ଜମିରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୫।୫(ଡି.ଏନ.ଏ.)- ଦିଗପହଣ୍ଡି ବଡ଼ଡୁମ୍ବୁଳା ଗ୍ରାମର ଚାଷୀ କାଶୀନାଥ ସେଠୀଙ୍କ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଅଂଶୁଘାତ ପ୍ରଭାବରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ କାଶୀନାଥ ଗଁା ନିକଟ ଜମିରେ ଚାଷକାମ କରିବାକୁ ଯାଇଥିଲେ। ସେହି ରାସ୍ତାଦେଇ ଗ୍ରାମର ଜଣେ ଗୋରୁ ଜଗୁଆଳୀ ସୀମାଞ୍ଚଳ ଗୌଡ଼ ଫେରୁଥିବା ବେଳେ କାଶୀନାଥ ଚାଷ ଜମିରେ ପଡ଼ି ମୃତ୍ୟୁବରଣ କରିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିଥିଲେ। ମାତ୍ର ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ପରିବାର ଲୋକେ ସନ୍ଧ୍ୟାରେ ଗଁା ଶ୍ମଶାନରେ ସଂସ୍କାର କରି ଦେଇଥିଲେ। ଏ ନେଇ ସ୍ଥାନୀୟ ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ରିପୋର୍ଟ ନ ଥିବା କହିବା ସହ ଅଂଶୁଘାତଜନିତ ମୃତ୍ୟୁକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଗୀତ ଗାଇଲେ ମହିଳା ବିଧାୟକ; ହସିଲେ ମୁଖ୍ୟମନ୍ତ୍ରୀ, କହିଲେ….

ଚେନ୍ନାଇ, ୧୯।୮: ତାମିଲନାଡୁରେ ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟଙ୍କ ସରକାର ବିଧାୟକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସମସ୍ତ ବିଧାୟକଙ୍କୁ କାର୍ ମିଳିବା…

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

୧୦ଟି ୱିକେଟ ନେବା ସତ୍ତ୍ୱେ ମାନବ ସୁଥରଙ୍କୁ କାହିଁକି ମିଳିଲା ନାହିଁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୮: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନ ଅଲରାଉଣ୍ଡର ମାନବ ସୁଥର ୧୦ ୱିକେଟ ନେଇଥିଲେ। ସେ ପ୍ରଥମ ଇନିଂସରେ ୪ ଜଣ ଏବଂ…

ଅଯୋଧ୍ୟା ପ୍ରସାଦ ନାଁରେ ମିଠା ବିକ୍ରି, ଆମାଜନ୍‌କୁ ଏତେ ଲକ୍ଷର ଜୋରିମାନା

ନୂଆଦିଲ୍ଲୀ, ୧୯।୮: ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ ନାଁରେ ସାଧାରଣ ମିଠା ବିକ୍ରି କରିବା ଆମାଜନ୍‌କୁ ମହଙ୍ଗା ପଡ଼ିଛି । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA)…

ଇମ୍ରାନ ଖାନ ନଅ ମାସ ପରେ ପ୍ରଥମ ଥର ପାଇଁ ପତ୍ନୀ ବୁଶରା ବିବି- ଭଉଣୀଙ୍କୁ ଭେଟିଲେ

ଇସଲାମାବାଦ,୧୯।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ତେହରିକ-ଏ-ଇନସାଫ (PTI)ର ପ୍ରତିଷ୍ଠାତା ଇମ୍ରାନ ଖାନ ରାୱଲପିଣ୍ଡିର ଆଡିଆଲା ଜେଲରେ ନଅ ମାସ ମଧ୍ୟରେ ପ୍ରଥମ ଥର ପାଇଁ…

ଅପରେସନ୍ ପରେ ପେଟ ଭିତରେ ରହିଗଲା ଗ୍ଲୋଭସ୍-ନାପକିନ୍! ୧୯ ବର୍ଷୀୟା ମା’ଙ୍କ ଅବସ୍ଥା….

ମୁମ୍ବାଇ,୧୯ା୮: ମହାରାଷ୍ଟ୍ରର ବୀଡ୍‌ରୁ ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯ ବର୍ଷୀୟା ସନ୍ଧ୍ୟା ସୂରଜ ଗାଏକୱାଡ୍‌ ଅଗଷ୍ଟ ୧ ତାରିଖରେ…

କେମିତି ଅପହରଣ ହୋଇଥିଲେ ବ୍ୟବସାୟୀ ଗୁଣ୍ଡା ସାହୁ, ପୋଲିସ କ୍ରାଇମ୍‌ ଭିଡିଓ ଜାରି କରି…

ବଲାଙ୍ଗୀର,୧୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣା ସମ୍ପର୍କିତ କ୍ରାଇମ ଭିଡିଓ ଜାରି କରିଛି ବଲାଙ୍ଗୀର ପୋଲିସ। କିଭଳି ଭାବେ…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଶିଶୁଙ୍କୁ କାମୁଡ଼ିଲା ସାପ, ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ କର୍ମୀ-ସିଡିପିଓ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ନୀଳକନ୍ଦର ସାହିରେ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ମଧ୍ୟାହ୍ନରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri