ଜମି ମାଲିକାନା କୃଷକ ହାତକୁ ଯାଉ

ଶେଖ୍‌ ଫରିଦ୍‌ଉଦ୍ଦିନ୍‌

ଓଡ଼ିଶାରେ ପ୍ରାୟ ୭୫ ପ୍ରତିଶତ ଅଧିବାସୀ ଗ୍ରାମାଞ୍ଚଳରେ ବାସ କରନ୍ତି। ସେଥିମଧ୍ୟରୁ ୬୫ ପ୍ରତିଶତ କେବଳ କୃଷିଜୀବୀ। ଗ୍ରାମାଞ୍ଚଳରେ ଅଧିକାଂଶ ଗରିବ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୩୧ ପ୍ରତିଶତ ଲୋକ ମଧ୍ୟ ଗ୍ରାମାଞ୍ଚଳରେ ରହନ୍ତି। ସୁଖର କଥା ଯେ କୃଷିର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ ୩-୪ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଏବଂ ଆସନ୍ତା ତିନି ବର୍ଷ ମଧ୍ୟରେ ଅଧିକ ୬ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଦିଆଯିବ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ ରେଙ୍ଗାଲି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ। ଆସନ୍ତା ବର୍ଷଠାରୁ ଏଥିରୁ ଚାଳିଶ ହଜାର ହେକ୍ଟର ଜମି ଜଳସେଚିତ ହେବ। ଏସବୁରୁ ସୂଚନା ମିଳୁଛି ଯେ, ଗ୍ରାମାଞ୍ଚଳର ଦାରିଦ୍ର୍ୟ ହ୍ରାସ ପାଉଛି କିନ୍ତୁ ଅସଲ କଥା ହେଉଛି, ରାଜ୍ୟରେ କୃଷିର ବିକାଶ ଅନ୍ୟ ରାଜ୍ୟଗୁଡ଼ିକ ସହିତ ସମକକ୍ଷ ନ ହେବାର କାରଣ ରାଜ୍ୟର ୮୫ ଭାଗ ନାମକୁମାତ୍ର ଚାଷୀ ଅଛନ୍ତି ଏବଂ ଅନ୍ୟ ସମସ୍ତେ ଜମିର ମାଲିକ। ଯେଉଁମାନେ ଜମିର ମାଲିକ ନୁହନ୍ତି ସେମାନଙ୍କ ହାତରେ ଚାଷର ଦାୟିତ୍ୱ ରହୁଥିବାରୁ କୃଷି ବିକାଶ ନିମନ୍ତେ ଅଧିକ ଜମିକୁ ଜଳଯୋଗାଣ, ଉତ୍ତମ ବିହନ ପ୍ରୟୋଗ, ଅଧିକ ସାର ବିନିଯୋଗ ଓ କୀଟନାଶକ ବ୍ୟବହାର ପାଇଁ ନାମକୁମାତ୍ର ଚାଷୀମାନଙ୍କ ହାତରେ ଅର୍ଥ ନାହିଁ। ତେଣୁ ଏହି ନାମକୁମାତ୍ର ଚାଷୀମାନେ ସରକାରୀ ସୂତ୍ରରୁ ହେଉ ବା ବ୍ୟବସାୟୀ ସୂତ୍ରରୁ ଋଣ କରିବାକୁ ବାଧ୍ୟ ହୁଅନ୍ତି ଅଧିକ ଅମଳ କରିବା ପାଇଁ।
ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ ଅଧିକ ଲୋକ ରାଜ୍ୟ ବାହାରୁ ଆସୁଥିବା ସାମଗ୍ରୀ ଉପରେ ନିର୍ଭର କରନ୍ତି। ଧାନ, ମକା, କିଛି ପରିବା, ଦୁଗ୍ଧ, କିଛି ଫଳମୂଳ ବାଦ ଦେଇ ଆଉ ସବୁ ଜିନିଷ ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଥାଏ। ଓଡ଼ିଶାର କୃଷକମାନଙ୍କ ମଧ୍ୟରେ ୮୫ଭାଗ ଲୋକ ନାମକୁମାତ୍ର ଚାଷୀ ହୋଇଥିବାରୁ କୃଷି ଉପତ୍ାଦନ ସେମାନଙ୍କର ଆର୍ଥିକ ଅବସ୍ଥା ଓ ଜଳ, ସାର, ଉତ୍ତମ ବୀଜ ଇତ୍ୟାଦିର ପ୍ରୟୋଗ ଉପରେ ନିର୍ଭର କରେ। ଏହି ଚାଷୀମାନଙ୍କ ହାତରେ ଅର୍ଥ ନାହିଁ, ଯଦ୍ଦ୍ବାରା ସେମାନେ କୃଷିକୁ ଅଧିକ ଉପତ୍ାଦନକ୍ଷମ କରିବା ପାଇଁ ଋଣ ଆଣି ତାହାର ସଦୁପଯୋଗ କରିବେ। ଯେଉଁ କେତେକ କୃଷକ ଋଣ ପରିଶୋଧ କରି ନ ପାରି ଆତ୍ମହତ୍ୟା କରୁଛନ୍ତି ସେମାନଙ୍କର ପରିବାରର ଆବଶ୍ୟକତା ଧାନ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରି ପରିଶୋଧ କରିବା ସମ୍ଭବ ହେଉନାହିଁ। ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁ ଫସଲ ନଷ୍ଟ ହେଉଛି। ଏହାର ସ୍ଥାୟୀ ପ୍ରତିକାର ହେଉନାହିଁ। ଫଳ, ପରିବା, ମାଛ, ଅଣ୍ଡା, କୁକୁଡ଼ା ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ, ଲୁଗା, ଲୁଙ୍ଗି, ଗାମୁଛା ଇତ୍ୟାଦି ପ୍ରାୟ ଜିନିଷ ଓଡ଼ିଶାବାସୀଙ୍କୁ କ୍ରୟ କରିବାକୁ ପଡ଼ିଥାଏ। ଫଳରେ ଧାନ, ମକା ଆଉ ଅନ୍ୟାନ୍ୟ କିଛି ସାମଗ୍ରୀ ବିକ୍ରି କରି ସେମାନେ ଯାହା ଉପାର୍ଜନ କରନ୍ତି ବାହାରୁ ଆସୁଥିବା ସାମଗ୍ରୀ କ୍ରୟ କରିବା ଦ୍ୱାରା ହାତରେ ଅର୍ଥ ରହେନାହିଁ। ଗତ କେତେବର୍ଷ ଧରି ଚାଷୀଙ୍କର ଆୟ ଦୁଇଗୁଣ ବଢ଼ୁଥିବାରୁ ଆତ୍ମହତ୍ୟା କରୁଥିବା ଚାଷୀଙ୍କର ସଂଖ୍ୟା କମିଛି ଏବଂ ତା’ ସହିତ ଚାଷୀଙ୍କର ସମସ୍ୟା ମଧ୍ୟ କେତେକାଂଶରେ ସମାଧାନ ହୋଇଥିବ। କିନ୍ତୁ ମୂଳକଥା ହେଉଛି ଯେ ଓଡ଼ିଶାର ୮୫ ପ୍ରତିଶତ ଚାଷୀ ଯଦି ନାମକୁମାତ୍ର ଚାଷ ଉପରେ ନିର୍ଭର କରୁଛନ୍ତି, ତେବେ କୃଷି ଉପତ୍ାଦନ ବୃଦ୍ଧି କରିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରୁନାହିଁ। ମୂଳ ପ୍ରସଙ୍ଗ ହେଉଛି ଯେ ଭାଗଚାଷୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବଂ ପ୍ରକୃତ ଚାଷୀଙ୍କ ହାତରେ ଜମି ନ ଥିବାରୁ ଜମିରୁ ଅଧିକ ଫସଲ ଉତାରିବା ପାଇଁ ଋଣକରି ଜଳ, ବିହନ, ସାର କ୍ରୟ କରିବା ଲାଗି ସେ ସାହସ କରିପାରୁନାହିଁ। କାରଣ ଓଡ଼ିଶାରେ ବନ୍ୟା, ମରୁଡ଼ି, ବାତ୍ୟା ଗୋଟିଏ ପରେ ଗୋଟିଏ ଲାଗି ରହିଥାଏ। ଏଥିରୁ ବୁଝିବାକୁ ହେବ ଯେ ଭାଗଚାଷ ପ୍ରଥାର ସଂସ୍କାର ଜରୁରୀ ଏବଂ ଚାଷୀ ଯେ ପର୍ଯ୍ୟନ୍ତ ଜମିର ମାଲିକ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ଚାଷ ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିପାରିବନାହିଁ।
ଗତ ଦଶବର୍ଷ ମଧ୍ୟରେ ଯଦି ଆମ୍ବ, ସପେଟା, ଲିଚୁ, ଅମୃତଭଣ୍ଡା ଇତ୍ୟାଦି ଉପତ୍ାଦନ ଆଶାନୁରୂପ ବଢ଼ିଥାଏ ଏବଂ ମାଛ, କୁକୁଡ଼ା, ଅଣ୍ଡା ଇତ୍ୟାଦିର ଆମଦାନୀ କିଛି ପରିମାଣରେ କମିଥାଏ ତେବେ ଚାଷୀକୁ ତା’ ସମସ୍ୟା ପାଇଁ ଦୋଷ ଦେଇହେବ ନାହିଁ। କାରଣ ତା’ ପାଖରେ ଅର୍ଥ ନାହିଁ କି ସେ ଜମିର ମାଲିକ ନୁହେଁ। ଗତ ୨-୩ ବର୍ଷ ଧରି ଚାଷୀମାନଙ୍କୁ ସ୍ବାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି ଏବଂ ଏହା ଏକ ସକାରାତ୍ମକ ପଦକ୍ଷେପ। କିନ୍ତୁ ପ୍ରାକୃତିକ ବିପତ୍ତିରୁ ଚାଷୀକୁ ଯେଉଁସବୁ ସମସ୍ୟାକୁ ସାମ୍‌ନା କରିବାକୁ ପଡ଼ୁଛି ସେ ବିଷୟରେ ସମାଧାନର ଶକ୍ତି ତା’ ହାତରେ ନାହିଁ। ବଳକା ଫଳମୂଳ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ଅଭାବ ରହିଛି। ଫଳ ପ୍ରକ୍ରିୟାକରଣ ମଧ୍ୟ ସହଜ ହେଉନାହିଁ। ଜଳସେଚନର ସୁବ୍ୟବସ୍ଥା ଉତ୍ତମ ବିହନ, କୀଟନାଶକ ଓ ସାର ଉପଯୋଗ ପାଇଁ ତା’ ହାତରେ ଯଦି କିଛି ପାଣ୍ଠି ନ ରହେ ତେବେ କୃଷି ସହିତ ଆନୁଷଙ୍ଗିକ ଧନ୍ଦାଗୁଡ଼ିକର ବିକାଶ କରିବା ସମ୍ଭବ ହେବନାହିଁ। ତାହା ନ ହେଲା ପର୍ଯ୍ୟନ୍ତ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଦୂରୀକରଣ ଦୂର କରିବା ସମ୍ଭବ ନୁହେଁ।
ଦୂରସଞ୍ଚାର ଭବନ, ଲିଙ୍କରୋଡ଼, କଟକ
ମୋ: ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଜାତିଭିତ୍ତିକ ଜନଗଣନା

ଇଂରେଜମାନେ ଯେବେ ଆମ ଦେଶର ଶାସକ ହେଲେ, ସେମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ସୃଷ୍ଟିର ସବୁଠୁ ଅସଭ୍ୟ, ବର୍ବର, ଧର୍ମାନ୍ଧଙ୍କ ଦ୍ୱାରା କେଇ ଶତାବ୍ଦୀ...

ଦାହ ବେଳେ ହସୁଛନ୍ତି

ଏପ୍ରିଲ ୨୦୨୨ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ରାଜସ୍ବ ସଂଗ୍ରହ ୧ ଲକ୍ଷ ୬୮ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ବିଗତ ୧୦...

ସ୍ବର୍ଗକୁ ନିଶୁଣି ନାହିଁ

ନିରଞ୍ଜନ ସାହୁ ସ୍ବର୍ଗକୁ ନିଶୁଣି ନାହିଁ’। ଏଇ କଥାପଦକ ଆପଣ କେବେ ନା କେବେ ଶୁଣିଥିବେ। ହୁଏତ ତତ୍‌କ୍ଷଣାତ୍‌ ଧାରଣା ହୋଇଥିବ ଏହା ଯେପରି ଏକ...

ପାଳଦଉଡ଼ି ଏବେ ନାଗସାପ

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ନିମହାନ୍‌ସ (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍‌ ନ୍ୟୁରୋ ସାଇନ୍‌ସେସ୍‌) ତରଫରୁ ମାଗଦର୍ଶକ- ଦଲିଲର (ଗାଇଡେନ୍ସ ଡକ୍ୟୁମେଣ୍ଟ)ର ଏକ...

ଏକ୍‌ଜିଟ୍‌ କୁତୁକୁତୁ

ଫେବୃୟାରୀ ୧୦ରୁ ଆରମ୍ଭ ହୋଇଥିବା ୫ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ଭୋଟଗ୍ରହଣ ୭ ମାର୍ଚ୍ଚରେ ଶେଷ ହୋଇଛି।...

ମହାଭାରତ-ଚମ୍ପାରଣ-ନୂଆଦିଲ୍ଲୀ ସୀମା

ତୁଷାରକାନ୍ତ ଖ୍ରୀଷ୍ଟପୂର୍ବ ୩୦୬୭ ନଭେମ୍ବର ବାଇଶ ତାରିଖରେ ଧର୍ମସ୍ଥଳ ବୋଲି ବିଦିତ କୁରୁକ୍ଷେତ୍ରରେ ପାଣ୍ଡବ ଓ କୌରବ ପକ୍ଷ ‘ସାତଟି ପଡ଼ା ବନାମ ବିନା ଯୁଦ୍ଧେ...

ଏଇ ଭାରତରେ

ଆଜିକାଲି ଲୋକଙ୍କର ନିଜ ଉପରେ ଭରସା ପାଉ ନ ଥିବାବେଳେ କୌଣସି ଦୋକାନୀ ଅଜଣା ଗ୍ରାହକଙ୍କ ଉପରେ ବିଶ୍ୱାସ କରିପାରିବ କି ? ହଁ, ଏମିତି...

ଏଇ ଭାରତରେ

ଗଛ ବଞ୍ଚତ୍ଲେ ପରିବେଶ ପ୍ରଦୂଷଣମୁକ୍ତ ରହିବା ସହ ମଣିଷ ମଧ୍ୟ ସୁସ୍ଥ ରହିପାରିବ। ପରିବେଶ ପାଇଁ ଉଦ୍ଭିଦ ଅତ୍ୟନ୍ତ ଉପଯୋଗୀ। ଆସାମରେ ଥିବା ୨୦୭ ବର୍ଷର...

Advertisement
Archives

Model This Week