ଜଳସଙ୍କଟରେ ଗୋଚ୍ଛାୟତସାହିବାସୀ

ବଅଁରପାଳ, ୨୪ା୫(ଡି.ଏନ.ଏ.)- ବଅଁରପାଳ ବ୍ଲକ ଗିରାଙ୍ଗ ଗୋଚ୍ଛାୟତ ସାହିରେ ଲାଗି ରହିଛି ପାନୀୟ ଜଳ ସଙ୍କଟ। ସାହିବାସୀ ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସାହିରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନ ଥିବାବେଳେ ଏକମାତ୍ର ଖୋଲା କୂଅ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଫଳରେ ସାହି ନିକଟରେ ଥିବା ଏକ ନଳକୂଅ ଉପରେ ନିର୍ଭର କରୁଛନ୍ତି ପ୍ରାୟ ୪୦ ପରିବାର।
ସାହିବାସୀଙ୍କ କହିବା ମୁତାବକ, ପୂର୍ବରୁ ଲାଗି ରହିଥିବା ଜଳ ସମସ୍ୟା ଏବେ ବଢିଯାଇଛି। ସରକାରଙ୍କ ପକ୍ଷରୁ ସାହି ମଧ୍ୟରେ ଗୋଟିଏ ହେଲେ ନଳକୂଅର ବ୍ୟବସ୍ଥା କରାଯାଇନାହିଁ। ଏକମାତ୍ର ସରକାରୀ ଖୋଲାକୂଅଟି ଏବେ ପରିତ୍ୟକ୍ତ ଅବସ୍ଥାରେ। ସାହିଠାରୁ ଦୂରରେ ଥିବା ୨ଟି ନଳକୂଅ ମଧ୍ୟରୁ ଗୋଟିଏ ଅଚଳ ହୋଇପଡିଛି। ଫଳରେ ଆଉ ଗୋଟିଏ ନଳକୂଅରେ ସାହିର ୪୦ ପରିବାର ନିର୍ଭର କରୁଥିଲେ ହେଁ ସେଥିରୁ ଆବଶ୍ୟକ ମୁତାବକ ପାଣି ବାହାରୁନାହିଁ। ଏହା ନାଲ୍‌କୋ ପାର୍ଶ୍ୱବର୍ତ୍ତୀ ଗ୍ରାମ ହୋଇଥିବାରୁ ପ୍ରକଳ୍ପ ପକ୍ଷରୁ ପାଇପ୍‌ ଯୋଗେ ପାଣି ଯୋଗାଯିବା ସହ ସରକାରଙ୍କ ପକ୍ଷରୁ ଏଠାରେ ନଳକୂଅ ଖୋଳିବାକୁ ସାହିବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ସାହିର ଭାଗିରଥୀ ଗୋଚ୍ଛାୟତ, ମନିଷା ଗୋଚ୍ଛାୟତ, ପ୍ରଜାପତି ଗୋଚ୍ଛାୟତ ପ୍ରମୁଖ କୁହନ୍ତି, ପାଣି ପାଇଁ ବହୁ ଅସୁବିଧା ଭୋଗିବାକୁ ପଡୁଛି। ସାହିଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ନଳକୂଅ ଶୋଷ ମେଣ୍ଟାଇପାରୁନି। ଫଳରେ ଦୂର ବାଟରୁ ପାଣି ବୋହି ଘରକୁ ଆଣିବାକୁ ପଡୁଛି। ନାଲ୍‌କୋ ପକ୍ଷରୁ ଜଳ ଯୋଗାଣ କିମ୍ବା ସରକାରଙ୍କ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଗଲେ ସାହିବାସୀଙ୍କ ସମସ୍ୟା ଦୂର ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌: ଦମ୍ପତିଙ୍କ ଜୀବନଗଲା,ଘଟଣାସ୍ଥଳରେ ଉତ୍ତେଜନା

ଅନୁଗୋଳ ଅଫିସ,୮।୩: ଅନୁଗୋଳ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିି। ଏହି ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।...

କଡ଼ାକଡ଼ି ପାଳନ ହେଉ କଟକଣା

ଅନୁଗୋଳ ଅଫିସ,୧୮ା୧୦: ଦୀର୍ଘ ମାସ ପରେ ଶ୍ରେଣୀଗୃହକୁ ଫେରିବେ ଅଷ୍ଟମ ଶ୍ରେଣୀ ପିଲା। ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରି ସେମାନେ ମଧ୍ୟ କୋଭିଡ୍‌ ସମୟରେ...

ଶଟ୍‌ଡାଉନ୍‌ରେ ଯୋଡ଼ିହେଲା ଶୁକ୍ରବାର

ତାଳଚେର,୨୩ା୪(ନି.ପ୍ର.) ଅନୁଗୋଳ ଜିଲାରେ ଦୈନିକ କରୋନା ସଂକ୍ରମଣ ଏବେ ଦ୍ୱିଶତକ ମୁହାଁ । ଲଗାତର ୩ ଦିନ ଧରି ଜିଲାରୁ ଶତାଧିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି।...

୧୪୭ ଫେରନ୍ତା ଶ୍ରମଜୀବୀ ପଞ୍ଜୀକୃତ

ବଇଣ୍ଡା,୨୫।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରଶାସନ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ବାହାରୁ ଫେରିଥିବା ୧୪୭ ଶ୍ରମଜୀବୀ ବୁଧବାର ନାମ ପଞ୍ଜୀକରଣ କରିଛନ୍ତି। ସେମାନେ...

ଭାନୁ, ଧ୍ରୁବଙ୍କୁ ମିଳିବ ଘର

ବଇଣ୍ଡା, ୧୯ା୭(ଡି.ଏନ.ଏ)  ଘର ଖଣ୍ଡିଏ ନ ଥିବାରୁ ଦୁର୍ବିଷହ ଜୀବନ କାଟୁଥିବା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ବିଲେଇନାଳୀ ଗ୍ରାମର ଭାନୁ ଦେହୁରୀ ଓ ନୁନୁକାପଶି...

ଗଁ। ଗଁ। ବୁଲି ଖୋଜୁଛନ୍ତି କ୍ରୀଡ଼ା ପ୍ରତିଭା

ଛେଣ୍ଡିପଦା, ୨୪ା୧ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବାର ଆଗ୍ରହ ୭୩ ବର୍ଷ ବୟସରେ ବି ତାଙ୍କୁ ଯୁବକ କରି...

ତୀର୍ଥଯାତ୍ରୀଙ୍କୁ ଲୁଟ୍‌ ଉଦ୍ୟମ ପଣ୍ଡ, ୩ ଗିରଫ

ଅନୁଗୋଳ ଅଫିସ/ବଅଁରପାଳ,୩।୧ – ଅନୁଗୋଳ ଜିଲା ବଅଁରପାଳ ଥାନା ତଳମୂଳ ଉଚ୍ଚ ବିଦ୍ୟାଳୟ ନିକଟରେ ବୁଧବାର ବିଳମ୍ବିତ ରାତିରେ ତୀର୍ଥଯାତ୍ରୀଙ୍କଠାରୁ ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଛି।...

ଶୈଳଶ୍ରୀକ୍ଷେତ୍ର ବାହୁଡ଼ିଲେ ମହାବାହୁ: ଆଜି ରଥ ଉପରେ ସୁନାବେଶ

ଅନୁଗୋଳ ଅଫିସ, ୧୩।୭ – ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ୯ ଦିନର ଲୀଳାଖେଳ ଶେଷ କରି ଶୈଳଶ୍ରୀକ୍ଷେତ୍ର ବାହୁଡ଼ି ଆସିଛନ୍ତି ମହାବାହୁ। ନିର୍ଦ୍ଧାରିତ ସମୟ...

Advertisement
Archives

Model This Week