ପଡିଆପଶି-ବନ୍ଧାଣୀ ପୋଲ ଧସିଲା : ବ୍ୟାପକ ଫସଲ ନଷ୍ଟ

ତେଲକୋଇ, ୧।୯(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ଅଧୀନର ପଡିଆପଶି-ବନ୍ଧାଣୀଆ ରାସ୍ତା ମଝିରେ ପୋଲ ଭୁଶୁଡ଼ି ପଡିଛି। ଏଥଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ତଳ ମୁଣ୍ଡରେ ଥିବା ରବି ମହାନ୍ତ, ନିର୍ମଳ ମହାନ୍ତ, କୀର୍ତ୍ତନ ମହାନ୍ତ, ସୀତା ସୋରେନଙ୍କ ବ୍ୟାପକ ଚାଷ ଜମି ନଷ୍ଟ ହେବା ନେଇ ତହସିଲ ଅଫିସରେ ଅଭିଯୋଗ ହୋଇଛି । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ପୁରୁଜୋଡା, ରାଇସୁଆଁ ଓ ବିମଳା ପଞ୍ଚାୟତ ଲୋକେ ଯାତାୟାତରେ ହଇରାଣ ହେଉଛନ୍ତି। ଉକ୍ତ ପୋଲ ୬ ମାସ ପୂର୍ବରୁ ଏମଜିଏନଆରିଜିଏସ ଯୋଜନାରେ ନିର୍ମାଣ କରାଯାଇଥିଲା। ଏତେ କମ୍‌ ଦିନରେ ପୋଲଟି ଭୁଶୁଡ଼ି ପଡ଼ିବାରୁ ଏହାର ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏସମ୍ପର୍କରେ ବିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ ପୋଲ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ: ୨ ବନ୍ଧୁକ ସହ ୩ ଜୀବନ୍ତ…

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶୁକ୍ରବାର ବାରୁଡ଼ା ଗ୍ରାମର ଏକ ଗଣ୍ତଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ…

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

NEET Re-Exam ପରୀକ୍ଷାରେ ବଡ଼ ପରିବର୍ତ୍ତନ, ପରୀକ୍ଷା ସମୟ ଅବଧି…..

ନୂଆଦିଲ୍ଲୀ,୧୨।୬: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) NEET ପୁନଃପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, NTA କିଛି ପରିବର୍ତ୍ତନ…

ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନା,୧୨।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର…

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର, ୧୨।୬ (ଦିଲ୍ଲୀପ ସାମଲ) : ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri