ଜଳଜୀବଙ୍କ ପ୍ରତି ଆକର୍ଷଣରୁ ମତ୍ସ୍ୟବିଜ୍ଞାନୀ

ସିମୁଳିଆ,୧୦ା୧୦(ଡି.ଏନ୍‌.ଏ.)- ଧରିତ୍ରୀ ପୃଷ୍ଠରେ ପ୍ରକୃତି ଓ ଜୀବଜଗତ ବଡ ବୈଚିତ୍ର୍ୟମୟ। ପିଲାଦିନେ ଜଳଜୀବଙ୍କ ପ୍ରତି ଆକର୍ଷଣ ତାଙ୍କୁ ଆଜି ମତ୍ସ୍ୟ ବିଜ୍ଞାନୀର ପରିଚୟ ହେଇଛି। ଓଡ଼ିଶାରେ ମତ୍ସ୍ୟଚାଷର ବିକାଶ ଲାଗି ସେ ନିରନ୍ତର ଗବେଷଣା ଜାରି ରଖିଛନ୍ତି। ଜୈବିକ ତଥା ସମନ୍ନିତ ପଦ୍ଧତିରେ ମାଛ ଚାଷ କରି ଚାଷୀମାନେ ଅଧିକ ଲାଭବାନ ହେବା ସହ ସ୍ବାବଲମ୍ବୀ ହୋଇପାରିବେ । ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ରୂପେ କାର୍ଯ୍ୟ କରୁଥିବା ଡ. ଅମ୍ବିକା ପ୍ରସାଦ ନାୟକ ବଷର୍ର୍ସାରା ମାଛ ଅମଳ ପାଇଁ ମୁଣ୍ଡା ଯାଆଁଳ ବ୍ୟବହାର, ସମନ୍ବିତ ମାଛଚାଷ, ବ୍ଲାକ କାର୍ପ ମାଛ ଦ୍ୱାରା ପୋଖରୀରେ ଗେଣ୍ଡା ନିୟନ୍ତ୍ରଣ, ଜୈବିକ ପଦ୍ଧତିରେ ମାଛ ରୋଗ ପ୍ରତିଷେଧକ ଆଦି କ୍ଷେତ୍ରରେ ଗବେଷଣା କରି ସଫଳ ହୋଇଛନ୍ତି ା ବାଡି ଅଗଣାରେ ଜଳ କୁଣ୍ଡରେ ମାଛ ଚାଷ (ବାୟୋଫ୍ଲକ) ଅଧିକ ମୂଲ୍ୟଯୁକ୍ତ ଏମୁରକାର୍ପ ମାଛ ଉପତ୍ାଦନ, ମାଛ ପାରମ୍ପରିକ ଖାଦ୍ୟରେ ଇଷ୍ଟ(କବକ) ଓ ପ୍ରୋ-ବାୟୋଟିକ୍ସର ବ୍ୟବହାର, ଚାଷୀ ଖର୍ଚ୍ଚ କମ୍‌ କରି ଅଧିକ ଲାଭ ପାଇଁ କୃତ୍ରିମ ଖାଦ୍ୟ ବ୍ୟବହାର, ଅଙ୍ଗୁଳିକା ଯାଆଁଳ, କେକ୍‌ ଫିଡିଂ ଇତ୍ୟାଦି ଉପରେ ତାଙ୍କ ଗବେଷଣା ଜାରି ରହିଛି ା କେବଳ ସେତିକି ନୁହେଁ , ଯାଆଁଳ ସଂରକ୍ଷଣ ପାଇଁ ଛୋଟ ପୋଖରୀ ବ୍ୟବସ୍ଥା ଓ ଚାଷୀ ଋଣରେ ସରଳୀକରଣ କରିବା ଲାଗି ସେ ଉଦ୍ୟମ ଚଳାଇଛନ୍ତି।
ଓଡ଼ିଶାର ଜଣେ ସୁନାମଧନ୍ୟ ଜଳଜୀବ ବୈଜ୍ଞାନିକ ବା ମତ୍ସ୍ୟ ବିଜ୍ଞାନୀ ପରିଚିତ ଡ. ଅମ୍ବିକା ପ୍ରସାଦ ନାୟକ କେବଳ ନିଜ କାର୍ଯ୍ୟକ୍ଷେତ୍ର ନୁହେଁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ନିକଟରେ ପହଁଞ୍ଚି ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରି ଆସୁଛନ୍ତି ା ମୋବାଇଲ ଓ ବିଭିନ୍ନ ସୋସିଆଲ ମିଡିଆ ସହାୟତାରେ ସେ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ମାଛ ଚାଷର ବିଭିନ୍ନ ସମସ୍ୟାର ସମାଧାନ କରିଥାଆନ୍ତି ା ଗବେଷଣା କ୍ଷେତ୍ରରେ ଉକତ୍ର୍ଷତା ପାଇଁ ତାଙ୍କୁ ମିଳିଛି ସ୍ବର୍ଣ୍ଣ ମେଡାଲ । ନୟାଗଡ଼ ଜିଲା ସିକ୍ରିଡା ବ୍ଲକ ଅଧୀନ ସିକ୍ରିଡା ଅଞ୍ଚଳର ଅମ୍ବିକାପ୍ରସାଦଙ୍କ ଘର। ମା’ ସରୋଜିନୀ ଓ ବାପା ଡ. ଫକୀର ମୋହନ ନାୟକ। ତାଙ୍କ ପିଲାବେଳ ତାଙ୍କର ବିଭିନ୍ନ ଗ୍ରାମାଞ୍ଚଳରେ କଟିଥିବାରୁ ଜଳଜୀବଙ୍କ ସମ୍ପର୍କରେ ଜାଣିବାର ଆଗ୍ରହ ବୃଦ୍ଧି ପାଇଥିଲା। ତାଙ୍କ ବାପା କୋରାପୁଟ ଜେଲର ଡାକ୍ତର ହୋଇଥିବାରୁ ତାଙ୍କ ପ୍ରଥମ ଶିକ୍ଷା କୋରାପୁଟ ଜେଲ ଉପ୍ରା ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା। ପରେ ସମ୍ବଲପୁର ଜିଏମ୍‌ କଲେଜରୁ ଯୁକ୍ତଦୁଇ ବିଜ୍ଞାନ ଓ ଭୁବନେଶ୍ୱର ଓୟୁଏଟିରୁ ସ୍ନାତକ ଓ ସ୍ନାତକତ୍ତୋର ପାଶ୍‌ କରିଥିଲେ ା ପରେ ସର୍ବଭାରତୀୟ କୃଷି ଗବେଷଣା ଦ୍ୱାରା ପରିଚାଳିତ ଜୁନିୟର ରିସୋର୍ସ ଫେଲୋସିପ(ଜେଆର୍‌ଏଫ୍‌) ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଥିଲେ। ମସତ୍‌ୟ ବିଜ୍ଞାନ ବିଭାଗ ସ୍ନାତକତ୍ତୋରରେ ପ୍ରଥମ ହୋଇ ଗୋଲ୍ଡ ମେଡାଲ ପାଇଥିଲେ ା
୧୯୯୫ରେ ଆନ୍ଧ୍ର ଓଡିଶା ଚିଙ୍ଗୁଡି ଯାଆଁଳ ଉପତ୍ାଦନର ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରି ପରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ଅଧୀନରେ କଳାହାଣ୍ଡି ଓ ସମ୍ବଲପୁର ଜିଲାରେ କାର୍ଯ୍ୟ କରି ୨୦୦୫ରୁ ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ରୂପେ କାର୍ଯ୍ୟ କରୁଛନ୍ତି । ତାଙ୍କ ସାନଭାଇ ଜଗନ୍ନାଥ ପ୍ରସାଦ ଜଣେ ଇଞ୍ଜିନିୟର ା ପୁଅ ସ୍ବପ୍ନ ସମ୍ଭବ କମ୍ପ୍ୟୁଟର ଇଞ୍ଜିନିୟର ପଢୁଥିବା ବେଳେ ସ୍ତ୍ରୀ ନମିତା ଓ ମା’ ଗୃହିଣୀ ରୂପେ ଭୁବନେଶ୍ୱର ଘରେ ରହୁଛନ୍ତି। ଅମ୍ବିକା ପ୍ରସାଦ କହନ୍ତି, ସେ ପରିବାର ଠାରୁ ଦୂରରେ ରହୁଥିବାରୁ ବିଭିନ୍ନ ଅଞ୍ଚଳର ଚାଷୀଙ୍କ ସହିତ ମିଶି ସମୟ ଅତିବାହିତ କରୁଛନ୍ତି ା ୨୦୦୦ରେ କଳାହାଣ୍ଡି ଜିଲାର କମଲପୁର ବ୍ଲକ ଖଣ୍ଡିଡଙ୍ଗିରିଗୁଡା ଅଞ୍ଚଳର ଚଷୀଙ୍କ ନିକଟକୁ ଯାଇ ଫେରୁଥିବା ବେଳେ ହାତୀ ନଦୀରେ ଡଙ୍ଗା ବୁଡି ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ସେଠାରେ ଚାଷୀମାନଙ୍କ ଦ୍ୱାରା ସେ ଉଦ୍ଧାର ଲାଭ କରିଥିଲେ। ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ମତ୍ସ୍ୟ ଓ ଅନ୍ୟ ଆନୁଷଙ୍ଗିକ କୃଷିର ବିକାଶ ହେଲେ ରାଜ୍ୟ ଅର୍ଥନୀତି ସୁଦୃଢ଼ ହୋଇ ପାରିବ । ମାଛ ଚାଷର ବିକାଶ ଲାଗି ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଦରକାର। ଓୟୁଏଟି ପକ୍ଷରୁ ତାଙ୍କୁ ‘ଆୱାର୍ଡ ଅଫ୍‌ ଏକ୍ସଲେନ୍ସ’ ସମ୍ମାନ ମିଳିବା ଏବଂ ଗତବର୍ଷ ଡିସେମ୍ବର ୨୩ ତାରିଖରେ ଖଇରା ବ୍ଲକ ଗଣ୍ଡିବେଡରେ ଚାଷୀ ମାନଙ୍କ ଦ୍ୱାରା ଆୟୋଜିତ ଉସତ୍ବରେ ସମ୍ମାନିତ କରାଯିବା ଘଟଣା ତାଙ୍କୁ ଅଧିକ ଆନନ୍ଦ ଦେଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ନୀଳଗିରି ଜଗନ୍ନାଥ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ପୀଠ

ସଜନାଗଡ଼,୬।୧: ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୯ ମାସର ବ୍ୟବଧାନ ପରେ ବୁଧବାର ବାଲେଶ୍ୱର ଜିଲା ନୀଳଗିରିର ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ...

ପ୍ଲାଜ୍‌ମା ଥେରାପି ଚିକିତ୍ସା ଉପରେ ବଢୁଛି ଭରସା

ବାଲେଶ୍ୱର ଅଫିସ,୬।୫:  ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଜମା ଥେରାପି ଚିକିତ୍ସା ଉପରେ ଦିନକୁ ଦିନ ଭରସା ବଢୁଛି। ଗତ ୨୦୨୦ ଅଗଷ୍ଟ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ...

ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅକ୍ଷିଣବାଡ଼ ପଞ୍ଚାୟତ ହାଟଡ଼ିହି ଉତ୍ତରବାଡ଼ ଗ୍ରାମର ଜଣେ ନାବାଳିକାଙ୍କର ସୋମବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ...

ଆସୁଛି ପାର୍ବଣ ଋତୁ: ଅନିଶ୍ଚିତତା ମଧ୍ୟରେ ମୂର୍ତ୍ତି କାରିଗର

ବାଲେଶ୍ୱର ଅଫିସ, ୨୬।୭: ଆସୁଛି ପାର୍ବଣ ଋତୁ। ପ୍ରଥମେ ଖୁଦୁରୁକୁଣୀ ପରେ ଗଣେଶ, ବିଶ୍ୱକର୍ମା, ଦୁର୍ଗାପୂଜା, ଗଜଲକ୍ଷ୍ମୀ, କାର୍ତ୍ତିକେଶ୍ୱର, ସରସ୍ବତୀ, ମନୀଷା ଦେବୀ, କାଳୀପୂଜା ଅନୁଷ୍ଠିତ...

ସୁବିଧାଠାରୁ ବହୁ ଦୂରରେ ଯୋଡ଼ା ବସ୍‌ଷ୍ଟାଣ୍ଡ

0ଯୋଡ଼ା,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହର ବସ୍‌ଷ୍ଟାଣ୍ଡର ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡ଼ୁଥିବା ବେଳେ ଏହି ବସ୍‌ଷ୍ଟାଣ୍ଡ ପ୍ରତି ଯୋଡ଼ା ପୌରପାଳିକା କିମ୍ବା ଜିଲା ପ୍ରଶାସନ...

ଏସ୍‌ଏଏନ୍‌ଟି ମିଶାଇଲ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଚାନ୍ଦିପୁର ଡିଆରଡିଏ ପକ୍ଷରୁ କ୍ଷେପଣାସ୍ତ୍ର ଷ୍ଟାଣ୍ଡ ଅଫ୍‌ ଆଣ୍ଟି ଟ୍ୟାଙ୍କ ମିଶାଇଲ (ଏସ୍‌ଏଏନ୍‌ଟି) ସୋମବାର ପରୀକ୍ଷଣ କରାଯାଇଛି। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା...

ମୁକାବିଲା ପାଇଁ ପୋଲିସ ସଜାଗ-ଡିଜିପି

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୧୮।୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ବାଲେଶ୍ୱର...

ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି

ରୂପ୍‌ସା/ସଜନାଗଡ଼/ବାହାନଗା, ୨୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପୃଥକ ସ୍ଥାନରେ ମଙ୍ଗଳବାର ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି ଘଟିଛି। ମୃତକମାନେ ହେଲେ ରୂପ୍‌ସା ଥାନା ପୋଡ଼ାଡ଼ିହା ଗ୍ରାମର ଗୋପାଳ...

Advertisement
Archives

Model This Week