Posted inଜାତୀୟ

ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ଅଟକାଉଛି କେନ୍ଦ୍ର

ନୂଆଦିଲ୍ଲୀ,୨୨ା୬: ନ୍ୟାୟପାଳିକାର ନିରପେକ୍ଷତା ଲାଗି ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତରଖାଯିବା ଉଚିତ ବୋଲି ବିଭିନ୍ନ ସମୟରେ ମତପ୍ରକାଶ ପାଇଆସୁଛି। ଏହା ସତ୍ତ୍ୱେ ନ୍ୟାୟପାଳିକା ଯେ ରାଜନୈତିକ ପ୍ରଭାବରୁ ମୁକ୍ତ ନୁହେଁ ଏହା ସରକାରଙ୍କ କେତେକ ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ବିଚାରପତି ନିଯୁକ୍ତି ତଥା ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ଙ୍କ ସୁପାରିସକୁ କେନ୍ଦ୍ର ସରକାର ବାରମ୍ବାର ଫେରାଇଦେବା ତାହାର ଉଦାହରଣ। କଲେଜିୟମ ପକ୍ଷରୁ ୪ ଥର ସୁପାରିସ୍‌ ସତ୍ତ୍ୱେ ଗୁଜରାଟ ହାଇକୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ତଥା ବର୍ତ୍ତମାନ ବମ୍ବେ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍‌ ଅକିଲ୍‌ ଅବଦୁଲହମିଦ୍‌ କୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେଉନାହାନ୍ତି। କେବଳ ଜଷ୍ଟିସ୍‌ କୁରେଶୀ ନୁହନ୍ତି, ଅନ୍ୟ ବିଚାରପତିମାନଙ୍କ ପଦୋନ୍ନତି ସୁପାରିସକୁ ମଧ୍ୟ ଅନେକ ସମୟରେ କେନ୍ଦ୍ର ସରକାର ଅଟକାଉଛନ୍ତି। ଏହା ପଛରେ ସରକାରଙ୍କ ଭିତିରି ଉଦ୍ଦେଶ୍ୟ ରହୁଥିବା ଜଷ୍ଟିସ୍‌ କୁରେଶୀଙ୍କ ଘଟଣାରୁ ସ୍ପଷ୍ଟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ କଲେଜିୟମକୁ କିଭଳି ଗୁରୁତ୍ୱ ମିଳିବ ତାହାର ସୂଚନା ମିଳୁଛି।
ଗୁଜରାଟ ହାଇକୋର୍ଟ ଆଇନଜୀବୀ ସଂଘ (ଜିଏଚସିଏଏ)ର ଅଧ୍ୟକ୍ଷ ଯତୀନ୍‌ ଓଜା ତାଙ୍କର ଏକ ଲେଖାରେ ଉଲ୍ଲେଖ କରିଛନ୍ତି, ସୋହରାବୁଦ୍ଦିନ ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଅମିତ୍‌ ଶାହଙ୍କୁ ୨୦୧୦ରେ ଜଷ୍ଟିସ୍‌ କୁରେଶୀ ୨ ଦିନ ପାଇଁ ପୋଲିସ ହାଜତକୁ ପଠାଇଥିଲେ। ଜଷ୍ଟିସ୍‌ ଆର୍‌.ଏ. ମେହେଟାଙ୍କୁ ଗୁଜରାଟ ଲୋକାୟୁକ୍ତ ଭାବେ ନିଯୁକ୍ତି ଲାଗି ୨୦୧୧ରେ ତତ୍କାଳୀନ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଜଷ୍ଟିସ୍‌ କୁରେଶୀ କାଏମ ରଖିଥିଲେ, ଯାହାକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଚ୍ୟାଲେଞ୍ଜ କରିଥିଲେ। ଶାହଙ୍କୁ ପୋଲିସ ହାଜତକୁ ପଠାଇବାରେ ଜଷ୍ଟିସ୍‌ କୁରେଶୀଙ୍କ ନିଷ୍ପତ୍ତିରେ କିଛି ଭୁଲ୍‌ ନ ଥିଲା ବୋଲି ୨୦୧୦ରେ ତାଙ୍କ ଓକିଲ ଥିବା ଓଜା କହିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ସୁପାରିସ ସତ୍ତ୍ୱେ କେନ୍ଦ୍ର ସରକାର ଏହାକୁ ଏଡାଇଯିବା ତାଙ୍କ ପ୍ରତି ଅତ୍ୟାଚାର ବୋଲି ଓଜା ଅଭିଯୋଗ କରିଛନ୍ତି।
ମେ ୧୦ରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ଏନ୍‌.ଭି. ରମନାଙ୍କୁ ନେଇ ଗଠିତ କଲେଜିୟମ ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ପାଇଁ ସୁପାରିସ କରିଥିଲେ। ତାଙ୍କ ସହିତ ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ ଏବଂ ଆର୍‌.ଏସ୍‌. ଚୌହାନଙ୍କ ପଦୋନ୍ନତି ପାଇଁ ମଧ୍ୟ ସୁପାରିସ କରାଯାଇଥିଲା। ଜଷ୍ଟିସ୍‌ ରାମସୁବ୍ରମଣ୍ୟନ୍‌ ଏବଂ ଜଷ୍ଟିସ୍‌ ଚୌହାନଙ୍କୁ ଯଥାକ୍ରମେ ହିମାଚଳପ୍ରଦେଶ ଓ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ସୂର୍ଯ୍ୟ କାନ୍ତଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଥିଲା। କିନ୍ତୁ ଜଷ୍ଟିସ୍‌ କୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦିଆ ନ ଯାଇ ଜୁନ୍‌ ୧୦ରୁ ଜଷ୍ଟିସ୍‌ ରବିଶଙ୍କର ଝାଙ୍କୁ ଏହାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।
ଏଠାରେ ପ୍ରଶ୍ନ ଉଠୁଛି, ଯଦି ସରକାର ବାରମ୍ବାର ସୁପାରିସକୁ ଫେରାଇଦିଅନ୍ତି ତେବେ ଏନେଇ କଲେଜିୟମ ନିଜ ନିଷ୍ପତ୍ତିରେ ଅଟଳ ରହି କେନ୍ଦ୍ରକୁ ପ୍ରଶ୍ନ କରିପାରିବ କି? ସିଜେଆଇ ଗୋଗୋଇ ନିକଟରେ ରୁଷିଆର ସୋଚିଠାରେ ସାଂଘାଇ ସହଯୋଗ ସଂଗଠନର ପ୍ରଧାନ ବିଚାରପତିମାନଙ୍କ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ନ୍ୟାୟିକ ଅନୁଷ୍ଠାନର ସ୍ବାଧୀନତା ପାଇଁ ସୁଦୃଢ଼ ଓ ନିରପେକ୍ଷ ବିଚାରପତିଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ବିଚାର ବିଭାଗର ମୁଖ୍ୟ ଭାବେ ସେ ତାଙ୍କ କଥାକୁ କାର୍ଯ୍ୟରେ ପରିଣତ କରିପାରିବେ କି ବୋଲି ପ୍ରଶ୍ନ ଉଠୁଛି। ଲୋକ ସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କେନ୍ଦ୍ରରେ ସରକାର ଗଢ଼ିବା ପରେ ରବିଶଙ୍କର ପ୍ରସାଦ ପୁନର୍ବାର ଆଇନ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଛନ୍ତି। ଆଇନ ମନ୍ତ୍ରଣାଳୟ ଏକ ଡାକଘର ଭଳି କାର୍ଯ୍ୟ କରିବ ନାହିଁ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ ସ୍ପଷ୍ଟ କରିଦେଇଥିଲେ। ଅର୍ଥାତ୍‌ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି କ୍ଷେତ୍ରରେ କଲେଜିୟମ୍‌ର ସୁପାରିସ ଉପରେ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରର ଭୂମିକା ତୁଲାଇବ ବୋଲି ଆଇନମନ୍ତ୍ରୀ ସୂଚାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏକାକୀ ଜିତିପାରିବ କଂଗ୍ରେସ’

ଲକ୍ଷ୍ନୌ,୧୪।୧୧: ଯଦି କଂଗ୍ରେସକୁ ଜିତିବାର ଅଛି, ତେବେ ଏହାକୁ ଏକାକୀ ଲଢ଼ିବାକୁ ପଡ଼ିବ। ଏଭଳି କହି ନିର୍ବାଚନ ଲାଗି କଂଗ୍ରେସ ଅନ୍ୟ କୌଣସି ଦଳ ସହ...

ପ୍ରୟାଗରାଜରେ ପୁଣି ହେବ ଓ୍ବାର୍ଲଡ ରେକର୍ଡ

ଲକ୍ଷ୍ନୌ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ପ୍ରୟାଗରାଜରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭଉଣୀ-ଭାଇଙ୍କ ରକ୍ଷା ବନ୍ଧନ

ନୂଆଦିଲ୍ଲୀ,୧୧।୮: ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ସୁରକ୍ଷାର ଡୋର। ଜୀବନ ଥିବା ପର୍ଯ୍ୟନ୍ତ ଭାଇ ଭଉଣୀକୁ ସୁରକ୍ଷା ଦେବାକୁ କଥା ଦେବ।...

ଦଳୀୟ ଟିକେଟ୍‌ ପାଇଁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କଲେ ଏମ୍‌ପି

ଲକ୍ଷ୍ନୌ,୧୧।୧: ସମାଜବାଦୀ ପାର୍ଟି (ସପା) ନେତା ଫିରୋଜ ଅହମ୍ମଦଙ୍କ ହତ୍ୟା ମାମଲାରେ ଏମ୍‌ପି ରିଜଓ୍ବାନ ଜାହୀରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ବଲରାମପୁର ପୋଲିସ।...

ହଟିଲା ବିଜ୍ଞାପନ

ନୂଆଦିଲ୍ଲୀ,୨୬।୧୦: ବିବାଦୀୟ ‘କରଓ୍ବାଚୌଥ୍‌’ ବିଜ୍ଞାପନକୁ ନେଇ ଟ୍ରୋଲ୍‌ ହେବା ପରେ ପ୍ରାଇଭେଟ୍‌ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ତାହାକୁ ମଙ୍ଗଳବାର ହଟାଇଦେଇଛି। ଏଥିସହ ଏହି ବିଜ୍ଞାପନ ପାଇଁ...

ୟୁପି ଜିଲା ପଞ୍ଚାୟତ ନିର୍ବାଚନ: ୭୫ରୁ ୬୭ରେ ବିଜୟୀ ହେଲା ଭାଜପା

ଲକ୍ଷ୍ନୌ,୩ ।୭: ଉତ୍ତର ପ୍ରଦେଶର ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଆସିଛି । ଏଥିରେ ଭାରତୀୟ ଜନତା ପାର୍ଟି(ଭାଜପା) ୭୫ରୁ ୬୭ଆସନରେ ବିଜୟୀ ହୋଇଛି...

ଜଳ ଜୀବନ ମିଶନରେ ୩୭ ଲକ୍ଷ ପରିବାର ଉପକୃତ

ନୂଆଦିଲ୍ଲୀ, ୧୭।୨: ଦେଶର ୩୭ ଲକ୍ଷ ପରିବାର କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଦ୍ୱାରା ଉପକୃତ ହୋଇଛନ୍ତି। ବୁଧବାର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି...

ଅନାଥଙ୍କ ରିପୋର୍ଟ ବିଳମ୍ବ କରନି

ନୂଆଦିଲ୍ଲୀ, ୨୮ା୭: କରୋନା ମହାମାରୀ ଯୋଗୁ ଦେଶରେ ମାର୍ଚ୍ଚ ୨୦୨୦ ପରେ ଅନାଥ ହୋଇଥିବା ପିଲାମାନଙ୍କ ସଂଖ୍ୟା ବିଷୟରେ ସବିଶେଷ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ...

Advertisement
Archives

Model This Week