ଜାପାନରେ ବନ୍ଦହେଲା ଏକ ସିନେମା ହଲ୍‌, ଶେଷଥର ଲାଗି ଏଠାରେ ପ୍ରଦର୍ଶିତ ହୋଇଥିଲା ଅମୀରଙ୍କ ଏହି ସୁପରହିଟ୍‌ ଫିଲ୍ମ

ମୁମ୍ବାଇ: ଜାପାନର ଓସାକା ସହରରେ ଥିବା ଏକ ସିନେମା ହଲ୍‌ ବନ୍ଦ ହୋଇଯାଇଛି। ୨୯ ଫେବୃୟାରୀରେ ଏନେଇ ଏକ ଟୁଇଟ୍‌ କରାଯାଇଥିଲା। ଏଥିରେ ଲେଖାଥିଲା ‘ଫ୍ୟୁଜ୍‌ ଲାଇନ୍‌ ସିନେମା। ଶେଷଥର ପାଇଁ ଆଜି ୩.୩୦ରେ ହେବ। ଏହା ଖୁବ୍‌ ଭଲ ହେବ। ଏଥିରେ ୧୩୧ ଦର୍ଶକ ରହିବେ। ଏହା ହାଉସ୍‌ଫୁଲ୍‌, ଧନ୍ୟବାଦ। ଖାସ୍‌ କଥା ହେଲା ଏଠାରେ ଶେଷଥର ପାଇଁ ବଲିଉଡ୍‌ ଫିଲ୍ମ‘ଥ୍ରୀ ଇଡିଅଟ୍‌ସ’ ପ୍ରଦର୍ଶିତ ହୋଇଥିଲା। ୧୦ ବର୍ଷ ପରେ ମଧ୍ୟ ଅମୀରଙ୍କ ଏହି ଫିଲ୍ମ ଦେଖିବାକୁ ହାଉସ୍‌ଫୁଲ ଥିଲା।


ଭାରତରେ ୨୫ ଡିସେମ୍ବର ୨୦୦୯ରେ ଏହା ରିଲିଜ୍‌ ହୋଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅମୀର ଖାଁ ଥିବାବେଳେ ଆର୍‌ ମାଧଓ୍ବନ୍‌, ଶରମନ ଯୋଶୀ, କରୀନା କପୁର, ଓମୀ ବୈଧ ଏବଂ ବୋମନ ଇରାନୀ ପ୍ରମୁଖ ନଜର ଆସିଥିଲେ। ୨୦୧୩ରେ ଏହି ଫିଲ୍ମର ଡବିଂ ହୋଇ ଜାପାନରେ ରିଲିଜ ହୋଇଥିଲା। ଏହାବ୍ୟତୀତ ତାଇଓ୍ବାନ୍‌, ହଂକଂ, ଦକ୍ଷିଣକୋରିଆ ଏବଂ ଚାଇନାରେ ମଧ୍ୟ ‘ଥ୍ରୀ ଇଡିଅଟ୍‌ସ’ ରିଲିଜ ହୋଇଥିଲା। ଭାରତ ପରି ଏହିସବୁ ଦେଶରେ ବି ଫିଲ୍ମଟିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।
ଫୁଲ୍‌ କମେଡିରେ ଭରପୂର ଏହି ଫିଲ୍ମ। କାହାଣୀ ଚେତନ ଭଗତଙ୍କ ଉପନ୍ୟାସ ‘ଫାଇଭ୍‌ ପଏଣ୍ଟ ସମ୍‌ଓ୍ବାନ୍‌’ ଉପରେ ଆଧାରିତ। ଯାହା ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ୩ ବନ୍ଧୁଙ୍କ ଉପରେ କରାଯାଇଥିଲା। ଫିଲ୍ମଟି ଭାରତର ଶିକ୍ଷା ପ୍ରଣାଳୀକୁ ଜାଗ୍ରତ କରିଥିଲା। ଏହା ରିଲିଜ୍‌ ହେବା ପରେ ଭଲ ବ୍ୟବସାୟ କରିବା ସହ ବ୍ଲାକ୍‌ବଷ୍ଟର ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?