ଜମୁଛି ନାଲ୍‌କୋ ବିଶ୍ୱକର୍ମା ପୂଜା

ବଅଁରପାଳ, ୧୯।୯ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ନାଲ୍‌କୋ ନଗରରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବିଶ୍ୱକର୍ମା ପୂଜାରେ ପ୍ରବଳ ଗହଳି ହେଉଛି। ପ୍ରଥମ ଦିନରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଭିଡ଼ ଆହୁରି ବଢ଼ିଥିବା ଦେଖିବାକୁ ମିଳିଛି। ପାଗ ଅନୁକୂଳ ଥିବାରୁ ବୁଧବାର ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା।
ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ୨୩ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ମଣ୍ଡପର ସାଜସଜ୍ଜା ଆକର୍ଷଣୀୟ ହୋଇଛି। ପଟ୍‌ଲାଇନ୍ସର ପ୍ରାୟ ୧୨ ଫୁଟ ଉଚ୍ଚତାର ତୋରଣ ଲୋକଙ୍କୁ ଅଧିକ ଆକର୍ଷିତ କରିଛି। ସେହିପରି ମୋବାଇଲ ଇକ୍ୟୁପମେଣ୍ଟ, ନାଲକୋ ଠିକାଦାର ସଂଘ, କାଷ୍ଟହାଉସ-ବି, କାର୍ବନ ଏରିଆ, ସିପିପି ଅପରେଶନ୍‌, ରଡିଂଶପ୍‌ ଆଦିର ମଣ୍ଡପ ସହ ତୋରଣ ବେଶ୍‌ ମନୋଲୋଭା ହୋଇପାରିଛି। ପୂଜା ଅଞ୍ଚଳରେ ପଲ୍ଲିଶ୍ରୀ ମେଳା ସାଙ୍ଗକୁ ଦୋଳି, ମିନା ବଜାରରେ ଦର୍ଶକମାନଙ୍କ ମଧ୍ୟରେ ଭିଡ଼ ଜମୁଛି। ସେହିପରି ରଙ୍ଗିନ ଆଲୋକରେ ସମଗ୍ର ନାଲକୋ ଅଞ୍ଚଳ ବେଶ୍‌ ଝଲମଲ ହୋଇପଡ଼ିଛି। କମ୍ୟୁନିଟ୍‌ ସେଣ୍ଟର ଠାରୁ ନାଲକୋ ଷ୍ଟାଡିୟମ ପର୍ଯ୍ୟନ୍ତ ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନାଲ୍‌କୋ ପୂଜାକୁ ସୁପରିଚାଳନା ପାଇଁ ନାଲକୋ ୱେଲଫର କମିଟି ଅଧ୍ୟକ୍ଷ ରାଜାରାମ୍‌ ମିଶ୍ର, ମଣିରଞ୍ଜନ ପଟ୍ଟନାୟକ, କୋଅର୍ଡିନେଟ୍‌ର କେ.କେ. ବେହେରା ପ୍ରମୁଖ ବେଶ୍‌ ସହଯୋଗ କରୁଛନ୍ତି। ଚିତ୍ତରଞ୍ଜନ ଚୌଧୁରୀ ଧାରା ବିବରଣୀ ପ୍ରଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ବଇଣ୍ଡା,୨୭ା୧୧ (ପରିକ୍ଷିତ ସାହୁ): ପ୍ରାଣୀ ସମ୍ପଦର ବିକାଶ ଦିଗରେ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଓ ଚାଷୀଙ୍କୁ ଅଧିକରୁ...

ବସ୍‌ ଚକା ପଙ୍କଚର ହେବାରୁ ଓହ୍ଲାଇପଡ଼ିଲେ ଯାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଅନୁଗୋଳ,୧୭ା୧୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୩ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।...

ବ୍ୟବସ୍ଥା ନ ଥିବାରୁ ବାରଣ୍ଡାରେ

ବଇଣ୍ଡା,୧୭ା୧୧ (ପରିକ୍ଷିତ ସାହୁ): ଛାତ୍ରୀଛାତ୍ରଙ୍କୁ ନେଇ ଭରପୂର ଅଛି ବିଦ୍ୟାଳୟ। ହେଲେ ଶିକ୍ଷାଦାନ ପାଇଁ ଏଠାରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ବିଶେଷକରି ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା...

ନବଜାତ ଶିଶୁକନ୍ୟାଙ୍କୁ ଝୁଣି ଖାଇଗଲା ବୁଲାକୁକୁର

ଭୁବନେଶ୍ୱର,୧୨।୧୧: ଅନୁଗୋଳ ଜିଲା ଶରଧାପୁର ପଞ୍ଚାୟତ ରାସ୍ତାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକନ୍ୟାଙ୍କୁ ବୁଲା କୁକୁର ଝୁଣି ଖାଇଥିବା ଜଣାପଡିଛି।...

୩୬ ଘଣ୍ଟା ପଡ଼ିରହିଲା ମୃତଦେହ

ଛେଣ୍ଡିପଦା,୮।୧୧(ଅଜିତ ଧଳ): ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ଦୁର୍ଘଟଣାସ୍ଥଳ କେଉଁ ଥାନା ଅଧୀନରେ ଆସୁଛି ତାହା ପୋଲିସ ଜାଣି ନ ପାରିବାରୁ...

ସଜେଇ ହେଉଛି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆ,୨ା୧୧(ସନ୍ତୋଷ କୁମାର ପ୍ରଧାନ) ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧୫ରୁ ଖୋଲିବ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ବାଲୁକା ଟେଣ୍ଟ। ଏ ନେଇ ସାତକୋଶିଆ ସ୍ୟାଣ୍ଡ...

ଆଜିଠୁ ମା’ ଲକ୍ଷ୍ମୀଙ୍କୁ ଆରାଧନା

ଅନୁଗୋଳ,୨୮ା୧୦(ଅମିତ କୁମାର ସାମଲ): ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଅନୁଗୋଳରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାରଠାରୁ ମା’ଙ୍କ ଆରାଧନା ଆରମ୍ଭ ହେବାକୁ ଥିବାରୁ ସହର...

୬ ମାସ ପରେ ରାସ୍ତା ଫାଟି ଆଁ

ବଇଣ୍ଡା,୨୩ା୧୦ (ପରିକ୍ଷିତ ସାହୁ): ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନାହିଁ। ହେଲେ ଫାଟି ଅଁା କଲାଣି ନିର୍ମାଣ ହୋଇଥିବା ନୂଆ ରାସ୍ତା। ଅନୁଗୋଳ ଜିଲା ଦେଇ ଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri