Posted inଖେଳ

ଜାତୀୟ ସିନିୟର ଭଲିବଲ ଉଦ୍‌ଘାଟିତ: ତ୍ରିପୁରାକୁ ହରାଇ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର, ୨୬।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ବୁଧବାର ଜାତୀୟ ସିନିୟର ଭଲିବଲ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ୬୮ତମ ସଂସ୍କରଣ ଉଦ୍‌ଘାଟିତ ହୋଇଛି। ଜାନୁୟାରୀ ୨ ପର୍ଯ୍ୟନ୍ତ ଚାଲିବାକୁଥିବା ପ୍ରତିଯୋଗିତାରେ ୨୭ ମହିଳା ଓ ୩୧ ପୁରୁଷ ଦଳ ଅଂଶଗ୍ରହଣ କରୁଛନ୍ତି। ଅଂଶଗ୍ରହଣକାରୀ ଦଳଗୁଡ଼ିକ ହେଲା ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ବିହାର, ଆଣ୍ଡାମାନ ଓ ନିକୋବର, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଆସାମ, ଗୁଜରାଟ, ମଣିପୁର, ଦିଲ୍ଲୀ, ଛତିଶଗଡ଼, କର୍ନାଟକ, ତେଲଙ୍ଗାନା, ତାମିଲନାଡ଼ୁ, ଜମ୍ମୁ-କଶ୍ମୀର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଚଣ୍ଡିଗଡ଼, ପଣ୍ଡିଚେରୀ, ଉତ୍ତରାଖଣ୍ଡ, ଗୋଆ, ତ୍ରିପୁରା, ମିଜୋରାମ, ସର୍ଭିସେସ୍‌ ଓ ରେଲ୍‌ଓ୍ବେ। ଆୟୋଜକ କମିଟି ସଭାପତି, ଏମ୍‌ପି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅତ୍ୟୁତ ସାମନ୍ତ, ଆୟୋଜକ କମିଟି ଅଧ୍ୟକ୍ଷ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ, ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆର ରିଜିଓନାଲ ଡାଇରେକ୍ଟର ଶିବ୍‌ ଶର୍ମା, ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆର ଉପସଭାପତି ରଥିନ ରୟ ଚୌଧୁରୀ, ଉପସଭାପତି ରାମଲାଲ ବର୍ମା, ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଭଲିବଲ କୋଚ୍‌ ଜି.ଇ. ଶ୍ରୀଧରନ, ଓଡ଼ିଶା ଭଲିବଲ ଆସୋସିଏଶନ ସଭାପତି ସୁବୋଧ କୁମାର ରାଉତରାୟ, ସମ୍ପାଦକ ଡ. ଗଗନେନ୍ଦୁ ଦାଶ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।
ପ୍ରକାଶଯୋଗ୍ୟ ଯେ, ଓଡ଼ିଶାରେ ପ୍ରଥମଥର ପାଇଁ ଭଲିବଲ୍‌ର ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ ଆୟୋଜିତ ହେଉଛି। ଭାରତୀୟ ଜାତୀୟ ସିନିୟର ଭଲିବଲ ଇତିହାସରେ ପ୍ରଥମଥର ପାଇଁ ଏହା ୪ କୋର୍ଟବିଶିଷ୍ଟ ଗୋଟିଏ ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ ହେଉଛି। କୌଣସି ସିନିୟର ନ୍ୟାଶନାଲରେ ୫୮ ଦଳ ଭାଗନେବା ମଧ୍ୟ ପ୍ରଥମ। ପ୍ରତିଯୋଗିତାର ମହିଳା ଓ ପୁରୁଷ ବିଭାଗରେ ୨୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଖେଳାଳି ଭାଗ ନେଉଛନ୍ତି। ପ୍ରତିଯୋଗିତାରେ ଭାଗ ନେଇଥିବା ଖେଳାଳିମାନେ ପ୍ରଦର୍ଶନ ଭିତ୍ତିରେ ଭାରତୀୟ ଦଳ ପାଇଁ ଚୟନ ହେବେ। ଭାରତୀୟ ଦଳ ୨୦୨୦ ଜାନୁୟାରୀରେ ଚାଇନାର ଗୁଆଙ୍ଗ୍‌ ଝୋଉଠାରେ ହେବାକୁଥିବା ଅଲିମ୍ପିକ୍‌ କ୍ୱାଲିଫାୟରରେ ଭାଗନେବ। ଉଦ୍‌ଘାଟନୀ ଉତ୍ସବରେ କିସ୍‌ ଛାତ୍ରୀଛାତ୍ରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା।
ପ୍ରଥମ ଦିବସରେ ଅନୁଷ୍ଠିତ ପୁରୁଷ ବିଭାଗ ମ୍ୟାଚ୍‌ରେ ଓଡ଼ିଶା ୩-୦ ସେଟ୍‌ରେ ତ୍ରିପୁରାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଛତିଶଗଡ଼ ୩-୦ରେ ଜମ୍ମୁ-କଶ୍ମୀର ଏବଂ ପଶ୍ଚିମବଙ୍ଗ ୩-୦ରେ ହିମାଚଳ ପ୍ରଦେଶକୁ ହରାଇ ଦେଇଛି। ମହିଳା ବିଭାଗରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚ୍‌ରେ ୧-୩ରେ ଚଣ୍ଡିଗଡ଼ଠାରୁ ହାରିଯାଇଛି। ହିମାଚଳ ପ୍ରଦେଶ ୩-୦ରେ ପଣ୍ଡିଚେରୀକୁ, ମଣିପୁର ୩-୧ରେ ବିହାର, ଉତ୍ତରାଞ୍ଚଳ ୩-୦ରେ ଆସାମ, ତେଲଙ୍ଗାନା ୩-୦ରେ ଜମ୍ମୁ କଶ୍ମୀର, ରାଜସ୍ଥାନ ୩-୦ରେ ଝାଡ଼ଖଣ୍ଡ ଓ ପଞ୍ଜାବ ୩-୦ରେ ତ୍ରିପରାକୁ ପରାସ୍ତ କରିଛି।
ଓଡ଼ିଶା ମହିଳା ଦଳ: ସୁଶ୍ରୀ ସଙ୍ଗୀତା ଜେନା, ଶୁଭଲକ୍ଷ୍ମୀ ମଲିକ, କରମି ଶିରେସା, ରଶ୍ମିତା ବାରିକ, ମୁକ୍ତି ବାର୍ଲା, ଜୟଶ୍ରୀ ପଲାଇ, କରିସ୍ମା ଟେଟେ, ଶିବାନୀ ପ୍ରିୟଦର୍ଶିନୀ, ସଙ୍ଗୀତା ଦାସ, ସୁଚିତ୍ରା ମନ୍ତ୍ରୀ, ସୁନୀତା ମାର୍ଥା, ମୋନାଲିସା ପାତ୍ର। ଷ୍ଟାଣ୍ଡବାଇ: ମେଘନା ପ୍ରିୟଦର୍ଶିନୀ ବାରିକ, ସସ୍ମିତା ମହାନ୍ତି, କୌଶଲ୍ୟା ମାଝି। ମୁଖ୍ୟ କୋଚ୍‌: ଜଗନ୍ନାଥ ସିହି, ସହକାରୀ କୋଚ୍‌: ଅଭୟ କୁମାର ଦାସ, ମଧୁସ୍ମିତା ସାହୁ, ମ୍ୟାନେଜର: ସୁଷମା ନନ୍ଦ।
ଓଡ଼ିଶା ପୁରୁଷ ଦଳ: ସେକ୍‌ ସିରାଜ ଅଲୀ, ଶୁଭ୍ରାଂଶୁ ଶେଖର ଓଝା, ଏମ୍‌. ବିଘ୍ନେଶ୍ୱରନ, ଦୀପ୍ତିରାଜ ମିଶ୍ର, ଅଫ୍‌ଜାଲ ପି.ପି., ପ୍ରତ୍ୟୁଷ କୁମାର ନନ୍ଦ, ଅକ୍ଷୟ କୁମାର ମିଶ୍ର, ଆଶୁତୋଷ ତ୍ରିପାଠୀ, ପପୁନା ସ୍ବାଇଁ, ରାଜେଶ କୁମାର ସାହୁ, ଖଗେଶ୍ୱର ଜେନା, ପ୍ରଜ୍ଞାସାରଥି ଜେନା। ଷ୍ଟାଣ୍ଡବାଇ: ବିକାଶ ଗିରି, ବିନୋଦ ବେହେରା, ଜଗନ୍ନାଥ ପ୍ରସାଦ ବାଲା। ମୁଖ୍ୟ କୋଚ୍‌: ଏମ୍‌. ମସୁଦ ଜମ୍ମା, ସହକାରୀ କୋଚ୍‌: ସୁଧାଂଶୁ ଭୂଷଣ ମିଶ୍ର, ଆଶୁତୋଷ ବର୍ମା, ମ୍ୟାନେଜର: ସଞ୍ଜୟ କୁମାର ଦାସ, ଟ୍ରେନର ସିକ୍ସେର ଆଲୋକ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri