‘ଜଳସାଥୀ’ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ୫୯୩ଟଙ୍କା ଜଳକର

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୈଷୟିକ ତାଲିମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର ରେଲଓ୍ବେ ଅଡିଟୋରିୟମ୍‌ରେ ଜଳସାଥୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଏହା କହିଛନ୍ତି। ଏହି ଅବସରରେ ସେ ‘ଜଳସାଥୀ’ ଆପ୍‌କୁ ମଧ୍ୟ ଉନ୍ମୋଚନ କରିଛନ୍ତି। ପ୍ରଥମ ଥର ପାଇଁ ରାଜଧାନୀର ୭ଟି ଓ୍ବାର୍ଡରେ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ ହେବ। ଜଳକର ଆଦାୟ ସହ ବିଶୁଦ୍ଧ ଜଳ ଉପରେ ଜଳସାଥୀ ଗୁରୁତ୍ୱ ଦେବ। ସ୍ବଚ୍ଛ ପାନୀୟ ଜଳ ପାଇବା ଦିଗରେ ଜଳସାଥୀ ଲୋକଙ୍କୁ ସଚେତନ କରିବ। ଜଳଯୋଗାଣକାରୀ ସଂସ୍ଥା ଓ ଉପଭୋକ୍ତାଙ୍କ ମଧ୍ୟରେ ଜଳସାଥୀ ସେତୁ ଭଳି କାମ କରିବ ବୋଲି ନବୀନ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ୫୯୩ଟଙ୍କା ଜଳକର ବାବଦକୁ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, ପୂର୍ବ ପରି ରହିବ କୋଭିଡ୍‌ କଟକଣା

ସମ୍ବଲପୁର,୯।୩(ବ୍ୟୁରୋ): ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଛି ମା’ ସମଲେଶ୍ବରୀଙ୍କ ମନ୍ଦିର । କୋଭିଡ୍‌ ଯୋଗୁଁ ବହୁ ଦିନ ଧରି ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା।...

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସିଂ ଜରିଆରେ ଏହି ବୈଠକ...

କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଧାନସଭା ପରିସରସ୍ଥ ଚିକିତ୍ସାଳୟରେ କରୋନା ଟିକା ନେଇଛନ୍ତି। ଏ ସମ୍ପର୍କରେ ନବୀନ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ପ୍ରାଣୀଧନ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରଘୁନାଥପୁର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା...

ପୋଲିସକୁ ଦୋଷ ଦେଲା ଗୋଇନ୍ଦା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ୧୧ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ୪୦ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର ସୋମବାର ରାଜଧାନୀ ଭିତରେ ପଶି ସ୍ଥିତି ଅଣାୟତ୍ତ କରିବା ଘଟଣା...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲାରେ ରାସ୍ତା ଉପରେ ପଡିଛି କୁଢ଼କୁଢ଼ ଔଷଧ

ଝାରସୁଗୁଡ଼ା ଅଫିସ,୧୨ା୧୦: ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଓଡ଼ିଶା ଷ୍ଟେଟ୍‌ ମେଡିକାଲ୍‌ କର୍ପୋରେଶନ ଲିମିଟେଡ୍‌ (ଓଏସ୍‌ଏମ୍‌ସିଏଲ୍‌) ଗଠନ କରିଛନ୍ତି। ଏହା ଦ୍ୱାରା ନିରାମୟ...

ଫେକ୍‌ ଆଇଡିରୁ ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିଲା ଚିଠି; ନାସା ନାଁରେ ଭୁଆଁ ବୁଲାଇଥିଲେ ନାବାଳକ

ଅନୁଗୋଳ ଅଫିସ,୨।୧୨: ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା...

ଶ୍ରମ କାର୍ଡ ନାଁରେ ଠକୁଛନ୍ତି ଦଲାଲ:ନକଲି କାର୍ଡ଼ ଦେଇ ଲୋକଙ୍କଠାରୁ ଲୁଟୁଛନ୍ତି ଟଙ୍କା

ନବରଙ୍ଗପୁର,୧୫।୨(ବି.ପ୍ର.) ଶିକ୍ଷା ଓ ସଚେତନତା ଅଭାବ ଯୋଗୁ ଅନେକ ଶ୍ରମିକ ଠକାମିର ଶିକାର ହେଉଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରମ କାର୍ଡ ପାଇଁ ନାମ...

Advertisement
Archives

Model This Week