ଜମିପଟ୍ଟା ପାଇଁ ଶତାଧିକ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ,୨।୧୨- ସ୍ଥାୟୀ ଜମିପଟ୍ଟା, ବିଦ୍ୟୁତ୍‌ ସଂଯୋଗ ଓ ଗମନାଗମନ ପରି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ସୋମବାର ଶତାଧିକ ଭୂମିହୀନ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ସେମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି, ଭଦ୍ରକ ପୌରପାଳିକା ଅଧୀନ ୧୦ ନମ୍ବର ୱାର୍ଡ ଜଗନ୍ନାଥପୁର ଗ୍ରାମର ସାଳନ୍ଦୀ ନଦୀବନ୍ଧ କୂଳରେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ୩ ପୁରୁଷ ଧରି ରହିଆସୁଛନ୍ତି। ଦୀର୍ଘବର୍ଷ ଧରି ଏ ସମସ୍ତ ପରିବାର ଲୋକ ଏହି ସ୍ଥାନରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇ ନାହିଁ। ଫଳରେ ସେମାନଙ୍କ ପିଲାମାନେ ସରକାରଙ୍କ ଷ୍ଟାଇପେଣ୍ଡ ଯୋଜନା ଓ ଅନ୍ୟାନ୍ୟ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷେ ସେମାନଙ୍କୁ ମାଗଣା ବିଦ୍ୟୁତ୍‌ ସେବା ଓ ଅନ୍ୟ ଯୋଜନାରେ ସାମିଲ କରାଯାଇ ନାହିଁ। ସହରାଞ୍ଚଳରେ ଥିବା ଭୂମିହୀନମାନଙ୍କୁ ତୁରନ୍ତ ପଟ୍ଟା ଯୋଗାଇ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଗ୍ରହାଳୟ ପାଇଁ ସମ୍ବଳ ନାହିଁ

ଅନୁଗୋଳ ଅଫିସ,୧୧ା୮ ପୁରାତନ ସଭ୍ୟତା, ଏହାର ସଂସ୍କୃତି, ଭାଷା, ଲିପି, ମୁଦ୍ରା ଆଦି ସମ୍ପର୍କରେ ଢେର ଜ୍ଞାନ ଦେଇଥାଏ ସଂଗ୍ରହାଳୟ। ନୂତନ ଶିକ୍ଷା, ଗବେଷଣା ଦିଗରେ...

୩୫ବର୍ଷ ଧରି ପାଣି ବୋହୁଛନ୍ତି କୃଷ୍ଣଚନ୍ଦ୍ର

ଖୋର୍ଦ୍ଧା ଅଫିସ,୧୧।୧୨: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଗୁଡୁମ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ। ବୟସ ପାଖାପାଖି ୬୫ ଛୁଇଁଲାଣି। ହେଲେ ସେ ଥକି ପଡ଼ିନାହାନ୍ତି। ଏହି ବୟସରେ...

ପାରଦ ବଢ଼ାଉଛି ପାଣି ଚିନ୍ତା

ବଇଣ୍ଡା,୧୧ା୪:  ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମାସାଧିକ ହେଲା ଜଙ୍ଗଲ ଜଳୁଛି। ଫଳରେ ତାପମାତ୍ରାରେ ନିୟମିତ ବୃଦ୍ଧି ପରିଲକ୍ଷିତ ହେଉଛି। ଦିନକୁ ଦିନ ପାରଦ ଉପରମୁହାଁ ହେଉଥିବାରୁ ବହୁ...

ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

ସମ୍ବଲପୁର,୬।୫(ବ୍ୟୁରୋ): ସାତ ଜନମକୁ ସାଥୀ ହେବାକୁ କଥା ଦେଇ ଯେଉଁ ହାତ ଧରିଥିଲେ ସେହି ହାତରେ ସ୍ତ୍ରୀଙ୍କୁ ପଥର ଛେଚି ହତ୍ୟା କରିଛନ୍ତି ସ୍ବାମୀ। ଏପରି...

ଜେଟିରେ ଲାଗିଲା ମାଛ ଧରା ଡଙ୍ଗା-ଟ୍ରଲର

ଭଦ୍ରକ ଅଫିସ,୧୭।୫ – ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମସ୍ତ ଟ୍ରଲର ଓ ଡଙ୍ଗାଗୁଡିକ କୂଳ ତଥା ବିଭିନ୍ନ ଜେଟିରେ...

ମହିଳାଙ୍କୁ ଧକ୍କା ଦେଲା ସ୍କୁଲ ବସ୍‌, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଯୋଡ଼ା,୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ସିରାଜୁଦ୍ଦିନ୍‌ ଖଣି ବି-ପ୍ଲଟ ତାରିଣୀ ମନ୍ଦିର ରାସ୍ତା ନିକଟରେ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍‌ ଜଣେ...

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ: ଗାଡ଼ିରୁ ମିଳିଲା…

ନୂଆପଡ଼ା,୮ା୮(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର...

୨୬ ବାଇକ୍‌ ଜବତ

ଯୋଡା, ୧।୪(ଡି.ଏନ.ଏ.)-ଲକଡାଉନ କଟାକଣାକୁ ଉଲ୍ଲଂଘନ କରି ବିନା କାରଣରେ ଯୋଡ଼ା ସହରରେ ବୁଲୁଥିବା ୨୬ଟି ବାଇକ୍‌କୁ ପୋଲିସ ଜବତ କରିଛି। ଗତ ଶନିବାର ମଧ୍ୟ ଯୋଡା...

Advertisement
Archives

Model This Week