ଜମି ଦେବାକୁ କହି ୧୬ ଲକ୍ଷ ଟଙ୍କା ଠକେଇ: ସାଇନାଥ ଇନ୍‌ଫ୍ରାଟେକ୍‌ ବିଲ୍ଡର ଗିରଫ

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ଜମି ଦେବାକୁ କହି ୧୬ ଲକ୍ଷ ୮୦ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ସାଇନାଥ ଇନ୍‌ଫ୍ରାଟେକ୍‌ ବିଲ୍ଡର ସଂସ୍ଥାର ମୁଖ୍ୟଙ୍କୁ ଗିରଫ କରିଛି। ସେ ହେଲେ ଚନ୍ଦ୍ରଶେଖରପୁର ଓଏସ୍‌ଏଚ୍‌ଜି କଲୋନୀ ପ୍ଲଟ ନଂ-ଏଚ୍‌ଆଇଜି ୧୭/୧ରେ ରହୁଥିବା ଉପେନ୍ଦ୍ର କୁମାର ସେନାପତି (୪୦)। ତାଙ୍କ ବିରୋଧରେ ଥାନାରେ ପୋଲିସ କେସ୍‌ ନଂ-୬୩୧/୧୯ ଦଫା ୪୨୦ ରୁଜୁ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଉପେନ୍ଦ୍ର ୨୦୧୪ରେ ନୟାପଲ୍ଲୀ ଆଇଆର୍‌ସି ଭିଲେଜ ଏନ୍‌-୪ରେ ସାଇନାଥ ଇନ୍‌ଫ୍ରାଟେକ୍‌ ନାମକ ଏକ ବିଲ୍ଡର ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥା ସୁଲଭ ମୂଲ୍ୟରେ ଜମି ଯୋଗାଇ ଦେବା ପାଇଁ ଲୋଭନୀୟ ବିଜ୍ଞାପନ ଦେଇଥିଲେ। ମଞ୍ଚେଶ୍ୱର ଇଡକୋ କଲୋନୀର ହରିହର ପଟ୍ଟନାୟକ ଉକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଏହି ସଂସ୍ଥା ବାଲିଅନ୍ତାରେ ଏକ ଜମି ଦେବାକୁ କହି ୨୦୧୫ ମସିହାରେ ହରିହରଙ୍କଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ। ଏହାପରେ ସମ୍ପୃକ୍ତ ସଂସ୍ଥା ଚୁକ୍ତି ଅନୁଯାୟୀ ଜମି ଯୋଗାଇ ନ ଥିଲେ। ଏନେଇ ୨୦୧୯ ଡିସେମ୍ବର ୧ରେ ହରିହର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ପରେ ବିଲ୍ଡର ଉପେନ୍ଦ୍ର ଫେରାର ହୋଇଯାଇଥିଲେ। ଦୀର୍ଘଦିନ ପରେ ସୋମବାର ଉପେନ୍ଦ୍ର ଚନ୍ଦ୍ରଶେଖରପୁରସ୍ଥିତ ଘରେ ଲୁଚିଥିବା ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ୫-ଟିରେ ସାମିଲ ହେଲା କୃଷି ବିଭାଗ: ଚାଷୀଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟିରେ ଗୁରୁବାର ସାମିଲ ହୋଇଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ। ଏହି ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ...

ଆରମ୍ଭରୁ ଗୃହ ମୁଲତବୀ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆଜି ବି ଗୃହ ଅଚଳ। ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଏବଂ ନାରାବାଜି କରିଥିଲେ। ବାଚସ୍ପତିଙ୍କ ରୁଲିଂ କାର୍ଯ୍ୟକାରୀ ନ...

ବଜ୍ରପାତ ସମ୍ଭାବନା: ୬ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଗରମ ସହିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ପ୍ରବଳ ଗୁଳୁଗୁଳି ଯୋଗୁ ରାଜ୍ୟର ସମସ୍ତ ସ୍କୁଲକୁ ଆସନ୍ତା ୨୫ ତାରିଖ ଯାଏ ଛୁଟି...

ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା: ସାଧାରଣ-ଏକ୍‌ପ୍ରେସ୍‌ ୩ ପଇସା, ଡିଲକ୍ସ- ଏସି ଡିଲକ୍ସ ୬ ପଇସାକୁ ବୃଦ୍ଧି

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୫ ଟଙ୍କା ଅଧିକ ଟଙ୍କା...

ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ: ୨୮ ଦିନରେ ୩୧୪୩ ମାମଲା

କଟକ ଅଫିସ, ୩୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିଶାମୁକ୍ତ କରିବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରବିବାର କଟକ...

‘ବାଲ୍ୟ ବିବାହ କରିବୁନି କି କରିବାକୁ ଦେବୁନି’

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ) :ନିଜେ ବାଲ୍ୟ ବିବାହ କରିବେ ନାହିଁ କି ଅନ୍ୟମାନଙ୍କୁ କରିବାକୁ ଦେବେନାହିଁ। ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଆମ ସମାଜରୁ ମୂଳପୋଛ କରିବେ। ବାଲ୍ୟ...

୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୪।୯(ବ୍ୟୁରୋ): ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।...

ଖନନ, ନିର୍ମାଣ ତୁରନ୍ତ ବନ୍ଦ ହେଉ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି। ଏଥିସହ ଖନନ ଓ ନିର୍ମାଣ କାର୍ଯ୍ୟକୁ ବିରୋଧ କରାଯାଉଛି। ଚାରିଆଡୁ ବିରୋଧ ସତ୍ତ୍ୱେ କାର୍ଯ୍ୟ...

Advertisement
Archives

Model This Week