ଜଳିଗଲାଣି ଧାନଗଛ, ଚିନ୍ତାରେ ଚାଷୀ

ଉଲୁଣ୍ଡା, ୨୩ା୭ (ଡି.ଏନ.ଏ.)
ଶ୍ରାବଣ ମାସର ଆଦ୍ୟ ଚଉଠି, ଚାରିଦିଗୁ ମେଘ ଆସିବ ଘୋଟି। ଫେଲ ମାରିଲା ଏହି ଖନା ବଚନ। ଚଳିତ ବର୍ଷ ଶ୍ରାବଣ ମାସର ଆଦ୍ୟ ଚଉଠି ଗତ ଶନିବାର ଦିନଠାରୁ ୩୯ ଡିଗ୍ରୀ ତାପମାତ୍ରା ଉପରେ ସିଝୁଛି ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ। ପ୍ରଚଣ୍ଡ ତାପମାତ୍ରାରେ ଜଳି ଯାଉଛି ବୁଣା ଧାନ ଓ ତଳିଘେରା। ଆଖି ସାମ୍ନାରେ ଜଳି ଯାଉଥିବା ଗଜା ଫସଲ ଦେଖି ଅଞ୍ଚଳର ଚାଷୀକୁଳରେ ହା ହାକାର ସୃଷ୍ଟି ହେଉଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀଙ୍କ ମାନସିକ କଷ୍ଟକୁ ଦ୍ୱିଗୁଣିତ କରିଦେଉଛି। ବିଶେଷ କରି ପାଣିପାଗ ବିଭାଗ ତରଫରୁ ବିଭିନ୍ନ ସମୟରେ ମୌସୁମୀ ଏବଂ ଲଘୁଚାପ ବର୍ଷାଜନିତ ତଥ୍ୟ ବାରମ୍ବାର ଫେଲ ମାରୁଥିବାରୁ ଚାଷୀ ଆତଙ୍କିତ ହୋଇପଡିଛି।
ଅଣଜଳସେଚିତ ଉଲୁଣ୍ଡା ବ୍ଲକର ଚାଷୀ ପ୍ରାୟତଃ ବୁଣାଧାନ ଚାଷ ଉପରେ ଭରସା ରଖି ଚାଷ କାର୍ଯ୍ୟ କରୁଥିବା ବେଳେ ବିଗତ ୨ସପ୍ତାହ ଧରି ବର୍ଷାଅଭାବ ସହ ମୁଣ୍ଡଫଟା ଖରା ଯୋଗୁଁ ଗଜା ମରୁଡି ପରିସ୍ଥିତି ଦେଖାଦେଲାଣି। ଅନ୍ୟପକ୍ଷେ ଜମିକୁ ପାଣି ମଡାଇବାର କୌଣସି ସାଧନ ନଥିବା ହେତୁ ନିରୂପାୟ ହୋଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ପୁଣି ବ୍ଲକର ପାଖାପାଖି ୩୦ ପ୍ରତିଶତ ଜମିରେ ରୁଆ ଧାନର ତଳି ଘେରାରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ତଳିଘେରା ସବୁ ପ୍ରଚଣ୍ଡ ଖରାରେ ଫାଟି ଆଁ କରିଥିବା ବେଳେ ପହ୍ଲା ସବୁ ଜଳିଗଲାଣି। ଚଳିତ ୨୦୧୯ ଖରିଫ ପାଇଁ ବ୍ଲକର ସମୁଦାୟ ୨୨୬୫୦ ହେକ୍ଟର ଚାଷ ଜମିରୁ ୧୬୭୯୦ ହେକ୍ଟର ଜମିରେ ଧାନ ଓ ଅବଶିଷ୍ଟ ୫୬୮୦ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ପାଇଁ କୃଷିବିଭାଗ ତରଫରୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଧାନଚାଷ ହେବାକୁ ଥିବା ୧୬୭୯୦ ହେକ୍ଟର ମଧ୍ୟରୁ ପ୍ରାୟ ୧୦ହଜାର ହେକ୍ଟର ଚାଷ ଜମିରେ ଧାନବୁଣା କାର୍ଯ୍ୟ ସରିଥିବା ବେଳେ ବର୍ଷା ଅଭାବ ଯୋଗୁଁ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ତେବେ ଉଲୁଣ୍ଡା ବ୍ଲକରେ ଜୁନ ମାସରେ ହାରାହାରି ବର୍ଷା ୨୧୭.୪ ମିଲି ଓ ଜୁଲାଇ ମାସରେ ୨୧୯.୧୪ ମିଲି ଥିବାବେଳେ ଚଳିତ ବର୍ଷ ଜୁନରେ ୧୫୯.୬ ଓ ଜୁଲାଇ ୨୨ତାରିଖ ପର୍ଯ୍ୟନ୍ତ ୨୦୨.୪ ମିଲି ବର୍ଷା ହୋଇଥିବା ସୂଚନା ମିଳିଛି। ମାତ୍ର ଏହା ସ୍ବଭାବିକ ବର୍ଷାଠାରୁ ବହୁକମ୍‌ ଥିବାହେତୁ ଚାଷ ଅନୁକୂଳ ହୋଇ ନ ପାରି ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇ ପଡି ରହିଛି। ତେବେ ବିଗତ ବର୍ଷମାନଙ୍କରେ ବାରମ୍ବାର ମରୁଡିର ଶିକାରରେ ଚାଷୀର ଅଣ୍ଟା ସଳଖି ନ ଥିବା ସମୟରେ ଏକ ଆସନ୍ନ ମରୁଡି ଚାଷୀକୁଳକୁ ଭୟଭୀତ କରିଦେଇଛି। ସପ୍ତାହକ ଭିତରେ ବଡଧରଣର ବର୍ଷା ନ ହେଲେ ଗଜାଧାନ ସବୁ ଜଳିପୋଡି ନଷ୍ଟ ହୋଇଯିବ ବୋଲି ମରାଲୋଏ ଗ୍ରାମର ନୀରଦ ସୁନ୍ଦର ପୁରୋହିତ, ପଞ୍ଚମହଲାର ଜଶୋବନ୍ତୀ ମାହାର, ଗୌଡଗଁାର ପ୍ରଶାନ୍ତ ପାଣିଗ୍ରାହୀ ପ୍ରମୁଖ ପ୍ରକାଶ କରିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri