ଜନ ଆନ୍ଦୋଳନଙ୍କ ରାଷ୍ଟ୍ରୀୟ ସମନ୍ବୟ ସମ୍ମିଳନୀ; ହକ୍‌ ମାଗିବା ଭିକ୍ଷା ନୁହେଁ: ମେଧା

ପୁରୀ ଅଫିସ, ୨୪।୧୧: ବର୍ତ୍ତମାନ ସରକାରଙ୍କ ବିଦେଶୀକରଣ ଓ କମ୍ପାନୀକରଣ ପ୍ରୀତି ଚାଲିଛି, ଯାହାକି ଏକ ସୁସ୍ଥ ସମାଜ ପାଇଁ ଠିକ୍‌ ନୁହେଁ। ଏହାକୁ ପରିତ୍ୟାଗ କରି ଗ୍ରାମୀଣ ବିକାଶ ପ୍ରତି ଗୁରୁତ୍ୱ ଦେବାକୁ ହେବ। ଏଥିଲାଗି ଆମ ଶକ୍ତିକୁ ୨୫ଗୁଣା ବୃଦ୍ଧି କରିବାକୁ ପଡ଼ିବ ବୋଲି କହିଛନ୍ତି ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର। ସ୍ଥାନୀୟ ଡୁଡୁୱାଲା ଧର୍ମଶାଳା ପରିସରରେ ଶନିବାରଠାରୁ ଆରମ୍ଭ ହୋଇଥିବା ଜନଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ବୟ ସମ୍ମିଳନୀ ଉଦ୍‌ଘାଟନୀ ସଭାରେ ଯୋଗଦେଇ ପାଟେକର କହିଥିଲେ, ସରକାର ତାଙ୍କ ନିଷ୍ପତ୍ତିକୁ ଜନସାଧାରଣଙ୍କ ଉପରେ ଲଦି ଦେବା ଠିକ୍‌ ନୁହେଁ। ଲୋକଙ୍କ ଇଚ୍ଛାକୁ ଦେଖି ସରକାରଙ୍କୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ହେବ। ଆଦିବାସୀ, ଦଳିତ, ମଜ୍‌ଦୁରଙ୍କ ବିକାଶ ନେଇ ଚିନ୍ତା କରାଯିବା ଦରକାର। ସେହିପରି ପୁରୀ ବଡ଼ଦାଣ୍ଡର ଉଠାଦୋକାନୀଙ୍କ ସମସ୍ୟା କଥା ଉଠାଇ ସେ କହିଥିଲେ, ଆମେ ଆମର ହକ୍‌ ମାଗିବା, ଭିକ୍ଷା ନୁହେଁ। ସଙ୍ଗଠନାତ୍ମକ ସଂହିତା ଆଚାର ଭିତରେ ରହି ଅଧିକାର ପାଇଁ ଲଢେଇ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ ଦେଶର କେତେକ ପ୍ରମୁଖ ଆନ୍ଦୋଳନ ସହ ଓଡ଼ିଶାର ନିୟମଗିରି, କାଶୀପୁର କଥା ଉଠାଇଥିଲେ। କମ୍ପାନୀ ପ୍ରୀତି ଯୋଗୁ ଲୋକଙ୍କୁ କିପରି ସେମାନଙ୍କ ହକ୍‌ରୁ ବଞ୍ଚତ୍ତ କରାଯାଉଛି ତାହା କହିଥିଲେ। ଜମି, ଜଳ ଓ ଜଙ୍ଗଲ ଉପରେ ଲୋକଙ୍କ ଅଧିକାର ପ୍ରସଙ୍ଗରେ କହିବାବେଳେ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ଉଦାହରଣ ଦେଇଥିଲେ। ପ୍ରତ୍ୟେକ ରାଜ୍ୟର ଜମି, ଜଙ୍ଗଲ ଓ ଜଳ ଉପରେ ସେହି ରାଜ୍ୟବାସୀଙ୍କ ହକ୍‌ ରହିଛି। ଏହା ଉପରେ ଅନ୍ୟ କେହି ଅଧିକାର ଜାହିର କଲେ କଡ଼ା ଜବାବ ଦିଆଯିବ ବୋଲି ସେ କହିଥିଲେ। ଅଯୋଧ୍ୟା ପ୍ରସଙ୍ଗ ଏକତାର ବଡ଼ ଉଦାହରଣ ବୋଲି ମତ ରଖିଥିଲେ। ସରକାରଙ୍କ ନଦୀ ସଂଯୋଗୀକରଣ ନିଷ୍ପତ୍ତିକୁ ସେ ବିରୋଧ କରିଥିଲେ। ଅନ୍ୟତମ ଅତିଥି ଭାବେ ବେଜୱାଡ ଓଲସନ୍‌ ଯୋଗଦେଇଥିଲେ। ପ୍ରଫୁଲ୍ଲ ସାମନ୍ତରା କହିଥିଲେ, ଜଳ, ଜଙ୍ଗଲ, ଜମି ଧ୍ୱଂସ ଯୋଗୁ ପରିବେଶ ନଷ୍ଟ ହେଉଛି। ଲୋକଙ୍କ ଅଧିକାର, ବେକାରୀ ସମସ୍ୟା, ଆର୍ଥିକ ବିକାଶ ପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଆଶିଷ ରଞ୍ଜନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅରୁଣା ରାୟ, ତିସ୍ତା ଶୀତଲଭଦ୍‌ ଉପସ୍ଥିତ ଥିଲେ। ପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଫିଆଙ୍କ କବ୍‌ଜାରେ ବଳରାମ ପାହାଡ଼

ନୟାଗଡ଼ ଅଫିସ,୨୦ା୫- ନୟାଗଡ଼ ସହର ଉପକଣ୍ଠରେ ଥିବା ବଳରାମ ପାହାଡ଼ ଏବେ ମାଫିଆଙ୍କ କବ୍‌ଜାରେ। ସେମାନେ ମନଇଚ୍ଛା ପାହାଡ଼ର ବିଭିନ୍ନ ସ୍ଥାନରେ ପଥର ଫଟାଇ ବିକ୍ରି...

ଜଗା ଦର୍ଶନ କଲେ ପୁରୀବାସୀ: ଶୃଙ୍ଖଳିତ ଦର୍ଶନ, ଭାବବିହ୍ବଳ ପରିବେଶ

ପୁରୀ ଅଫିସ,୨୭ା୧୨: ଶ୍ରୀମନ୍ଦିର ଖୋଲିବାର ୩ଦିନ ପରେ ଶନିବାର ସ୍ଥାନୀୟ ଲୋକେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ପ୍ରଥମ ଦିନରେ ୩ଟି ପର୍ଯ୍ୟାୟରେ ପୁରୀବାସୀ ଶ୍ରୀଜଗନ୍ନାଥଙ୍କ...

ବାଲେଶ୍ୱରରେ ସୁଧୁରୁନି ବିଦ୍ୟୁତ୍‌ ସମସ୍ୟା

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱର ଜିଲାରେ ବିଦ୍ୟୁତ୍‌ ସମସ୍ୟା ଲାଗିରହିଥିବାରୁ ଏହାର ପ୍ରତିକାର ଲାଗି ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ଗତ ମେ’ ୨୭ରେ ୬ଦଫା ସମ୍ବଳିତ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନବଦମ୍ପତିଙ୍କ ଅର୍ଥ ପ୍ରଦାନ

ଦିଗପହଣ୍ଡି,୨୬ା୫(ଡି.ଏନ.ଏ.)-କରୋନା ପ୍ରଭାବରେ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉତ୍ସବ ମହୋତ୍ସବ, ବାହାଘର ଓ ସଭାସମିତି ବନ୍ଦ କରାଯାଇଛି।...

ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା: ‘ଗ୍ରନ୍ଥ ବି ସମାଜରେ ବିପ୍ଳବ ଆଣିପାରେ’

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସାହିତ୍ୟ ଉପରେ ଆଧାରିତ ଲିଖିତ ଗ୍ରନ୍ଥ ହୋମରୁଲ୍‌ ଓ ସର୍ବୋଦୟ ବେସ୍‌ ହୃଦୟସ୍ପର୍ଷୀ। ଆଦର୍ଶ ଓ ସମନ୍ବୟର...

ବସ୍‌ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଲା

ଦିଗପହଣ୍ଡି/ପାଟପୁର,୨୯।୧(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ପ୍ରବଳ କୁହୁଡ଼ି ଯୋଗୁ ମାରୁତି ଶ୍ରୀ ସାଇ ନାମକ ଏକ ଯାତ୍ରୀବାହୀ ବସ୍‌ ନଂ. ଓ ଆର୍‌ ୦୫-ଏ...

ନରେନ୍ଦ୍ର କୋଣରୁ ହଟିଲା କଣ୍ଟେନମେଣ୍ଟ ନିର୍ଦ୍ଦେଶନାମା

ପୁରୀ ଅଫିସ,୨୮।୫: ନରେନ୍ଦ୍ର କୋଣ ଅଞ୍ଚଳରୁ ଗତ ୧୭ତାରିଖରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌(ଆବଦ୍ଧ...

ନୂଆପଡା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ: କୋମନା, ମହାମାୟା ବିଜୟୀ

ନୂଆପଡା ଅଫିସ,୩୦ା୮-ସ୍ଥାନୀୟ ମିନିଷ୍ଟାଡିୟମରେ ଚାଲିଥିବା ନୂଆପଡା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ଦ୍ୱିତୀୟ ଦିନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। କୋମନା ଦଳ ଦବଙ୍ଗ...

Play 250+ Trending Games
Archives

Model This Week

Why Dharitri