Posted inଖେଳ

ଜାତୀୟ ବାଳିକା ଚେସ୍‌: ସାଇନା ସାଲୋନିକାଙ୍କୁ ରୌପ୍ୟ

ଭୁବନେଶ୍ୱର, ୮।୭ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଆ ଚେସ୍‌ ପ୍ରତିଭା ତଥା ଓ୍ବିମେନ ଫିଡେ ମାଷ୍ଟର (ଡବ୍ଲ୍ୟୁଏଫ୍‌ଏମ୍‌) ସାଇନା ସାଲୋନିକା ତାଙ୍କ ଜ୍ୱାଜଲ୍ୟମୟ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। କୋଚିରେ ରବିବାର ଶେଷ ହୋଇଥିବା ଜାତୀୟ ୧୭ ବର୍ଷରୁ କମ୍‌ ବାଳିକା ଚେସ୍‌ ଚାମ୍ପିୟନଶିପ୍‌ରେ ସାଇନା ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପଶ୍ଚିମବଙ୍ଗର ସମ୍ରିଦ୍ଧା ଘୋଷ ୮.୫ ପଏଣ୍ଟ ସହ ଚାମ୍ପିୟନ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ବି. କଲ୍ୟାଣୀଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ସେହିଭଳି ୧୨ ବର୍ଷରୁ କମ୍‌ ବାଳିକା ଓ ୧୨ ବର୍ଷରୁ କମ୍‌ ଓପନ୍‌ ବର୍ଗରେ ଯଥାକ୍ରମେ ୟଶିତା ରାଉତ ଓ ଶୁଭମ ପଟ୍ଟନାୟକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅପରପକ୍ଷରେ ୨୦ ବର୍ଷରୁ କମ୍‌ ଓପନ୍‌ ବର୍ଗରେ ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ନିଲ୍‌ଶୁ ପଟ୍ଟନାୟକ ମଧ୍ୟ ବ୍ରୋଞ୍ଜରେ ସନ୍ତୁଷ୍ଟ ରହିଛନ୍ତି।
ଏହି ପ୍ରତିଯୋଗିତାରେ ମୋଟ୍‌ ୧୧ ରାଉଣ୍ଡରୁ ୫ ଗେମ୍‌ ଜିତିଥିବାବେଳେ ୬ଟି ଡ୍ର’ରେ ଶେଷ କରି ମୋଟ୍‌ ୮ ପଏଣ୍ଟ ହାସଲ କରି ଅଳ୍ପକେ ସ୍ବର୍ଣ୍ଣ ପଦକ ଜିତିବାରୁ ବଞ୍ଚତ୍ତ ହୋଇଥିଲେ। ଟୁର୍ନାମେଣ୍ଟରେ ଏଥିସହ ସେ ଅପରାଜେୟ ରହି ଅଭିଯାନ ଶେଷ କରିଛନ୍ତି। ରନର୍ସଅପ୍‌ ହୋଇଥିବାରୁ ସାଇନା ରୋମାନିଆରେ ହେବାକୁ ଥିବା ବିଶ୍ୱ ଯୁବ ଚେସ୍‌ ଚାମ୍ପିୟନଶିପ୍‌ରେ ଦେଶ ତରଫରୁ ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲରେ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ଥିବା ସାଇନା ଏଥିସହ ଜାତୀୟସ୍ତରରେ ହେଉଥିବା ସମସ୍ତ ବୟସବର୍ଗରେ ପଦକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ୨୦୧୦ରେ ସେ ୭ ବର୍ଷରୁ କମ୍‌ କ୍ୟାଟାଗୋରୀରେ ଚାମ୍ପିୟନ ହୋଇଥିଲେ। ଏହାପରେ ୨୦୧୨ରେ ୯ ବର୍ଷରୁ କମ୍‌ ଚାତୀୟ ସ୍କୁଲ ଚାମ୍ପିୟନଶିପ୍‌ରେ ଟାଇଟଲ୍‌ ମଧ୍ୟ ଜିତିଥିଲେ। ଅନ୍ୟ ବୟସବର୍ଗ ଗୁଡ଼ିକ ମଧ୍ୟରେ ୧୧, ୧୩, ୧୫ ଓ ୧୭ ବର୍ଷରୁ କମ୍‌ ସେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଉଦୀୟମାନ ଚେସ୍‌ ତାରକା ବର୍ତ୍ତମାନ ସୁଦ୍ଧା କ୍ୟାରିୟରରେ ୧୫ ଅନ୍ତର୍ଜାତୀୟ ପଦକ ହାସଲ କରିସାରିଛନ୍ତି। ଯେଉଁଥିରେ ୧୦ ବର୍ଷରୁ କମ୍‌ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ରହିଛି।
ଡ୍ର ରହିଥିବା ୬ ଗେମ୍‌ରୁ ଅନ୍ତତଃ ଗୋଟିଏ ବିଜୟରେ ପରିଣତ ହୋଇପାରିଥାନ୍ତା ତେବେ ଫଳାଫଳ ଆହୁରି ଭଲ ହୋଇଥାନ୍ତ’ ବୋଲି ରୌପ୍ୟ ପଦକ ହାସଲ କରିବା ପରେ ସାଇନା ପ୍ରକାଶ କରିଛନ୍ତି। ସାଇନାଙ୍କ ଘର କେଉଁଝର ଜିଲା ସୁଲମ ଗ୍ରାମରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଅଧ୍ୟୟନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri