Posted inଖେଳ

ଜର୍ମାନୀରେ ଫସିଲେ ବିଶ୍ୱ ଚାମ୍ପିୟନ ଚେସ ଖେଳାଳି ବିଶ୍ୱନାଥନ

ନୂଆଦିଲ୍ଲୀ,୧୬।୩- କରୋନା ଭାଇରସର ପ୍ରକୋପ ଯୋଗୁ ବିଶ୍ୱର ସମସ୍ତ କ୍ରୀଡ଼ା ଇଭେଣ୍ଟ ପ୍ରଭାବିତ ହୋଇଛି। ଏଥିରୁ ଚେସ୍‌ କ୍ରୀଡ଼ା ମଧ୍ୟ ବର୍ତ୍ତି ପାରିନାହିଁ। ବୁଣ୍ଡେସଲିଗା ଚେସ ଲିଗ୍‌ ବାତିଲ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଜର୍ମାନୀ ଯାଇଥିବା ପାଞ୍ଚ ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ସେଠାରେ ଫସିରହିଛନ୍ତି। ତାଙ୍କର ସୋମବାର ଜର୍ମାନୀରୁ ଚେନ୍ନାଇ ଫେରିବାର ଥିଲା। କିନ୍ତୁ ଭାଇରସ ଯୋଗୁ ବିଶ୍ୱନାଥଙ୍କୁ ଜର୍ମାନୀରେ ଅଟକିବାକୁ ପଡ଼ିଛି। ୫୦ ବର୍ଷୀୟ ଆନନ୍ଦ ଫ୍ରାଙ୍କଫଟ ନିକଟରେ ରହିଛନ୍ତି ବୋଲି ସ୍ତ୍ରୀ ଅରୁଣା କହିଛନ୍ତି। ଚେସ୍‌ ଆଇକନ ଏବେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବେ। ଏହି ସମୟରେ ସେ ରୁଷିଆର ଏକାଟେରିନବର୍ଗଠାରେ ଫିଡେ କ୍ୟାଣ୍ଡିଡେଟ୍‌ ଟୁର୍ନାମେଣ୍ଟରେ କମେଣ୍ଟ୍ରି କରିବେ। ଏଥିଯୋଗୁ ସେ ବ୍ୟସ୍ତ ରହିବେ। ତାଙ୍କ ଫେରିବା ଯୋଜନା ସମ୍ପର୍କରେ କିଛି ସ୍ପଷ୍ଟ ଜଣାନାହିଁ। ମାତ୍ର ଚଳିତ ମାସ ଶେଷ ଭାଗରେ ସେ ଫେରିପାରନ୍ତି ବୋଲି ତାଙ୍କ ସ୍ତ୍ରୀ ଅରୁଣା କହିଛନ୍ତି। ପରିସ୍ଥିତି ସଂଘାତିକ। କିନ୍ତୁ ଆମେ ଯୋଗାଯୋଗରେ ଅଛୁ ବାଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲିଜେଣ୍ଡ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟ: ଆନନ୍ଦଙ୍କ ହ୍ୟାଟ୍ରିକ ପରାଜୟ

ଚେନ୍ନାଇ,୨୪।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‌...

ସୋମବାର ଷ୍ଟୋକ୍ସଙ୍କ ଅଙ୍ଗୁଳି ଅସ୍ତ୍ରୋପଚାର

ଲଣ୍ଡନ, ୧୭।୪(ପି.ଟି.)- ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ବାମହାତ ବିଶି ଅଙ୍ଗୁଳିରେ ଅସ୍ତ୍ରୋପଚାର ଆସନ୍ତା ସୋମବାର ହେବ। ଫଳରେ ସେ ଅତିକମ୍‌ରେ ୧୨ ସପ୍ତାହ ପାଇଁ...

ରାଷ୍ଟ୍ରୀୟ ସଙ୍ଗୀତ ଗାନ ସମୟରେ ଭାବୁକ ହେଲେ ରୋହିତ

ମେଲବୋର୍ନ,୨୩।୧୦: ମ୍ୟାଚ୍‌ ଆରମ୍ଭରୁ ଭାବବିହ୍ବଳ ନଜର ଆସିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା। ପାକିସ୍ତାନ ବିପକ୍ଷରେ ରବିବାର ସୁପର-୧୨ ଚରଣର ପ୍ରଥମ ମୁକାବିଲା ଖେଳିବାକୁ ଓହ୍ଲାଇଛି...

ବିମଣ୍ଟ, ନାଇଟଙ୍କ ପ୍ରଭାବୀ ବ୍ୟାଟିଂ

ବ୍ରିଷ୍ଟଲ, ୧୭।୬-  ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହୋଇଛି। ପାଖାପାଖି ୭ ବର୍ଷ ବ୍ୟବଧାନରେ ଭାରତୀୟ...

କରୋନା ପ୍ରଭାବ: ଡେନର୍ବିଙ୍କ ପାଇଁ ବିମାନ ବ୍ୟବସ୍ଥା କଲେ ସ୍ବିଡେନ ସରକାର

ନୂଆଦିଲ୍ଲୀ, ୧ା୪ (ପି.ଟି.)- କରୋନା ଭାଇରସ ସଂକ୍ରମଣ ଜନିତ କାରଣ ଯୋଗୁ ଏବେ ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଅନ୍ୟ କ୍ରୀଡ଼ା...

‘ରାହୁଲ, ମୁଁ ବୁଝାମଣାର ଚ୍ୟାଲେଞ୍ଜ ବାଧା ଅତିକ୍ରମ କରିବାକୁ ପ୍ରସ୍ତୁତ’

ସାଉଥାମ୍ପଟନ,୧୮।୬(ପିଟି)- ରୋହିତ ଶର୍ମା ଓ ଶିଖର ଧାଓ୍ବନ ବର୍ତ୍ତମାନ ଦିନିକିଆ କ୍ରିକେଟର ସଫଳତମ ଓପନିଂ ଯୋଡ଼ି। ଉଭୟଙ୍କ ମଧ୍ୟରେ ଥିବା ଭଲ ବୁଝାମଣା ଏହାର କାରଣ।...

ବାର୍ଟି ଜିତିଲେ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ

ଆଡିଲେଡ୍‌, ୧୮ା୧ (ଏଏଫ୍‌ପି)-ଆଶ୍‌ଲେ ବାର୍ଟି ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ପ୍ରତିଯୋଗିତାରେ ଟାଇଟଲ ବିଜୟୀ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ସେ ୟୁକ୍ରେନର ଡାୟାନା ୟାସ୍ତ୍ରେମ୍‌ସ୍କାଙ୍କୁ ୬-୨,...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ବେକରେ ପଡିଲା ଜୋତାମାଳ

ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଶ୍ରେୟାସ ଆୟାର୍‌ ଜୋତା ସଂଗ୍ରହ କରିବାକୁ ବେଶ୍‌ ଭଲ ପାଆନ୍ତି। ଅଷ୍ଟ୍ରେଲିଆରେ ଏକଦିବସୀୟ ଏବଂ ଟି-୨୦ ଖେଳି ସ୍ବଦେଶ ଫେରିବା...

Advertisement
Archives

Model This Week