ଜାତୀୟ ରାଜପଥରେ ଲାଗିବ ସିସି କ୍ୟାମେରା; ଛତ୍ରପୁର, ହଳଦିଆପଦରରେ କଣ୍ଟ୍ରୋଲ ରୁମ୍‌

ଛତ୍ରପୁର,୩୦ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଛକରେ ସିସି କ୍ୟାମେରା ଲାଗିବ। ଏହାର ମନିଟରିଂ ପାଇଁ ଛତ୍ରପୁର ଓ ହଳଦିଆପଦରଠାରେ କଣ୍ଟୋ୍ରଲ ରୁମ୍‌ ରହିବ। ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଜିଲା ସଡ଼କ ପରିବହନ କମିଟି ବୈଠକରେ ଏହି ନିଷ୍ପତ୍ତିି ହୋଇଛି। ପରିବହନ ଓ ସ୍ଥାନୀୟ ପୋଲିସର ପରାମର୍ଶ ନେଇ ଏହି କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଏନ୍‌ଏଚଏଆଇ ପିଡିଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସିସି କ୍ୟାମେରା ଫୁଟେଜରୁ ବେପାରୁଆ ଗାଡି ଚାଳନା ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ସମ୍ପର୍କରେ ଜାଣିହେବ ଏବଂ ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ବୁଲୁଥିବା ଗୋରୁଙ୍କୁ ପ୍ରଶାସନ ପକ୍ଷରୁ ଧରାଯିବ ବୋଲି ସୂଚନା ମିଳିଛି। ସେହିପରି ଖଲ୍ଲିକୋଟ ଘାଟିରେ ବଟି ଆଦାୟ ହେଉଥିବା ଅଭିଯୋଗ ହେଉଛି। ସେଠାରେ ନିୟମିତ ପୋଲିସ ପାଟ୍ରୋଲିଂ କରିବ। ଉକ୍ତ ଘାଟିର ଅନ୍ଧାର ସ୍ଥାନରେ ସୌରଚାଳିତ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବ। ହଳଦିଆପଦରଠାରେ ପୂର୍ବ ନିଷ୍ପତ୍ତିି ଅନୁସାରେ ଏନଏଚ୍‌ଏଆଇ ନିର୍ମାଣ କାର୍ଯ୍ୟ କରି ନ ଥିବାରୁ ଜିଲାପାଳ ତାଗିଦ୍‌ କରିଥିଲେ। ଜାତୀୟ ରାଜପଥ ପାର୍ଶ୍ୱରେ ଘରୋଇ ଜମି ଚିହ୍ନଟ କରି ସେଠାରେ ପାର୍କିଂ କରିବାକୁ ଟ୍ରକ୍‌ ଆସୋସିଏଶନକୁ ଜିଲାପାଳ କହିଥିଲେ। ବ୍ରହ୍ମପୁର ସହରରେ ପୂର୍ବ ନିଷ୍ପତ୍ତି ପ୍ରକାରେ ଷ୍ଟପେଜରେ ବସ ନ ରଖିଲେ ଜରିମାନା ଆଦାୟ କରାଯିବ। ଜିଲାର ସମସ୍ତ କଲେଜରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କ୍ୟାମ୍ପ କରାଯିବ ବୋଲି ସ୍ଥିର ହୋଇଛି। ହେଲମେଟ୍‌ ନ ପିନ୍ଧି ଛାତ୍ରୀଛାତ୍ର କଲେଜକୁ ଗଲେ ପ୍ରିନ୍ସପାଲ ଦାୟୀ ରହିବେ ା ୨ ଚକିଆ ଗାଡି ଚଳାଉଥିବା ସମସ୍ତ ସରକାରୀ କର୍ମଚାରୀ ହେଲମେଟ୍‌ ପିନ୍ଧି ଆସିବେ ା ଏଥିରେ ଖିଲାପ କଲେ ଆଇନ୍‌ ଅନୁଯାୟୀ ଜରିମାନା ଆଦାୟ ହେବ ା ଅଗଷ୍ଟ ମାସରେ ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି ା ଗତ ୮ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ୫୧୮ ଦୁର୍ଘଟଣା ଘଟିଥିଲା। ଏଥିରେ ୨୮୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। ବୈଠକରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଆରଟିଓ ସଞ୍ଜୟ ବିଶ୍ୱାଳ, ଜିଲା ମୁଖ୍ୟ ଚିକିସତ୍ାଧିକାରୀ ଡା. ବିଜୟ ପାଣିଗ୍ରାହୀ, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଛତ୍ରପୁର ଏସଡିପିଓ ଉକତ୍ତ୍ଳ କେଶରୀ ଦାସ, ବ୍ରହ୍ମପୁର ଟ୍ରାଫିକ୍‌ ଡିଏସ୍‌ପି ରାମକୃଷ୍ଣ ପତି, କମିଟିର ସଦସ୍ୟ ଅନୀଲ ପାଢୀ ଓ ବସନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?