ଜାତୀୟ ପରେଡ୍‌ରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ପରେଡ୍‌ରେ ମୁଖ୍ୟ ଆକର୍ଷଣ ସାଜିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ପରେଡ୍‌ରେ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୨୨ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ସେହିଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ଏନ୍‌ଡିଆର୍‌ଏଫ୍‌ର ୬ ମେଢ଼ ରହିଥିଲା। ଓଡ଼ିଶା ମେଢରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ରୁକୁଣା ରଥକୁ ଅତି ଆକର୍ଷଣୀୟଭାବେ ସଜାଯାଇଥିଲା। ମେଢ଼ ଚାରିପାଖରେ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଚିତ୍ତାକର୍ଷକ ନୃତ୍ୟ ଅଧିକ ଉପଭୋଗ୍ୟ ଥିଲା। ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ହୋଇଥିବା ମେଢ ପ୍ରତିଯୋଗିତାରେ ଓଡ଼ିଶାର ପ୍ରଜ୍ଞାପନ ମେଢ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଆସାମର ମେଢ଼ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶା ସହ ଉତ୍ତର ପ୍ରଦେଶର ମେଢ଼ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛି। ମଙ୍ଗଳବାର ପୂର୍ବାହ୍ନରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ରଙ୍ଗଶାଳା କ୍ୟାମ୍ପ୍‌ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୃତିତ୍ୱ ହାସଲ କରିଥିବା ମେଢ଼ର ପ୍ରତିନିଧିମାନଙ୍କୁ ପୁରସ୍କୃତ କରିବେ। ଓଡ଼ିଶାର ପ୍ରଜ୍ଞାପନ ମେଢରେ ରାଜ୍ୟର ସାଂସ୍କୃତିକ ଝଲକ ଦେଖିବାକୁ ମିଳିଥିବାବେଳେ ପରେଡ଼ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ଛିଡାହୋଇ ଅଭିବାଦନ ଜଣାଇଥିଲେ। ଏହି ମେଢକୁ ନେଇ ବେଶ୍‌ ଗର୍ବିତ ବୋଲି କହିଛନ୍ତି ଏହାକୁ ଡିଜାଇନ କରିଥିବା ଶିଳ୍ପୀ ଗଜେନ୍ଦ୍ର ସାହୁ। ସାଧାରଣତନ୍ତ୍ର ଦିବସ ପୂର୍ବରୁ ନୂଆଦିଲ୍ଲୀ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ଅନୁଷ୍ଠିତ ସାଂସ୍କୃତିକ ସମାରୋହରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଭୟ ନାହିଁ, କେବଳ ବର୍ଷିବ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଆଉ ବାତ୍ୟା ଭୟ ନାହିଁ। କେବଳ ବର୍ଷିବ। ପୂର୍ବରୁ ଦଶହରା ପରେ ପରେ ରାଜ୍ୟରେ ବାତ୍ୟା ସମ୍ଭାବନା ଥିବା ନେଇ କୁହାଯାଉଥିଲା। ହେଲେ ଏବେ...

ପ୍ରତିବର୍ଷ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି ରାଜ୍ୟର ୫ ହଜାର ଲୋକ

ଭୁବନେଶ୍ୱର,୨୭ା୭ (ବ୍ୟୁରୋ): ଓଡ଼ିଶାରେ ପ୍ରତିବର୍ଷ ୪ରୁ ୫ ହଜାର ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟର କେତେକ ଜନଜାତିଙ୍କଠାରେ ହେପାଟାଇଟିସ ‘ବି’ ମାତ୍ରା ଅଧିକ। ଆଦିବାସୀ...

ଦର୍ଲିପାଲିରେ ବିଦ୍ୟୁତ୍‌ ଉତ୍ପାଦନ ବାଧା: ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ଦର୍ଲିପାଲିସ୍ଥିତ ଏନ୍‌ଟିପିସିର ପାଓ୍ବାର ଷ୍ଟେଶନରେ ସମସ୍ୟା ଦେଖାଦେବାରୁ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଫଳରେ ବିଦ୍ୟୁତ୍‌ ଯୋଗାଣରେ ମଧ୍ୟ ଅସୁବିଧା ହେଉଛି।...

‘ଧରିତ୍ରୀ’ର ପୂର୍ବତନ କର୍ମଚାରୀଙ୍କ ଅକାଳ ବିୟୋଗ

ଭୁବନେଶ୍ୱର,୯।୪(ବ୍ୟୁରୋ): ଦୈନିକ ‘ଧରିତ୍ରୀ’ର ପୂର୍ବତନ କର୍ମଚାରୀ ଜଗତସିଂହପୁର ଜିଲା ବାଲିକୁଦା ଥାନା ଅଳାବର ପଞ୍ଚାୟତ କଣିହାଁ ଗ୍ରାମର ପ୍ରଶାନ୍ତ ରାଉତଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ...

୩ବର୍ଷ ହେଲା ସରୁନି ରାସ୍ତା ନିର୍ମାଣ: ଅଧାରେ ଅଟକିଛି ବିସ୍ତାପାଳ-ମଙ୍ଗଳାପଶି ସଡ଼କ ଯୋଜନା

କେନ୍ଦୁଝର, ୨୨ା୫(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟ ଅନେକ ଜାଗାରେ ଅଧାପନ୍ତରିଆ ହୋଇ...

କମିବ ସ୍କୁଲ ସିଲାବସ୍‌

ଭୁବନେଶ୍ୱର,୨୨।୭(ବ୍ୟୁରୋ): କରୋନା ଯୋଗୁ ଚଳିତ ବର୍ଷ ସ୍କୁଲ ସିଲାବସ୍‌ କମିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୁଧବାର ସୂଚନା ଦେଇଛନ୍ତି। ମନ୍ତ୍ରୀ...

ଆଜି ଭୁବନେଶ୍ୱରରୁ ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ସମାନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଦ୍ୱିତୀୟ ଡୋଜ୍‌ ନେଉନାହାନ୍ତି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଟିକାକରଣକୁ ବିଶ୍ୱବ୍ୟାପୀ ଗୁରୁତ୍ୱ ଦିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏବେ...

Advertisement
Archives

Model This Week