ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକାକରଣ ଅଭିଯାନ: ଟିକାନେବେ ୩ ଲକ୍ଷ ୮୧୮ ଶିଶୁ

ଅନୁଗୋଳ ଅଫିସ, ୧୫।୧୧-ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଭଳି ମାରାତ୍ମକ ରୋଗର ଟିକାକରଣ ଅଭିଯାନ ଶୁକ୍ରବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହେଉଛି। ଏହି ଅଭିଯାନ ୩ ସପ୍ତାହ ଧରି ଚାଲିବ। ଦୁଇଟି ପର୍ଯ୍ୟାୟରେ ଜିଲାର ୩ ଲକ୍ଷ ୮୧୮ ଜଣ ଶିଶୁଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏ ନେଇ ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜାତୀୟ ସ୍ବାସ୍ଥ୍ୟ ମିଶନ ସଭାଗୃହଠାରେ ଏକ କର୍ମଶାଳା ଓ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏହି ଅଭିଯାନକୁ ଜିଲାପାଳ ମନୋଜ କୁମାର ମହାନ୍ତି ଅନୁଗୋଳ ଉଚ୍ଚ ବିଦ୍ୟାଳୟଠାରେ ଶୁଭାରମ୍ଭ କରିବେ। ୧ରୁ ୧୫ ବର୍ଷ ବୟସର ସମସ୍ତ ପିଲା ଏହି ଟିକା ନେବେ। କୌଣସି ଜଣେ ହେଲେ ପିଲା ଯେପରି ଏଥିରୁ ବାଦ ନ ପଡ଼ନ୍ତି ସେଥିପାଇଁ ସମସ୍ତ ବିଭାଗୀୟ କର୍ମକର୍ତ୍ତା ଯନତ୍ବାନ ହେବାକୁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ: ୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର ଅଫିସ,୧ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେ ଜଣେ...

କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର ଅଫିସ, ୨୯।୭-କରୋନାରେ ପ୍ରାଣ ହରାଇଥିବା ଗଜପତି ଜିଲାର ଅତିରିକ୍ତ ଜିଲାପାଳ କରୁଣାକର ରାଇକାଙ୍କୁ ସୋମବାର ବାଲେଶ୍ୱର ଜିଲା ସଦ୍‌ଭାବନା ଗୃହରେ ଜିଲା ପ୍ରଶାସନ ପକ୍ଷରୁ...

ସାଇକେଲ ଯୋଗେ ବିଶାଖାପାଟଣାରୁ ୧୪ ଶ୍ରମିକ ଘରମୁହାଁ

ରାୟଗଡ଼ା ଅଫିସ,୧୦ା୫ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସରକାର ପ୍ରାୟ ୪୫ ଦିନରୁ ଊର୍ଦ୍ଧ୍ୱ ହେବ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ବିଭିନ୍ନ...

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମୂଳ ସଂସ୍ଥାର କାମ ଆରମ୍ଭ

ପାରାଦୀପ,୩୦।୧୦(ସ୍ବ.ପ୍ର.): ପାରାଦୀପ ଇଫ୍‌କୋ କମ୍ପାନୀର ଜିପ୍‌ସମ୍‌ ପରିବହନକୁ ନେଇ ୩ ମାସ ହେଲା ଯେଉଁ ବିବାଦ ସୃଷ୍ଟି ହୋଇଥିଲା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତାହା ସମାଧାନ...

ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ: ୨ ଅନ୍ତେବାସୀଙ୍କ ବିରୋଧରେ ଏତଲା ଦେଲେ ସରପଞ୍ଚ

ଭଞ୍ଜନଗର,୨୭।୫(ଡି.ଏନ.ଏ)-ତାରସିଂ ଥାନା ଗାଲେରୀ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ବୁଧବାର ହୋହଲ୍ଲା କରିବା ସହ ଖାଦ୍ୟ ଗ୍ରହଣ କରିନଥିଲେ। ଏହାପରେ ପ୍ରଶାସନର ହସ୍ତକ୍ଷେପ ପରେ...

ଦାରିଙ୍ଗବାଡ଼ିରେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

ଦାରିଙ୍ଗବାଡି,୨୯ା୧୨(ଡି.ଏନ୍‌.ଏ.)- ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଜଣେ ପଶ୍ଚିମବଙ୍ଗର ମହିଳା ପର୍ଯ୍ୟଟକଙ୍କ ଶୁକ୍ରବାର ପାହାନ୍ତାରେ ମୃତ୍ୟୁ ହୋଇଛି। ସେ ହେଲେ ବାସୁନଗର ଅଞ୍ଚଳର ରୀନା ଘୋଷ (୬୦)...

ସରକାରଙ୍କ ଆଇନକୁ ବେଖାତିର : ଦିନ ୧୧ଟା ପରେ ବି ଚାଲିଛି ନିର୍ମାଣ କାର୍ଯ୍ୟ

ଚମ୍ପୁଆ/ଯୋଡ଼ା, ୨୧ା୫(ଡି.ଏନ୍‌.ଏ.): ଦିନକୁ ଦିନ ତାପମାତ୍ରା ବଢ଼ି ୪୧ ଡିଗ୍ରୀ ଅତିକ୍ରମ କରିସାରିଲାଣି। ଗୁଳୁଗୁଳି ସାଙ୍ଗକୁ ଟାଣଖରା ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ପାରଦ ବୃଦ୍ଧି...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନ ଶିକ୍ଷକ ଗିରଫ

ଯୋଡ଼ା, ୧୭।୧୧(ଡି.ଏନ.ଏ.) -କେନ୍ଦୁଝର ଜିଲା ବାମେବାରୀ ଥାନା ତଥା ଯୋଡା ବ୍ଲକ ଅଧୀନ ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ...

Advertisement


Archives

Model This Week