Posted inଖେଳ

ଜାପାନକୁ ହାଲ୍‌କା ନେଉନାହୁଁ: ରିଡ୍‌

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଜାପାନ ବିପକ୍ଷ ସେମିଫାଇନାଲକୁ ଗୁରୁତ୍ୱର ସହ ନେଉଛନ୍ତି ଭାରତ କୋଚ୍‌ ଗ୍ରାହାମ୍‌ ରିଡ୍‌। ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଜାପାନ ବିପକ୍ଷରେ ଆମେ ନିକଟ ଅତୀତରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଏହି ଦଳକୁ ଆମେ କେବେହେଲେ ହାଲ୍‌କାଭାବେ ନେଉନାହୁଁ ବୋଲି ସେ ପ୍ରକାଶ କରିଛନ୍ତି। ”ଏପରି ଏକ ଟୁର୍ନାମେଣ୍ଟ ଜିତିବାକୁ ହେଲେ ପ୍ରତି ଦଳକୁ ହରାଇବାକୁ ପଡ଼ିବ। ସେମିଫାଇନାଲର ଗୁରୁତ୍ୱ ସବୁବେଳେଭିନ୍ନ। ଅତୀତରେ କ’ଣ ହୋଇଥିଲା ତାର ଯେତେ ଗୁରୁତ୍ୱ ନାହିଁ, ବର୍ତ୍ତମାନ କ’ଣ ହେବାକୁ ଯାଉଛି ତାହା ବେଶି ଗୁରୁତ୍ୱପୂର୍ଣ୍ଣ। ଏଥିରେ ମୁଁ ବିଶ୍ୱାସକରେ ବୋଲି ରିଡ୍‌ କହିଛନ୍ତି। ଅତୀତ ପ୍ରଦର୍ଶନ ସମ୍ପର୍କରେ ମୁଁ ଅଧିକ କିଛି କହିବାକୁ ଚାହେଁନାହିଁ। ଗତ କ୍ରସ୍‌ ଓଭରରେ କିନ୍ତୁ ଜାପାନ ବହୁତ ଭଲ ଖେଳିଲା। ତେଣୁ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରି ଆଗାମୀ ମ୍ୟାଚ ଜିତିବାକୁ ଚାହୁଁ। ସେମିଫାଇନାଲ ଖେଳିବାକୁ ଯାଉଥିଲେ ମଧ୍ୟ ପିଲାମାନେ ଚାପରେ ନାହାନ୍ତି। ଅନ୍ୟ ସାଧାରଣ ମ୍ୟାଚ ଭଳି ଆଗାମୀ ମ୍ୟାଚ ଖେଳିବାକୁ ମୁଁ ସେମାନଙ୍କୁ ପରାମର୍ଶ ଦେଇଛି। ଆମେ ପ୍ରଥମ କିଛି ମିନିଟର ଖେଳ ଉପରେ ଫୋକସ ରଖି ସେଠାରୁ ଆଗକୁ ବଢ଼ିବୁ ବୋଲି ଏହି ଅଷ୍ଟ୍ରେଲିଆନ କୋଚ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାଙ୍ଗିଲା ଓପନିଂ ଯୋଡ଼ି

ଓଭାଲ,୪।୯: ଡିଫେନ୍ସିଭ ଟେକନିକ୍‌ ଦେଖାଉଥିବା ଭାରତୀୟ ଓପନର ଲୋକେଶ ରାହୁଲ (୪୦) ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଛନ୍ତି। ୧୦୦ରୁ ଅଧିକ ବଲ ଖେଳି ସେଟ୍‌ ହୋଇସାରିଥିବା...

ଚୂଡ଼ାନ୍ତ ଏକାଦଶରେ ନ ଥିଲେ, କିନ୍ତୁ ହେଲେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

କାନବେରା, ୪।୧୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ୧୧ ରନ୍‌ରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ବିଜୟୀ ଦଳ ପାଇଁ ସର୍ବାଧିକ...

ଏଲ୍‌ପିଏଲ୍‌ରୁ ଓହରିଲେ ଗେଲ୍‌, ମାଲିଙ୍ଗା

କଲମ୍ବୋ, ୨୦ା୧୧ (ପି.ଟି.)-କ୍ରିସ୍‌ ଗେଲ୍‌ ଓ ଲସିଥ୍‌ ମାଲିଙ୍ଗାଙ୍କ ଭଳି ଟି୨୦ର ଦୁଇ ଷ୍ଟାର ଖେଳାଳି ଶ୍ରୀଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ରୁ ଓହରିଯାଇଛନ୍ତି। ଇଂଲଣ୍ଡ ପେସ୍‌...

ରିଓରେ ସ୍ବର୍ଣ୍ଣ ଜିତିଲେ ଇଲାଭେନିଲ

ନୂଆଦିଲ୍ଲୀ,୨୯।୮: ଯୁବା ଭାରତୀୟ ଶୁଟର ଇଲାଭେଲିନ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ (ରାଇଫଲ୍‌/ପିସ୍ତଲ) ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।...

ପୃଥ୍ବୀଙ୍କ ଦ୍ୱିଶତକ

ବଦୋଦରା,୧୧।୧୨- ଭାରତୀୟ ଦଳ ପାଇଁ ଟେଷ୍ଟ ଖେଳିସାରିଥିବା ପୃଥ୍ବୀ ଶ’ ସମ୍ପୂର୍ଣ୍ଣ ଷ୍ଟାଇଲରେ ଘରୋଇ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ବରୋଦା ବିପକ୍ଷରେ ଚାଲିଥିବା ରଣଜୀ...

ରିଚାଡର୍‌ସ-ବୋଥାମ ଟ୍ରଫି ପାଇଁ ଖେଳିବେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର,୨୫।୭ (ପି.ଟି.)-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଯେତେବେଳେ ପରବର୍ତ୍ତୀ କ୍ରିକେଟ ଟେଷ୍ଟ ସିରିଜ ଖେଳାଯିବ ସେମାନେ ‘ଓ୍ବିଜ୍‌ଡେନ୍‌ ଟ୍ରଫି’ ବଦଳରେ ଉଭୟ ଦେଶର ଆଇକନିକ୍‌ କ୍ରିକେଟର...

ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍‌କା; ଆହତ ହେଲେ ଏହି ଖେଳାଳି

ଦୁବାଇ, ୨୦।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ...

କୋହଲି, ବୁମରାଙ୍କୁ ମିଳିବ ବିଶ୍ରାମ

ନୂଆଦିଲ୍ଲୀ,୨୩ା୬: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରାଙ୍କୁ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ସୀମିତ ଓଭର କ୍ରିକେଟ ସିରିଜ୍‌ରୁ ବିଶ୍ରାମ ଦିଆଯିବ।...

Advertisement
Archives

Model This Week