ଜନତା କର୍ଫ୍ୟୁକୁ ସମର୍ଥନ : ପାଟଣାରେ ଦୋକାନ ବଜାର ବନ୍ଦ

ପାଟଣା,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସମସ୍ତ ଦୋକାନ ବଜାର ଜନତା କର୍ଫ୍ୟୁକୁ ସମର୍ଥନ କରି ରବିବାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏଥିସହ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ମୁଖ୍ୟ ବଜାର ଓ ସାହାରପଡ଼ା ବ୍ଲକ ମୁଖ୍ୟାଳୟସ୍ଥିତ ବଜାରରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ସର୍ବସାଧାରଣ ସ୍ଥଳୀ ଖାଁ ଖାଁ ରହିଛି। କେବଳ ଔଷଧ ଓ କ୍ଷୀର ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି।
ସୂଚନାଯୋଗ୍ୟ, ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଆହ୍ବାନକୁ ଲୋକମାନେ ସ୍ବାଗତ କରିବା ସହ ସ୍ବତଃପ୍ରବୃତ୍ତ ଭାବେ ସମର୍ଥନ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର, ୧୮।୬(ଡି.ଏନ୍‌.ଏ.): ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି।...

ପୋଲିସ କର୍ମଚାରୀଙ୍କୁ ୫୦ ଲକ୍ଷର ସହାୟତା ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜଣାଇଲେ ଡିଜିପି

କଟକ ଅଫିସ୍‌, ୨୮।୪: କରୋନା ମୁକାବିଲାରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି...

କଳା ସଂଘର୍ଷ ନୁହେଁ, ଜୀବନ

ଧାମନଗର,୪।୧୦(ଡି.ଏନ.ଏ.)-ଆଞ୍ଚଳିକ ଲୋକକଳା ଆଜିି ବି ଗ୍ରାମାଞ୍ଚଳରେ ଜିଇ ରହିଛି। ଅନେକ ଗ୍ରାମୀଣ ପ୍ରତିଭା ରହିଛନ୍ତି। ବିଭିନ୍ନ ଲୋକକଳାକୁ ଲୋକଲୋଚନକୁ ଆଣିବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଦର...

କାନ୍ଥ ତାଡ଼ି ୧୫ ମୋବାଇଲ, କମ୍ପ୍ୟୁଟର ଚୋରି

ବନ୍ତଳା, ୩୦ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ଛକ କନକ ଦୁର୍ଗା ବଜାରରେ ରବିବାର ରାତିରେ ଖାଲଙ୍ଗା ଗ୍ରାମର ପ୍ରଦୀପ ପ୍ରଧାନ (୩୩) ଙ୍କ ମୋବାଇଲ...

ବୌଦ୍ଧରେ ବନ୍ଦ ପାଳନ

ବୌଦ୍ଧ,୮।୧(ସ୍ବ.ପ୍ର.): ସାରା ଦେଶରେ ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବୌଦ୍ଧରେ ମଧ୍ୟ ଏହି ବନ୍ଦ ଡାକରା...

ରାଶନକାର୍ଡ ଦାବି: ଝାରସୁଗୁଡ଼ା ପୌର କାର୍ଯ୍ୟାଳୟ ଘେରାଉ

ଝାରସୁଗୁଡା ଅଫିସ,୨୮।୪: କରୋନା ମୁକାବିଲା ନେଇ ଜାରି ହୋଇଥିବା ଲକ୍‌ଡାଉନ ସମୟରେ ରାଜ୍ୟର ରାଶନକାର୍ଡ ଧାରୀଙ୍କୁ ସରକାର ବିଭିନ୍ନ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେବେ ଯେଉଁ...

କୂଅରେ ପଡ଼ି ଯୁବକଙ୍କ ପ୍ରାଣଗଲା

ସଜନାଗଡ଼,୮।୮(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ସଜନାଗଡ଼ ଛକ ନିକଟ ୧୯ ନଂ ରାଜ୍ୟ...

ବନ୍ଧୁତ୍ୱ ଦିବସ: ‘କହିବା ଆଗରୁ ବୁଝିଯାଏ ମନ କଥା’

ବାରିପଦା ଅଫିସ,୨ା୮-‘ଫ୍ରେଣ୍ଡ ଇଜ୍‌ ନିଡ୍‌ ଇଜ୍‌ ଏ ଫ୍ରେଣ୍ଡ ଇନ୍‌ଡିଡ୍‌’। ଇଂଲିଶରେ ଥିବା ଏହି ବାକ୍ୟର ଅର୍ଥ ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ।...


Coronavirus Update

Archives

Model This Week

Why Dharitri