ଜଳିଗଲା ଡିଜେଲ ଟ୍ୟାଙ୍କର: ଡ୍ରାଇଭର, ହେଲ୍‌ପର ଗୁରୁତର

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ପଥରବନ୍ଧ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଏକ ଡିଜେଲ ଟ୍ୟାଙ୍କର ଜଳିଯାଇଛି। ଏଥିରେ ଟ୍ୟାଙ୍କର ଚାଳକ ଓ ହେଲ୍‌ପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ପାରାଦୀପରୁ ଡିଜେଲ ନେଇ ଏକ ଟ୍ୟାଙ୍କର(ନଂ-ଓଆର୍‌୦୫ଏଏ୭୨୩୧)ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଉକ୍ତ ସ୍ଥାନରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଟ୍ୟାଙ୍କର ସମ୍ମୁଖ ଭାଗରେ ଥିବା ଚାମ୍ବରରୁ ତେଲ ଲିକ୍‌ ହୋଇ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବାର କିଛି ସମୟ ପରେ ରାସ୍ତାରେ ଯାଉଥିବା ଲୋକେ ଟ୍ୟାଙ୍କର ଚାଳକ ଓ ହେଲ୍‌ପରଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଟାଙ୍ଗୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ

ପୁରୀ ଅଫିସ,୨୭।୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚକର ଦ୍ୱିତୀୟ ଦିନରେ ଗୁରୁବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ଶେଷ...

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୮ କରୋନା ଯୋଦ୍ଧା

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.) : କରୋନାରୁ ସୁସ୍ଥ ହୋଇ ଗଞ୍ଜାମ ଜିଲାରେ ୮ କରୋନା ଯୋଦ୍ଧା ପୁଣି ନିଜ କାର୍ଯ୍ୟରେ ମଙ୍ଗଳବାର ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ବିଡିଓ,...

ଯୁବତୀ ଚାଲାଣ ଅଭିଯୋଗରେ ପୁଅକୁ ବାନ୍ଧିନେଲା ପୋଲିସ, ଅଟକାଇବାକୁ ଯାଇ ମା’ ଗୁରୁତର

କୁତ୍ରା,୨୧।୭(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଏଲଗା(କଣ୍ଟାଝାର)ଗ୍ରାମର ଜଣେ ଯୁବକଙ୍କୁ ଯୁବତୀ ଚାଲାଣ ଅଭିଯୋଗରେ ସିମଡେଗା ପୋଲିସ ବୁଧବାର ସକାଳୁ ଗିରଫ...

ରକ୍ତଦାନ ନିଶାରେ ବାପି: କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ମୃତ୍ୟୁ ବଦଳାଇଦେଲା ଚିନ୍ତାଧାରା

କାମାକ୍ଷାନଗର, ୨୬।୮: ରକ୍ତଦାନ କରିବାକୁ ଆଗ୍ରହ ନ ଥିଲା। କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ପାଇଁ ବାଧ୍ୟବାଧକତାରେ ପ୍ରଥମ ଥର ଶରୀରରେ ଫୋଡ଼ା ହୋଇଥିଲା ରକ୍ତ ସଂଗ୍ରହ ଛୁଞ୍ଚତ୍।...

କରୋନା ସହ ଲଢ଼େଇର ଏବେ ଚତୁର୍ଥ ପର୍ଯ୍ୟାୟ: ମୁଖ୍ୟ କର୍ଣ୍ଣଧାର ହେବେ ପ୍ରତି ଘରର ସଦସ୍ୟ

ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ପ୍ରଥମ ତିନୋଟି ପର୍ଯ୍ୟାୟର ମୁଖ୍ୟ କର୍ଣ୍ଣଧାର ଥିଲେ ସରକାର ଅର୍ଥାତ ପ୍ରଶାସନ। ଏବେ ଜୁନ୍‌ ମାସ ଚତୁର୍ଥ ପର୍ଯ୍ୟାୟର ସମୟ।...

ଭିସୁଟ୍‌ରୁ ଉଠିଲା କୋଭିଡ୍‌ କଟକଣା

ସମ୍ବଲପୁର,୪।୩(ବ୍ୟୁରୋ): ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରୁ ବୁଧବାରଠାରୁ କୋଭିଡ୍‌ କଟକଣାକୁ ଉଠାଇ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ...

ରାଜଧାନୀରେ ଆଉ ୪ଟି କେନ୍ଦ୍ରରେ ଦିଆଯିବ ଟିକା

ଭୁବନେଶ୍ୱର,୧୪।୬: ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ଗୁରୁତ୍ୱ ଦେବା ସହ ସମସ୍ତ ସହରବାସୀ କିପରି ସୁବିଧାରେ ଟିକା ନେଇ ପାରିବେ ସେ ନେଇ ଭୁବନେଶ୍ୱର ମହାନଗର ନିଗମ...

ଭାଜପା ପ୍ରାର୍ଥୀଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ

ହିନ୍ଦୋଳ,୧୮।୪(ଡି.ଏନ.ଏ): ଢ଼େଙ୍କାନାଳ ଜିଲା ହିନ୍ଦୋଳର ମଙ୍ଗଳପୁରରୁ ଗୁରୁବାର ଭାଜପା ପ୍ରାର୍ଥୀଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ଭାଜପା ପ୍ରାର୍ଥୀ ଆଶୋକ ନାୟକଙ୍କ ଗାଡ଼ିରୁ ଷ୍ଟାଟିକ୍‌...

Advertisement
Archives

Model This Week