ଜନ୍ମବେଦୀରେ ଦର୍ଶନ ଦେଲେ ଦାରୁଦିଅଁ : ମିଳିଲା ଆଡ଼ପ ଅବଢା, ରବିବାର ମହାପ୍ରଭୁଙ୍କ ବନକ ଲାଗି

ପୁରୀ ଅଫିସ, ୬ା୭: ଜନ୍ମବେଦୀରେ ଦର୍ଶନ ଦେଲେ ଦାରୁଦିଅଁ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶନିବାର ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ବର୍ଷା ଏବଂ କୋହଲା ପାଗ ସତ୍ତ୍ବେ ବିଶ୍ୱନିୟନ୍ତାଙ୍କ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଏଥିସହ ମହାପ୍ରଭୁଙ୍କୁ ଲାଗି ହୋଇଛି ଅନ୍ନ ପ୍ରସାଦ। ଶ୍ରଦ୍ଧାଳୁ ବି ପାଇଛନ୍ତି ଆଡ଼ପ ଅବଢା। ଶନିବାର ସକାଳ ୬ଟା ୨୦ରେ ଦ୍ୱାରଫିଟା ଯାଇ ୭ଟାରେ ମଙ୍ଗଳ ଆଳତି କରାଯାଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ବଢି ସକାଳ ୮ଟା ୪୫ରେ ଅବକାଶ ସରିଥିଲା। ଏହାପରେ ସାହାଣମେଲା ଦର୍ଶନ ହୋଇଥିଲା। ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ଦେଇ ଆଡପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ନାକଚଣା ଦ୍ୱାର ଦେଇ ବାହାରକୁ ବାହାରିଥିଲେ। ପ୍ରଥମ ଦିନରେ ପ୍ରାୟ ୨ ଘଣ୍ଟା ସାହାଣମେଲା ଦର୍ଶନ ହୋଇଥିଲା। ଏହାପରେ ପୂର୍ବାହ୍ନ ୧୧ଟା ୧୦ରେ ଗୋପାଳ ବଲ୍ଲଭ ସରିଥିଲା। ଅପରାହ୍ନ ୨ଟା ୧୫ରେ ସକାଳ ଧୂପ ନୀତି ବଢିଥିଲା। ପ୍ରାୟ ସାଢେ ୨ଟାରେ ବାହାରିଥିଲା ଆଡ଼ପ ଅବଢା। ପ୍ରଥମ ଦିନରେ ହଜାର ହଜାର ଭକ୍ତ ଆଡପ ଦର୍ଶନ କରି ଆଡ଼ପ ଅବଢା ପାଇଥିଲେ।
ଅନ୍ୟପକ୍ଷରେ ରବିବାର ଦାରୁବିଗ୍ରହଙ୍କର ବନକଲାଗି କରାଯିବ। ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଜନ୍ମବେଦୀରେ ଠାକୁର ପହଞ୍ଚତ୍ବା ପରେ ବଡ଼ସିଂହାର ଓ ପହୁଡ ନୀତି ହେବାର ବିଧି ରହିଛି। କିନ୍ତୁ ସମୟ ଅଭାବରୁ ଏହି ନୀତି ପ୍ରାୟତଃ ହୋଇପାରି ନ ଥାଏ। ୨୦୦୫ରେ ସଅଳ ପହଣ୍ଡି ଯୋଗୁ ପହୁଡ ହୋଇଥିବା ବେଳେ ଏହା ପରଠାରୁ ୧୧ ବର୍ଷ ଧରି ପହୁଡ ସମ୍ଭବ ହୋଇ ନ ଥିଲା। କିନ୍ତୁ ଗତ ଦୁଇବର୍ଷ ସଅଳ ପହଣ୍ଡି ହେଉଥିବାରୁ ପହୁଡ ନୀତି ସମ୍ପନ୍ନ ହୋଇଥିଲା। ଏ ବର୍ଷ ମଧ୍ୟ ଠାକୁରଙ୍କ ପହୁଡ଼ ହୋଇଛି। ସଅଳ ପହଣ୍ଡି ଯୋଗୁ ଶୁକ୍ରବାର ରାତି ୪ଟାରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିଲା।
ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଆସନ୍ତା ସୋମବାର ହେରାପଞ୍ଚମୀ। ଏହାର ପୂର୍ବଦିନ ମହାପ୍ରଭୁଙ୍କ ବନକଲାଗି ହେବାର ପରମ୍ପରା ରହିଛି। ତେଣୁ ରବିବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ପଛଭୋଗ ମଣ୍ଡପ ଶେଷ ହୋଇ ବନକଲାଗି ନୀତି ଅନୁଷ୍ଠିତ ହେବ। ରାତି ପ୍ରାୟ ୯ଟାରୁ ଭକ୍ତଙ୍କ ଲାଗି ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ତିଆରି ପ୍ରସାଧାନରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୋନ୍‌-୧ରେ ରାଜ୍ୟର ଏହି ୧୦ ଜିଲା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ୫୦ରୁ ଅଧିକ ସକ୍ରିୟ କେସ୍‌ ରହିଥିବା ୧୦ ଜିଲାକୁ ମଙ୍ଗଳବାର ଜୋନ୍‌-୧ ଭାବେ ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର,...

ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ୧୪ ଜଣଙ୍କ ଜୀବନ ଯାଇଛି

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲା : ଆଶୀର୍ବାଦଙ୍କ ସହ ୩ଜଣଙ୍କ ବିରୋଧରେ ଚାର୍ଜଶିଟ୍‌

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇର ପ୍ରାଥମିକ ଚାର୍ଜଶିଟ୍‌ ସିବିଆଇ କୋର୍ଟରେ ଗୁରୁବାର ଦାଖଲ କରିଛି। ସିବିଆଇ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ...

ଆଜିଠାରୁ ବିଧାୟକ କଲୋନୀ ଭଙ୍ଗାହେବ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ବିଧାୟକଙ୍କ ସରକାରୀ କ୍ୱାର୍ଟର୍ସ ବୁଧବାର ଠାରୁ ଭଙ୍ଗା ଆରମ୍ଭ ହେବ ବୋଲି ଜଣାପଡିଛି । ୨୪ ଜଣ ବିଧାୟକ କ୍ୱାଟର୍ସ ଛାଡି ସାରିଲେଣି। ୪୨ଟି...

କରୋନା ଆଁରେ ରାଜଧାନୀ: ଆଉ ୨୪୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୪।୭(ବ୍ୟୁରୋ)-କରୋନା ଆଁରେ ରାଜଧାନୀ। ଭୁବନେଶ୍ୱରରୁ ଶୁକ୍ରବାର ପୁଣି ୨୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦୭ କ୍ୱାରାଣ୍ଟାଇନରେ  ଥିବାବେଳେ ୪୧ ଲୋକାଲ କଣ୍ଟାକ୍ଟ କେସ...

ଗ୍ରୀନ୍‌ ଇଣ୍ଡିଆ ଚିଟ୍‌ଫଣ୍ଡ ମାମଲାରେ ଚାର୍ଜସିଟ ଦାଖଲ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ୍‌ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବୁଧବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଜମାକାରୀଙ୍କୁ ଶସ୍ତାରେ ଫ୍ଲାଟ ଓ...

ନାବାଳିକା ଝିଆରୀକୁ ବଳାତ୍କାର: ଥାନାରେ ଅଭିଯୋଗ, ଅଭିଯୁକ୍ତ ମଉସା ଗିରଫ, ସହଯୋଗ କରିବା ଅଭିଯୋଗରେ ମାଉସୀ ବି ଗିରଫ

ରାଉରକେଲା ଅଫିସ, ୪।୧୨: ତମାମ ଦେଶରେ ବଳାତ୍କାରକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ବୁଧବାର ରାଉରକେଲାରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା...

ଖୁଣ୍ଟସମଲାଇ ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ: ପ୍ରଶାସନ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇ ନ ଥିବାରୁ ଗ୍ରାମରେ ଉତ୍ତେଜନା

ପାଟଣାଗଡ଼,୨୩।୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ସଂଗୋରଧ କେନ୍ଦ୍ରରେ ଶନିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୁଣ୍ଟସମଲାଇ ଗ୍ରାମର ଟିକେମଣି...

Coronavirus Update


Archives

Model This Week

Why Dharitri