେ ପରଲୋକ ଘଟିଛି। ଉତ୍ତରପ୍ରଦେଶ ରାଜ୍ୟର ବାଗ୍‌ପାତ ବାସିନ୍ଦା ୮୯ ବର୍ଷୀୟା...

ଏହି କ୍ରିକେଟର୍‌ଙ୍କ କବାଟ ବାଡେଇଲେ ରୋହିତ ଶର୍ମା, ଖୋଲିବା ପରେ ତାଙ୍କୁ କଲେ ଆଲିଙ୍ଗନ

ଆଇପିଏଲ ନିଲାମରେ ୯.୨୫ କୋଟି ଟଙ୍କାରେ ବିକ୍ରି ହେବା ପରେ ଭାରତୀୟ ଦଳର ନେଟ ବୋଲର କୃଷ୍ଣପ୍ପା ଗୌତମ ଭାବପ୍ରବଣ ହୋଇପଡିଛନ୍ତି। ଏହା ବ୍ୟତୀତ ନିଲାମ...

Advertisement
Archives

Model This Week