Posted inଫୁରସତ

ଜାଣନ୍ତୁ ବସନ୍ତ ପଞ୍ଚମୀରେ ମା’ ସରସ୍ବତୀଙ୍କୁ କାହିଁକି କରାଯାଏ ଆରାଧନା

ହିନ୍ଦୁଧର୍ମରେ ବସନ୍ତ ପଞ୍ଚମୀର ମହତ୍ତ୍ୱ ରହିଛି। ଏହିଦିନ ମା’ ସରସ୍ବତୀଙ୍କୁ ଆରାଧନା କରାଯାଏ। ପ୍ରତିବର୍ଷ ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ପୂଜା କରାଯାଏ। କୁହାଯାଏ, ବସନ୍ତପଞ୍ଚମୀଠାରୁ ଶୀତ ପୃଥିବୀପୃଷ୍ଠରୁ ବିଦାୟ ନେଇଥାଏ। ଋତୁ ବଦଳିବା ସହ ଏହି ପର୍ବର ଗୁରୁତ୍ୱ ମଧ୍ୟ ବଢ଼ିଯାଏ। ଶୀତ ପରେ ଧରାପୃଷ୍ଠକୁ ବସନ୍ତର ଆଗମନ ହୋଇଥାଏ। ପତ୍ରଝଡ଼ା ଦେଇଥିବା ଗଛ ବସନ୍ତ ଆସିବା କ୍ଷଣି ପଲ୍ଲବିତ ହୋଇଉଠେ।


ଉପନିଷଦରେ ବର୍ଣ୍ଣିତ ଏକ କଥା ଅନୁସାରେ, ମହାଦେବଙ୍କ ଆଜ୍ଞାରେ ବହ୍ମା ଜୀବ ଏବଂ ବିଶେଷ ରୂପରେ ମନୁଷ୍ୟର ଯୋନି ରଚନା କରିଥିଲେ। କିନ୍ତୁ ସେ ନିଜେ ସନ୍ତୁଷ୍ଟ ନ ଥିଲେ। ଏଥିପାଇଁ ସେ ସଂକଳ୍ପ ନେଇଥିଲେ ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବେ। ବିଷ୍ଣୁଙ୍କୁ ଆରାଧନା କରିବାରୁ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ବ୍ରହ୍ମାଙ୍କ ସମସ୍ୟା କ’ଣ ବୋଲି ପଚାରିଲେ। ଭଗବାନ ବିଷ୍ଣୁ ନିଜେ ସମସ୍ୟାର ସମାଧାନ କରି ନ ପାରି ମା’ ଦୁର୍ଗାଙ୍କୁ ଆବାହନ କଲେ। ମା’ ଦୁର୍ଗା ପ୍ରସନ୍ନ ହୋଇ ଏକ ସୁନ୍ଦର ସ୍ତ୍ରୀ ବର ରୂପେ ପ୍ରଦାନ କଲେ। ଗୋଟିଏ ହାତରେ ବୀଣା ଏବଂ ଆଉ ଗୋଟିଏ ହାତ ବରମୁଦ୍ରାରେ ଥିଲା। ବାକି ଦୁଇହାତରେ ପୁସ୍ତକ ଏବଂ ବୀଣାର ଆଉ ଗୋଟିଏ ଭାଗ ଧରାଇଦେଲେ। ଏହା ଦ୍ୱାରା ସମସ୍ତ ଜୀବଜନ୍ତୁଙ୍କୁ ବାଣୀ ପ୍ରାପ୍ତ ହୋଇଥାଏ। ଏହା ପରେ ଦେବୀ ଦୁର୍ଗା ବ୍ରହ୍ମାଜୀଙ୍କୁ କହିଲେ, ମୋ’ ତେଜରେ ଉତ୍ପନ୍ନ ହୋଇଥିବା ମା’ ସରସ୍ବତୀ ଆପଣଙ୍କ ସ୍ତ୍ରୀ ହେବେ। ଯେଉଁଥିରେ ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କର ଶକ୍ତି ରହିବ। ଯେମିତି ପାର୍ବତୀ ମହାଦେବଙ୍କ ଶକ୍ତି, ସେମିତି ସରସ୍ବତୀ ଆପଣଙ୍କ ଶକ୍ତି ଭାବରେ ରହିବେ। ଏଥିପାଇଁ ବସନ୍ତ ପଞ୍ଚମୀକୁ ସରସ୍ବତୀଙ୍କ ଆବିର୍ଭାବ ଉତ୍ସବ ଭାବରେ ପାଳନ କରାଯାଏ। ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ। ମାନବର ବିକାଶ ମା’ ସରସ୍ବତୀଙ୍କ ଆଶୀର୍ବାଦରୁ ହୋଇଥାଏ। ଏଥିପାଇଁ ଛାତ୍ରୀଛାତ୍ରଙ୍କ ଜ୍ଞାନର ବୁଦ୍ଧି ପାଇଁ ସମସ୍ତ ବିଦ୍ୟାଳୟରେ ସରସ୍ବତୀଙ୍କୁ ଆରାଧନା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri