ଜବରଦଖଲ ହଟୁନି, ରାସ୍ତାକାମ ଆଗଉନି: ବଡମାଣପୁର ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଦେବଗଡ଼, ୪ା୬(ସ୍ବ.ପ୍ର): ଦେବଗଡ଼ ଜିଲା ବାରକୋଟ ବ୍ଲକ୍‌ ଅଧିନ ବଡମାଣପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମ ଆଗେଇ ପାରୁନାହିଁ। ଜବରଦଖଲ ସମସ୍ୟା ଯୋଗୁ ଏପରି ଅବସ୍ଥା ହୋଇଛି। ଜବରଦଖଲ ହଠାଇବା ଦାବିରେ ମଙ୍ଗଳବାର ପୂଣି ଥରେ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅବିଳମ୍ବେ ଜବରଦଖଲ ସମସ୍ୟାର ସମାଧାନ ନ ହେଲେ ଗ୍ରାମବାସୀ ଆନ୍ଦୋଳନାତ୍ମକପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏବେ ବାରକୋଟ ବ୍ଲକ ମଧ୍ୟପୁର ପଞ୍ଚାୟତ ଗୟଳମରା ଗ୍ରାମସ୍ଥିତ ଆର୍‌ଡି ରୋଡ୍‌ରୁ ବଡମାଣପୁର ଦେଇ ଏକ ପ୍ରଶସ୍ତ ରାସ୍ତା ନିର୍ମାଣ ଚାଲିଛି ା ତେବେ ବଡମାଣପୁର ଗଁା ମଝିରେ ଯାଇଥିବା ଉକ୍ତ ସରକାରୀ ରାସ୍ତାରେ ଗ୍ରାମର ୩ଜଣ ବ୍ୟକ୍ତି ଜବରଦଖଲ କରି ପାଚେରି ନିର୍ମାଣ କରିଛନ୍ତି। ସମୂହ ସ୍ବାର୍ଥ ଦୃଷ୍ଟିରୁ ଗ୍ରାମବାସୀ ସରକାରୀ ଜାଗା ଛାଡି ଦେବାକୁ ବୁଝାସୁଝା କରିଥିଲେ ହେଁ ସେମାନେ ରାଜି ହେଉନାହାନ୍ତି। ଏ ନେଇ ଗତ ମେ ୨୬ତାରିଖରେ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ା ଜିଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ ଧରମ୍‌ ହଁାସଦାଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଥିଲେ ା ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବାକୁ ପ୍ରଶାସନିକ ପ୍ରତିଶ୍ରୁତି ମିଳିଥିଲା। ହେଲେ ଇତିମଧ୍ୟରେ ୯ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆ ନ ଯିବାରୁ ମଙ୍ଗଳବାର ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଫେରାଦ ହୋଇଥିଲେ ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିରେ ଭାସିଯାଇଥିଲେ ସୁରେଶ: ୧୮ ଘଣ୍ଟା ପରେ ମିଳିଲା…

ସମ୍ବଲପୁର,୬।୬(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବାଗଡ଼ିଆପଡ଼ାରେ ବନ୍ୟା ପାଣିରେ ଭାସିଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହକୁ ଦୀର୍ଘ ୧୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ…

୯ରେ ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର,୬।୭(ପ୍ରମୋଦ ବହିଦାର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାର ଉତ୍ତମ ପରିଚାଳନା ପାଇଁ ଆସନ୍ତା ଜୁଲାଇ ୯ ତାରିଖ…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri