Posted inଜାତୀୟ

ଜାପାନୀ ଜ୍ୱର ନେଲାଣି ୪୧ ଶିଶୁଙ୍କ ଜୀବନ

ପାଟନା, ୧୩।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ୪୧ ଜଣଙ୍କ ଶିଶୁଙ୍କ ଜୀବନ ଗଲାଣ। ଏବେ ଏହି ଜ୍ୱରରେ ପୀଡିତ ହୋଇ ଅନେକ ଶିଶୁ ହସ୍ବିଟାଲରେ ଚିକିତ୍ସିତ ହେଉଛନ୍ତି। ମୁଜାଫରପୁରରେ ପରିସ୍ଥିତି ଭୟାନକ ହୋଇଛି। ସ୍ଥାନୀୟ ଶ୍ରୀକୃଷ୍ଣ ମେମୋରିଆଲ ମେଡିକାଲ କଲେଜ ହସ୍ପିଟାଲରେ ମୋଟ ୯୪ଜଣ ଜାପାନୀ ଜ୍ୱରରେ ପୀଡିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲାବେଳେ ସେମାନଙ୍କ ମଧ୍ୟ ୩୬ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମେଡିକାଲ ପ୍ରଭାରୀ ସୁନୀଲ ଶାହି ସୂଚନା ଦେଇଛନ୍ତି। ଜ୍ୱର ଆତଙ୍କ ଯୋଗୁ କେନ୍ଦ୍ରର ଏକ ୭ଜଣିଆ ଟିମ ମୁଜାଫରପୁର ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ, ତିନି ବର୍ଷ ପୂର୍ବେ ମୁଜାଫରପୁର ଅଞ୍ଚଳରେ ଏହି ଜ୍ବର ଆତଙ୍କ ସୃଷ୍ଟି କରିଥିଲା । ଅସହ୍ୟ ଗରମ ଯୋଗୁଁ ଏହି ଜ୍ବର ହେଉଥିବାବେଳେ ମୌସୁମି ଆଗମନ ସହିତ ଏହାର ପ୍ରଭାବ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଜ୍ୱର ଆସିଲେ ମୁଣ୍ଡ, ହାତ ଗୋଡ ପ୍ରବଳ ବିନ୍ଧା ହେବା ସହ ଶୁଣିବା ଏବଂ କଥା କହିବାରେ କଷ୍ଟ ଅନୁଭବ ହୁଏ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri