ଜଳସମ୍ପଦ ମନ୍ତ୍ରୀଙ୍କ ଗସ୍ତ: ମଙ୍ଗଳା ଦର୍ଶନ ସହ ନଦୀ ବନ୍ଧବାଡ଼ ବୁଲି ଦେଖିଲେ

କାକଟପୁର,୧୨।୯(ଡି.ଏନ୍‌.ଏ.): ରାଜ୍ୟ ଜଳ ସମ୍ପଦ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା, ଯୁବ-ବ୍ୟାପାର, ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ ପ୍ରମୁଖ ସ୍ବାଗତ କରିଥିଲେ। ପରେ ତାଙ୍କୁ ସ୍ଥାନୀୟ ମଙ୍ଗଳା ମନ୍ଦିରକୁ ନିଆଯାଇଥିଲା। ସେଠାରେ ମନ୍ତ୍ରୀ ମା’ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ଦେବୀନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧକୁ ଯାଇ ସେଠାର ଅବସ୍ଥା ତଦାରଖ କରିଥିଲେ। ନଦୀବନ୍ଧର ସମ୍ବେଦନଶୀଳ ବାଉରିଆକଣ, ଅସନ, ନଗର ପ୍ରଭୃତି ସ୍ଥାନ ଗସ୍ତ କରିବା ସହ ବନ୍ଧର ଅବସ୍ଥା ଏବଂ ବନ୍ଧରୁ ନଦୀଶଯ୍ୟାକୁ ନିର୍ମାଣ କରାଯାଇଥିବା ବୁରୁଜର ଅବସ୍ଥା ଅନୁଧ୍ୟାନ କରିଥିଲେ। ଏହାପରେ ମନ୍ତ୍ରୀ ଧୋବାନାଳୀ, ନଗର ଲୁଣାବନ୍ଧ, କେଉଟଜଙ୍ଗା ସୁନାମି ପ୍ରତିରୋଧ ବନ୍ଧ ପ୍ରଭୃତି ସ୍ଥାନ ବୁଲି ଦେଖିଥିଲେ। ମନ୍ତ୍ରୀଙ୍କ ସହ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀ ଯୁଗଳ କିଶୋର ତ୍ରିପାଠୀ, ଡ୍ରେନେଜ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଦାସ, ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଶଶିଭୂଷଣ ମିଶ୍ର, ଉପନିର୍ବାହୀ ମନ୍ତ୍ରୀ ତପନ କୁମାର ନାୟକ ପ୍ରମୁଖ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲେବାନନ୍‌ରୁ ଇସ୍ରାଏଲ୍‌ ଓହରିବା ଆବଶ୍ୟକ: ଇରାନ

ଦୁବାଇ,୧୭ା୬: ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ ଲାଗି ଆମେରିକା ଓ ଇରାନ ସହମତିରେ ପହଞ୍ଚତ୍ଥିବା ଏବଂ ଆସନ୍ତା ୧୯ର ଉଭୟ ପକ୍ଷ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ବାକ୍ଷର…

ଟ୍ରମ୍ପ୍‌ଙ୍କୁ ଭେଟିଲେ ମୋଦି, ଆଜି ଦ୍ବିପାକ୍ଷିକ ଆଲୋଚନା

ଏଭିଆନ୍‌-ଲେସ୍‌-ବାଏନ୍ସ,୧୭ା୬: ଫ୍ରାନ୍ସର ଏଭିଆନ୍‌-ଲେସ୍‌-ବାଏନ୍ସରେ ଜି-୭ ଶିଖର ସମ୍ମିଳନୀ ପାଇଁ ବିଶ୍ୱନେତା ଏକାଠି ହୋଇଥିବାବେଳେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟି କରମର୍ଦ୍ଦନ…

ଶୁଭାରମ୍ଭ ବେଳେ ଫୁଲତୋଡ଼ା, ନିଲମ୍ବନ ପରେ ଏତଲା: ଫିଟୁଛି ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତା ଗୁମର

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଏହି ଅନିୟମିତତା ଧରାପଡ଼ିବା ପରେ ଗତ ୮ତାରିଖ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ

ଭୁବନେଶ୍ୱର, ୧୭ା୬(ବନ୍ଦନା ସେଠୀ):ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ…

ଆଜି ସୃଷ୍ଟି ହେବ ଧ୍ରୁବ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

ଆଜି ଜୁନ୍ ୧୭ ତାରିଖରେ, ଚନ୍ଦ୍ର କର୍କଟ ରାଶିରେ ଅଛନ୍ତି, ଏବଂ ଚନ୍ଦ୍ର, ବୃହସ୍ପତି ଏବଂ ଶନିଙ୍କ ପ୍ରଭାବ ପ୍ରଭାବଶାଳୀ ହେବ। ପୁନର୍ବାସୁ ନକ୍ଷତ୍ରର ଉପସ୍ଥିତି ‘ଧ୍ରୁବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri