ଜରି ମେଢ଼ରେ ଝଲସିବେ ଗଣେଶ

କେନ୍ଦୁଝର, ୧।୯-ଆସନ୍ତା ସୋମବାର ଗଣେଶ ପୂଜା ଆରମ୍ଭ ା ଏଥି ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି ା କେନ୍ଦୁଝର ଡିଏଫଓ ଅଫିସରେ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗଣେଶ ପୂଜା ହେବ ା ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ା ୧୯୭୩ ମସିହାରୁ ଏହି ପୂଜା ହୋଇ ଆସୁଛି ବୋଲି କୁହାଯାଏ ା ସେ ସମୟରେ ଲକ୍ଷ୍ମୀଧର ମହାପାତ୍ର ନାମକ ଜଣେ କିରାଣୀଙ୍କ ଉଦ୍ୟମରେ ଏହା ଆରମ୍ଭ ହୋଇଥିଲା ା ଚଳିତ ବର୍ଷ ୧୦ ଫୁଟ ଉଚ୍ଚତାର ମୂର୍ତ୍ତି ତିଆରି ଚାଲିଥିବା ମୁଖ୍ୟ କାରିଗର ପଦ୍ମନାଭ ପୁହାଣ କହିଛନ୍ତି। ଦୀର୍ଘ ୧୨ ବର୍ଷ ହେଲା ଏହି ମୂର୍ତ୍ତି ସେ ଗଢିଆସୁଥିବା କହିଛନ୍ତି। ସ୍ଥାନୀୟ ଅରେଡେଇ ନଦୀ କୂଳରୁ ମାଟି ଆଣି ମୂର୍ତ୍ତି ଗଢାଚାଲିଛି। ନିର୍ମାଣ ପରେ ପ୍ଲାଷ୍ଟିକ ରଙ୍ଗରେ ରଙ୍ଗ ଦିଆଚାଲିଛି ା ଏହି ମୂର୍ତ୍ତି ଗଢା କାର୍ଯ୍ୟ ପ୍ରାୟ ୮ ଦିନ ଆଗରୁ ଚାଲିଛି ା ଚଳିତ ବର୍ଷ ତିନୋଟି ସାଇଡ ଷ୍ଟଲ ନିର୍ମାଣ କରାଯାଇଛି ା ସେଥିରେ ନୀଳମାଧବଙ୍କ ଜଗନ୍ନାଥ ଦର୍ଶନ, ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା, ବନୀ କରଣ ଆଦି ଉପରେ ଆଧାରିତ ଧାର୍ମିକ ଓ ସଚେତନତା ଧର୍ମୀ ପ୍ରକଳ୍ପ ପ୍ରଦର୍ଶିତ ହେବ ବୋଲି କାରିଗର ସହାୟତା କରୁଥିବା କାରିଗର ପାଣ୍ଡବ ବେହେରା କହିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଜରି ମେଢ ନିର୍ମାଣ କରାଯିବ ବୋଲି ଜଣାପଡିଛି। ପ୍ରତ୍ୟେକ ବର୍ଷ ଭଳି ରଙ୍ଗିନ ଲୁଗା ଓ ଆଲୋକରେ ସୁସଜ୍ଜିତ କରାଯିବା ସହ ଭକ୍ତଙ୍କୁ ସୁବିଧାରେ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ା ସେହିପରି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

ବଡ଼ରମ୍ପାସ ସେବା ସମବାୟ ସମିତି ପରିଚାଳନା କମିଟିକୁ ନିଲମ୍ବନ କଲେ ଡିଆରସିଏସ

ହାଟଡିହୀ/ଛେନାପଦୀ,୧୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବଡ଼ରମ୍ପାସ ସେବା ସମବାୟ ସମିତିର ପରିଚାଳନା କମିଟିକୁ ନିଲମ୍ବନ କରାଯାଇଛି। କେନ୍ଦୁଝର ଡିଆରସିଏସ (ଡେପୁଟି ରେଜିଷ୍ଟ୍ରାର…

ବନ୍ୟାରେ ଭାଙ୍ଗିଲା ପୋଲ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri