Posted inଫୁରସତ

ଜାଣନ୍ତି ୭୦୦ ବର୍ଷ ତଳେ ବି କ୍ୱାରାଣ୍ଟାଇନ୍‌ରେ ରହିଥିଲେ ଲୋକେ, ୪୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହି ବଞ୍ଚାଇଥିଲେ ଜୀବନ

ସାରା ବିଶ୍ୱରେ ବର୍ତ୍ତମାନ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କରିଥିବାରୁ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। କାରଣ ଏହା ଏକ ସଂକ୍ରାମକ ରୋଗ। ଏହାକୁ ରୋକିବା ପାଇଁ କ୍ୱାରାଣ୍ଟାଇନ୍‌ ହିଁ ବିକଳ୍ପ। ଖାଲି ଏବେ ନୁହେଁ, ୭୦୦ ବର୍ଷ ତଳେ ମଧ୍ୟ ଲୋକେ କ୍ୱାରାଣ୍ଟାଇନ୍‌ରେ ଥିବା ଇତିହାସ କୁହେ। ‘କ୍ୱାଣ୍ଟିନ’ ଶବ୍ଦର ଇତିହାସ ହୃଦୟସ୍ପର୍ଶୀ। ‘କ୍ୱାଣ୍ଟିନ୍‌’ ଶବ୍ଦ ଇଟାଲୀ ଭାଷା ‘କ୍ୱାରାଣ୍ଟିନୋ’ରୁ ଉତ୍ପନ୍ନ। କ୍ୱାଣ୍ଟିନ୍‌ ଅର୍ଥ ହେଉଛି ୪୦ ଦିନ ପର୍ଯ୍ୟନ୍ତ ଏକାକୀ ରହିବା।

ପ୍ଲେଗ୍‌ରେ ମରୁଥିଲେ ଲୋକେ:

୧୪୦୦ ଶତାବ୍ଦୀରେ ୟୁରୋପରେ ମହାମାରୀ ପ୍ଲେଗ୍‌ ରୋଗ କାୟା ବିସ୍ତାର କରିଥିଲା। ଭେନିସ୍‌ ପରି ଉପକୂଳବର୍ତ୍ତୀ ସହରଗୁଡ଼ିକୁ ସେତେବେଳେ ସଂକ୍ରମଣ ରୋକିବା ପାଇଁ ପ୍ରତ୍ୟେକ ଜାହାଜକୁ ସଂକ୍ରମିତ ବନ୍ଦରରୁ ସହରରେ ପହଞ୍ଚିବା ପୂର୍ବରୁ ୪୦ ଦିନ ପାଣିରେ ଲଙ୍ଗର ପକାଇ ରହିବାକୁ ପଡ଼ିଥିଲା। ଏହାକୁ ଧୀରେ ଧୀରେ କ୍ୱାରାଣ୍ଟାଇନ୍‌‌ କୁହାଗଲା।
୧୩୭୪ ମସିହାରେ, ଭେନିସ୍‌ ଏକ ନିର୍ଦ୍ଦେଶ ଜାରି କରିଥିଲା ଯେ, ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରିଷଦ, ଜାହାଜ ଏବଂ ଏହାର ଯାତ୍ରୀମାନଙ୍କୁ ସହରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ସମସ୍ତଙ୍କୁ ନିକଟସ୍ଥ ସେନ୍‌ ଲୈଜାରୋ ଦ୍ୱୀପରେ ରହିବାକୁ ପଡ଼ିବ। ଏହା ଭେନିସ୍‌ର କେତେକ ଦେଶରୁ ଜାହାଜ ଏବଂ ଯାତ୍ରୀମାନଙ୍କ ସହିତ ଭେଦଭାବ ଏବଂ ଅନ୍ୟାନ୍ୟ ବ୍ୟାହତ ସୃଷ୍ଟି କରିଥିଲା।


୧୩୭୭ ମସିହାରେ, ଆଡ୍ରିୟାଟିକ୍‌ ସାଗରରେ ଥିବା ରାଗୁଜା ଜେନେରାଲ କାଉନସିଲ୍‌ ଏହି ବିପଜ୍ଜନକ ମହାମାରୀର ବିସ୍ତାରକୁ ରୋକିବା ପାଇଁ ଏକ ନୂତନ ନିୟମ ପ୍ରଣୟନ କଲା । ଏହି ନିୟମ ଅନୁଯାୟୀ, ପ୍ରତ୍ୟେକ ଜାହାଜ ଏବଂ ବ୍ୟବସାୟୀଙ୍କୁ ୩୦ ଦିନ ଆଇସୋଲେଶନରେ ରହିବାକୁ ପଡ଼ିଲା। ନିୟମରେ କୁହାଯାଇଥିଲା, କୌଣସି ବ୍ୟକ୍ତି ମୁଖ୍ୟ ସହରରେ ପ୍ରବେଶ କରିବା ପୂର୍ବରୁ ନିକଟ ସହର କିମ୍ବା ଦ୍ୱୀପରେ ୩୦ଦିନ ବିତାଇବାକୁ ପଡ଼ିବ। ଡ୍ୟୁବ୍ରୋନ୍‌ଭିକ୍‌ ପ୍ରଥମେ ଏପରି ପଦ୍ଧତି ପ୍ରୟୋଗ କଲେ, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ସଫଳ ପଦକ୍ଷେପ ବୋଲି ପ୍ରମାଣିତ ହେଲା। ସେତେବେଳେ ସମଗ୍ର ବିଶ୍ୱ ଏହାକୁ ଗ୍ରହଣ କରିଥିଲା। ଡିବ୍ରୋନ୍‌ଭିକ୍‌ ହେଉଛି ପ୍ରଥମ ସମୁଦ୍ର ବନ୍ଦର ଯାହାକି ସଂକ୍ରମିତ ଅଞ୍ଚଳରୁ ଲୋକଙ୍କୁ ଏବଂ ପଶୁମାନଙ୍କୁ ସୁସ୍ଥ ଜନସଂଖ୍ୟାଠାରୁ ଅଲଗା ରଖିଥିଲା। ଏଥିସହିତ, ଭେନିସ୍‌ ସମସ୍ତ ଜାହାଜ ଏବଂ ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇଲା। ଯାହା ଜୀବନଯାତ୍ରା ବନ୍ଦ କରିଦେଲା। ଏହି କ୍ୟାଣ୍ଟିନ୍‌ ଆଇନର ଉଲ୍ଲଂଘନ କରି ଜରିମାନା ଆଦାୟ କରିଥିବାରୁ ରାଗୁଜା ରିପବ୍ଲିକ ସେମାନଙ୍କୁ କଠୋର ଦଣ୍ଡାଦେଶ ଶୁଣାଇଥିଲେ। ପ୍ରଥମ ବିଚ୍ଛିନ୍ନତା ଅବଧି ୪୦ଦିନ ଥିଲା, ପରେ ଏହାକୁ ୩୦ଦିନକୁ ହ୍ରାସ କରାଯାଇଥିଲା। ତଥାପି, ଏପରି କରିବାର ପ୍ରକୃତ କାରଣ କାହାକୁ ଜଣା ନାହିଁ। କିଛି ଲୋକ କୁହନ୍ତି, ୩୦ଦିନର ଅବଧି ଅନୁପଯୁକ୍ତ ଥିଲା। କାରଣ ରୋଗର ଇନ୍‌କ୍ୟୁବେସନ ଅବଧି ସଠିକ୍‌ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଛାଡ଼ିଗଲା ପରେ କାହିଁକି ଦିଶେ ଇନ୍ଦ୍ରଧନୁ

ଆକାଶରେ ନିଶ୍ଚିତ ଭାବେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ବର୍ଷାଦିନରେ ଏହା ଦେଖାଯାଏ। ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା...

ଖୁସି ଦେଇ ଖୁସି ପାଉ

ସେମାନଙ୍କ ଅପେକ୍ଷା ଥାଏ ବଡ଼ଦିନକୁ। ସେଥିପାଇଁ ଥାଏ କେତେ ପ୍ରସ୍ତୁତି। ଖୁସି ମନାନ୍ତି, ଖୁସି ବାଣ୍ଟନ୍ତି। ତେବେ ଏ ଖୁସି ତାଙ୍କର ଅନ୍ୟକୁ ଖୁସି ଦେବାରେ।...

ଟମାଟୋ ବିକି ଦେଢ଼ ମାସରେ ୪ କୋଟି ରୋଜଗାର କଲେ କୃଷକ…

ହାଇଦ୍ରାବାଦ,୨୯।୭ : ସମ୍ପ୍ରତି ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକଙ୍କ ଉପରେ ଟମାଟୋ ଦର ସାଧୁଥିବାବେଳେ ଆନ୍ଧ୍ରପ୍ରଦେଶର ଚିତୋର ଜିଲାର ଜଣେ...

ଏମିତି ବୁଲେଟ୍‌ ଯିଏ ଦେଖୁଛି, ଘଡ଼ିଏ ଅଟକି ଯାଉଛି; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଆପଣ କେବେ କାଠର ବୁଲେଟ୍‌ ଦେଖିଛନ୍ତି? କିନ୍ତୁ କେରଳର ଜଣେ ଯୁବକ ଏମିତି ନିଆରା ବୁଲେଟ୍‌ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ବୁଲେଟ୍‌ଟି ସମ୍ପୂର୍ଣ୍ଣ କାଠରେ...

ଅବସାଦ ଦୂରକରିବ ପକ୍ଷୀଙ୍କ କଳରବ

ବର୍ଲିନ, ୧୬ା୧୦: କେବେ ଭାବିଛନ୍ତି କି ସକାଳୁ ସକାଳୁ ପକ୍ଷୀଙ୍କ ସ୍ବର ଶାନ୍ତି ଲାଗେ କାହିଁକି। ଅପରାହ୍ନରେ ବି କାହିଁକି ପକ୍ଷୀମାନଙ୍କ ଘରବାହୁଡ଼ାବେଳର କଳରବ ମଧୁର...

କୁନି ଝିଅର କୁମ୍ଭୀର ସାଥୀ

ପୋଷା ଜୀବଜନ୍ତୁ ରଖିବାକୁ ଅନେକେ ଭଲ ପାଆନ୍ତି। କିଏ କୁକୁର, ବିଲେଇ ତ କିଏ ଶୁଆ, ସାରୀ ପରି ଚଢେଇ ରଖନ୍ତି। ହେଲେ ନିକଟରେ ଏକ...

ଥାନାରେ ବସି ମଦ ପିଇବା ମଡ଼ିଲା ମହଙ୍ଗା: ପୋଲିସ ବାବୁଙ୍କ ଭିଡ଼ିଓ ଭାଇରାଲ

କାନପୁର, ୨୩।୮: ଥାନାରେ ବସି ମଦ ପିଇବା ଜଣେ ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି। ଏବେ ସୋସିଆଲ୍‌ ମିଡ଼ିଆରେ ମଦ ପିଉଥିବା ଥାନା ବାବୁ ଜେ.ପି....

ବନ୍ଧୁ: ଗୋଟିଏ ଶବ୍ଦରେ ଅୟୁତ ଯୁଗର ପରିକଳ୍ପନା..

ବନ୍ଧୁତା, ହେଇପାରେ ଗୋଟିଏ ଶବ୍ଦ, କିନ୍ତୁ ତା’ ପରିଧି କେଉଁଠୁ ଯେ କେତେଦୂର ଆଖିପାଏନି। କିଏ କେତେବେଳେ କାହା ସହ ବନ୍ଧୁ ସୂତ୍ରରେ ଯୋଡ଼ି ହେଇଯିବା...

Advertisement
Archives

Model This Week