ଜମୁଛି ଲକ୍ଷ୍ମୀପୂଜା, କମ୍ପୁଛି ମଣ୍ଡପ

ହିନ୍ଦୋଳ,୧୯ା୧୦(ଡି.ଏନ.ଏ): ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ଢେଙ୍କାନାଳ ଜିଲା। ପୂରପଲ୍ଲୀଠାରୁ ଆରମ୍ଭ କରି ସାରା ସହରରେ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମଣ୍ଡପ। ଅନୁକୂଳ ପାଗ ସାଙ୍ଗକୁ ସାରେ ଦର୍ଶକଙ୍କ ଭିଡ଼କୁ ନେଇ ସବୁଠି ସୃଷ୍ଟି ହୋଇଛି ଉତ୍ସବର ମାହୋଲ। ମଣ୍ଡପରେ ନୀତିକାନ୍ତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବାବେଳେ ନାମ ସଂକୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ, ମିନାବଜାର, ବନ୍ଧୁବାନ୍ଧବଙ୍କ ଭିଡ଼ରେ କମ୍ପୁଛି ଗ୍ରାମ୍ୟ ପରିବେଶ।
ହିନ୍ଦୋଳ ସଦର ମହକୁମାରେ ଗତ ୧୩ ତାରିଖଠାରୁ ଆରମ୍ଭ ହୋଇଛି ମା’ଲକ୍ଷ୍ମୀଙ୍କ ପୂଜା। ଆଲୋକମାଳାରେ ସାରା ମହକୁମା ଝଲସି ଉଠୁଥିବାବେଳେ ସାରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି। ପ୍ରତି ବଜାରରେ ବିଭିନ୍ନ ମନୋହରୀ ଜିନିଷ ସମେତ ଚାର୍ଟ, ଗୁପ୍‌ଚୁପ୍‌, ଆଇସକ୍ରିମ, ମଥୁରା କେକ୍‌, ଦୋଳି ଆଦି ପଡିଥିବାରୁ ଶହ ଶହ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମହକୁମାରେ ମୋଟ ୧୪ଗୋଟି ପୂଜା ମଣ୍ଡପ ବସଷ୍ଟାଣ୍ଡ ବଜାର, ଲକ୍ଷ୍ମୀବଜାର, ମେଡିକାଲ ଛକ ବଣିକ ସଂଘ, କଳ୍ପନା ବଜାର, ମୀରା ବଜାର, ଗୁଣ୍ଡିଚାମଣ୍ଡପ କାରୀଗର ସାହି, ନୂତନପଟଣା କ,ଖ,ଗ, ବନମାଳୀପୁର, ପୀତାବଳି ମା’ଲକ୍ଷ୍ମୀପୂଜା କମିଟି, ରାଧାନାଥପୁର, ଗୋପାଳପୁର, ଚମ୍ପତିସାହି ପୂଜା କମିଟି ପକ୍ଷରୁ ଧୁମ୍‌ଧାମ୍‌ରେ ପୂଜା ପାଳିତ ହୋଇଛି। ଆସନ୍ତା ୨୨ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଉ କାଠ ଜବତ, ୨ ଗିରଫ

ବଇଣ୍ଡା,୩।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଚାର ଖେମୁଣ୍ଡି ଜଙ୍ଗଲରେ ରବିବାର ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦ ହଜାର ଟଙ୍କାର ଶାଳ ଚଉକାଠ ଜବତ କରାଯାଇଛି।...

ବାତ୍ୟା ଅମ୍ଫନ ମୁକାବିଲା: ଧାମରା ଅଞ୍ଚଳରୁ ସ୍ଥାନାନ୍ତର ହେବେ ୧୦ ହଜାର ଲୋକ

ଚାନ୍ଦବାଲି,୧୯।୫(ଡି.ଏନ.ଏ.)-ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ଧାମରା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ...

ଜାତୀୟ ସେବା ଯୋଜନା ପକ୍ଷରୁ ସ୍ବଚ୍ଛତା ପକ୍ଷ ପାଳିତ

ଚଣ୍ଡିଖୋଲ, ୧୪।୮(ଡି.ଏନ୍‌.ଏ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଓ ଜାତୀୟ ସେବା ଯୋଜନାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ଉପଲକ୍ଷେ ଚଣ୍ଡିଖୋଲସ୍ଥିତ...

ଲକ୍ ଡାଉନ ଉଲ୍ଲଂଘନ, ୯ ଜଣଙ୍କ ନାଁରେ ରୁଜୁ ହେଲାଣି ମାମଲା

ଗୁଣପୁର,୫।୪(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁର ପୋଲିସ ଲକ୍ ଡାଉନ କଟକଣା ଅମାନ୍ୟ କରିଥିବା ଅଭିଯୋଗରେ ରବିବାର ସୁଦ୍ଧା ୯ ଜଣଙ୍କ ନାମରେ ମାମଲା ରୁଜୁ କରିଛି।...

କଲେଜ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଉନି ପୋଲିିସ: ମହିଳା ଫରେଷ୍ଟରଙ୍କୁ ବ୍ଲାକମେଲ, ବଳାତ୍କାର ଅଭିଯୋଗ ଘଟଣା

ଅନୁଗୋଳ ଅଫିସ, ୧୭।୧ – ଜଣେ ମହିଳା ଫରେଷ୍ଟରଙ୍କୁ ବ୍ଲାକମେଲ ଓ ବଳାତ୍କାର ଅଭିଯୋଗରେ ଅନୁଗୋଳସ୍ଥିତ ଫରେଷ୍ଟ ରେଞ୍ଜର କଲେଜର କନିଷ୍ଠ କିରାଣି ବିଶ୍ୱଜିତ ନାଏକଙ୍କୁ...

ଜୀବନ ବଞ୍ଚାଉଛି ଚୁଆପାଣି

କପ୍ତିପଦା,୨୯ା୪(ଡି.ଏନ୍‌.ଏ.)- ମୟୂୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଶରତ ପଞ୍ଚାୟତର ଅଶ୍ୱକୋଟୀ ସାରଜମଡ଼ି ଗ୍ରାମ ଏବେ ବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ଏଠାରେ ବାସ...

ହାତୀ ଭୟରେ ବନ୍ଦ ହେଲା ସ୍କୁଲ, ଜଣେ ଆହତ

ବାଙ୍ଗିରିପୋଷି,୭ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି। ଶୁକ୍ରବାର ଝିଙ୍କପାହାଡି ଗ୍ରାମରେ ହାତୀ ପଶି ବ୍ୟାପକ ଫସଲ...

ହକି ଟର୍ଫ

ରାଜ୍ୟ ସରକାର ହକି ଖେଳାଳିମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳରେ ମିନି ଷ୍ଟାଡିୟମ ଓ ଖେଳ ପଡିଆ ଉନ୍ନତୀକରଣ କରାଯାଉଛି।...

Advertisement
Archives

Model This Week