Posted inଖେଳ

ଜର୍ମାନୀରେ ୩ ମାସ ଫସି ରହିବା ପରେ ଭାରତ ଫେରିଲେ ଆନନ୍ଦ

ଚେନ୍ନାଇ,୩୦।୫(ପି.ଟି.): ଶେଷରେ ପୂର୍ବତନ ବିଶ୍ୱ ଚେସ୍‌ ଚାମ୍ପିୟନ ବିଶ୍ୱନାଥନ୍‌ ଆନନ୍ଦ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। କୋଭିଡ୍‌-୧୯ ମହାମାରୀ କାରଣରୁ ଲାଗୁ ଥିବା ଯାତ୍ରା କଟକଣା ପାଇଁ ସେ ଜର୍ମାନୀରେ ୩ ମାସ ଫସି ରହିଥିଲେ। ଆନନ୍ଦ ଶନିବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ତାଙ୍କ ସ୍ତ୍ରୀ ଅରୁଣା କହିଛନ୍ତି।

ଆନନ୍ଦ ଫ୍ରାଙ୍କଫର୍ଟରୁ ଏୟାର ଇଣ୍ଡିଆ ବିମାନ (ଏ ୧- ୧୨୦)ରେ ଶୁକ୍ରବାର ରାତିରେ ଯାତ୍ରା ଆରମ୍ଭ କରିଥିଲେ। ସେ ଦିଲ୍ଲୀ ବାଟ ଦେଇ ବେଙ୍ଗାଲୁରୁରେ ଶନିବାର ପହଞ୍ଚିଛନ୍ତି। କର୍ନାଟକ ସରକାରଙ୍କ ନିୟମ ଅନୁସାରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ଅରୁଣା କହିଛନ୍ତି। ଜର୍ମାନୀରେ ବୁଣ୍ଡେସଲିଗା ଚେସ୍‌ ଲିଗ୍‌ ଖେଳିବାପରେ ତାଙ୍କର ଭାରତ ଫେରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର କରୋନା ଭାଇରସ୍‌ ମହାମାରୀ କାରଣରୁ ସବୁ କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ଲକ୍‌ ଡାଉନ୍‌ ଯୋଗୁ ସେ ସ୍ବଦେଶ ଫେରିପାରି ନ ଥିଲେ। ଫଳରେ ସେ ଫ୍ରାଙ୍କଫର୍ଟରେ ରହିକ୍ୟାଣ୍ଡିଡେଟ୍ସ ଚେସ୍‌ ଟୁର୍ନାମେଣ୍ଟ ପାଇଁ ଅନ୍‌ ଲାଇନ୍‌ କମେଣ୍ଟ୍ରି କରୁଥିଲେ। କିନ୍ତୁ ଏହି ଟୁର୍ନାମେଣ୍ଟ ମଧ୍ୟ ମହାମାରୀ କାରଣରୁ ଅଧାରୁ ବାତିଲ ହୋଇଥିଲା। ଚଳିତ ମାସ ପ୍ରାରମ୍ଭରେ ଖେଳାଯାଇଥିବା ଅନ୍‌ଲାଇନ୍‌ ନେସନ୍ସ କପ୍‌ରେ ସେ ଭାରତର ନେତୃତ୍ୱ ନେଇଥିଲେ। ଜର୍ମାନୀରେ ଫସି ରହିଥିବା ବେଳେ ଆନନ୍ଦ ଭିଡିଓ କଲ୍‌ ମାଧ୍ୟମରେ ପରିବାର ସହିତ ସମ୍ପର୍କରେ ଥିଲେ ଓ ଚେସ୍‌ ସମ୍ପର୍କିତ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠୁ ଫିଫା ବିଶ୍ୱକପ୍‌: ଭାଗନେବେ ୪୮ ଦେଶ

ମେକ୍ସିକୋ ସିଟି (ମେକ୍ସିକୋ), ୧୧ା୬:ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ODI ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର: ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଜୁନ ୧୩ରୁ ଆରମ୍ଭ ହେବାକୁ ଯାଉଛି। ତଥାପି, ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ…

ଅଧିନାୟକ ପଦ ଛାଡି କ୍ରିକେଟରୁ ବିଦାୟ ଦେବେ ବେନ ଷ୍ଟୋକ୍ସ! ନାଇଟ କ୍ଲବ ଘଟଣା ପରେ କ୍ରିକେଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ନୂଆଦିଲ୍ଲୀ,୧୦।୬: କ୍ରିକେଟ ଇତିହାସର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ବେନ ଷ୍ଟୋକ୍ସ ଖୁବ ଶୀଘ୍ର ତାଙ୍କର ଅବସର ଘୋଷଣା କରିପାରନ୍ତି। ରିପୋର୍ଟ ଅନୁସାରେ ଷ୍ଟୋକ୍ସ ଟେଷ୍ଟ ଅଧିନାୟକ…

୩୫ ଚୌକା, ୯ ଛକା ସହ ୨୧୦ ରନର ଏକ ଇନିଂସ… ବୈଭବ ସୂର୍ଯ୍ୟବଂଶୀ ନୁହେଁ ଗର୍ଜିଲା ତାଙ୍କ ବନ୍ଧୁଙ୍କ ବ୍ୟାଟ

ନୂଆଦିଲ୍ଲୀ,୧୦।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ରେ ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା କେବଳ ଲୋକଲୋଚନକୁ ଆସି ନଥିଲେ ବରଂ ଭାରତୀୟ ଜାତୀୟ ଦଳରେ…

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri