ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣା : ୪ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜମିବାଡ଼ିକୁ କେନ୍ଦ୍ରକରି ପ୍ରଥମେ ଗଣ୍ଡଗୋଳ ପରେ ମରଣାନ୍ତକ ଆକ୍ରମଣ ସହ ଜାତିଆଣ ଆକ୍ଷେପକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ କେସ୍‌ ନଂ. ୭୬/୧୯ରେ ଏକ ମାମଲା ରୁଜୁ କରି ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ କରୁଥିଲା। ଘଟଣାର ୮ ମାସ ବିତିବା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିରେ ସଂପୃକ୍ତି ଥିବା ୪ ଜଣଙ୍କୁ ବୁଧବାର ସନ୍ଧ୍ୟାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଦାରିଙ୍ଗବାଡ଼ିର ୪ ଜଣ ବ୍ୟବସାୟୀ ଅଜିତ କୁମାର ସାହୁ, ଅମୂଲ୍ୟ ସାହୁ, ସୁରେଶ ସାହୁ ଏବଂ ଶରତ ସାହୁ ବୋଲି ଆଇଆଇସି କୌଶିକ ମାଝୀ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ୨୦୧୯ ଜୁଲାଇ ୨୭ରେ ଡଲାବାଡ଼ି ନିକଟରେ ଏକ ଜମିକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଡଲାବାଡ଼ି ଗ୍ରାମର ଯୁବତୀ ବେହେରା ଏବଂ ତାଙ୍କ ସ୍ବାମୀ ମାର୍କଣ୍ଡଙ୍କୁ ଆକ୍ରମଣ ହୋଇଥିଲା। ସେହିପରି ଯୁବତୀଙ୍କ ପରିବାର ଅନୁସୂଚିତ ଜାତି ହୋଇଥିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏନେଇ ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ସେହିପରି ଯୁବତୀ ଏବଂ ତାଙ୍କ ପରିବାର ବିରୋଧରେ ପାଲଟା ଅଭିଯୋଗ କରାଯାଇଥିଲା। ଏନେଇ କେସ୍‌ ନଂ. ୭୭/୧୯ରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି। ଉକ୍ତ ମାମଲାରେ ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣାପଡ଼ିଛି। ଜାତିଆଣ ଆକ୍ଷେପ ରହିଥିବାରୁ ଘଟଣାର ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ତଦନ୍ତ କରୁଛନ୍ତି। ଉଭୟ ମାମଲାର ଅଧିକ ତଦନ୍ତ ଚାଲିଥିବା ଏସ୍‌ଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କୁ ମିଳୁନାହିଁ ଆବଶ୍ୟକ ସୁବିଧା

କେନ୍ଦୁଝର,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରୋଗୀଙ୍କୁ ଉପଯୁକ୍ତ ସୁବିଧା ମିଳୁ ନ ଥିବାରୁ...

ପୋଲିସ ଗାଡ଼ି ଭଙ୍ଗାରୁଜା ଘଟଣା: ୬୭ ବସ୍ତିବାସିନ୍ଦା ଗିରଫ

କଟକ ଅଫିସ,୧୩।୫: କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଏମ୍‌ସି...

ପରଲୋକରେ ଅଭିନେତ୍ରୀ ଝରଣା ଦାସ

କଟକ ଅଫିସ,୨ା୧୨: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ...

କରୋନାକୁ ହରାଇଲେ ୧୩ ମାସର ଶିଶୁ

କୋରୁକୋଣ୍ଡା,୬ା୮(ଡି.ଏନ.ଏ)-ମାଲକାନଗିରି ଜିଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ତେବେ ପ୍ରଥମ କରି ଏକ ୧୩ ମାସର ଛୁଆ କରୋନାରୁ ସୁସ୍ଥ ହୋଇଥିବା ଖବର...

ଆସନ୍ତା ୩୧ରେ ୧୧ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଝାରସୁଗୁଡ଼ା ଅଫିସ,୧୭।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ପ୍ରାର୍ଥିପତ୍ର ପ୍ରତ୍ୟାହାରର ମଙ୍ଗଳବାର ଥିଲା ଶେଷ ତାରିଖ। ଏହି ଦିନ ୩ ଜଣ...

ତହସିଲଦାରଙ୍କ ବଦଳି ଦାବିରେ ରାଜନୀତି ସରଗରମ

ଗଞ୍ଜାମ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ତହସିଲଦାରଙ୍କ ଅଶାଳୀନ ବ୍ୟବହାର ଓ କାର୍ଯ୍ୟଶୈଳୀକୁ ନେଇ ଗଞ୍ଜାମ ସହରରେ ରାଜନୀତି ଜୋର ଧରିଛି। ତହସିଲଦାର ହଟାଓ ଏବେ ଭିନ୍ନ ମୋଡ଼ରେ ଥିବା...

ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍‌  

ଆର.ଉୟଦଗିରି,୧୧ା୭(ଡି.ଏନ.ଏ.)- ଆର୍‌.ଉଦୟଗିରି ବ୍ଲକରେ ଶୁକ୍ରବାର ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଲାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୩ ଏବଂ ଆର୍‌.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡ଼ାକ୍ତର,...

ବରଗଡ଼ରେ ଯୋଗଦେଲେ ନୂଆ ଜିଲାପାଳ ମୋନିଷା ବାନାର୍ଜୀ: ଧାନ ସଂଗ୍ରହ ଓ କୃଷିକୁ ଦେବେ ପ୍ରାଥମିକତା

ବରଗଡ଼ ଅଫିସ,୧।୭: ବରଗଡ଼ର ନୂଆ ଜିଲାପାଳଭାବେ ମୋନିଷା ବାନାର୍ଜୀ (ଆଇଏଏସ) ଗୁରୁବାର ଯୋଗଦାନ କରିଛନ୍ତି। ବରଗଡ଼ କୃଷି ପ୍ରାଧାନ୍ୟ ଜିଲା ହୋଇଥିବା ଯୋଗୁ ସେ ଧାନ...

Advertisement
Archives

Model This Week