ଜଙ୍ଗଲରେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ଲୋଇସିଂହା,୨୨।୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ କେଶାଇପାଲି ଗାଁ ନିକଟ ଛେଳିଆ ଜଙ୍ଗଲରେ ସୋମବାର ଅପରାହ୍ନରେ ଗୋଟିଏ ଦନ୍ତାହାତୀ ଜଣେ ବୃଦ୍ଧଙ୍କୁ କଚାଡ଼ି ମାରି ଦେଇଛି। ମୃତକ ହେଲେ ଲୁହୁରାମୁଣ୍ଡା ଗାଁର ଦେବାର ଜୁଏଡ (୬୧)। ହେଲେ ତାଙ୍କ ସହ ଜଙ୍ଗଲକୁ ଯାଇଥିବା ବଳଭଦ୍ର ମାଝି ନାମକ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇ ହାତୀ ମୁହଁରୁ ବର୍ତ୍ତିଯାଇଛନ୍ତି। ତାଙ୍କୁ ଗାଁ ଲୋକେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଖବର ପାଇ ଘଟଣାସ୍ଥଳରେ ବନ କର୍ମଚାରୀ ଓ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ବଳଭଦ୍ରଙ୍କ ଗାଈପଲ କେଶାଇପାଲି ଛେଳିଆ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ଘରକୁ ନ ଫେରିବାରୁ ଗାଈପଲକୁ ଖୋଜିବା ପାଇଁ ବଳଭଦ୍ର ସାଙ୍ଗରେ ଦେବାରଙ୍କୁ ନେଇ ଜଙ୍ଗଲକୁ ଯାଇଥିଲେ। ହେଲେ ଦୁଇ ଦନ୍ତା ହାତୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ। ଗୋଟିଏ ଦନ୍ତା ଦେବାରଙ୍କୁ କଚାଡି ଦେଇଥିଲା। ଏହି ସମୟରେ ବଳଭଦ୍ର ସେଠାରୁ କୌଣସିମତେ ଦୌଡ଼ି ଗାଁ ଲୋକଙ୍କୁ ଜଣାଇଥିଲେ। ଏହାପରେ ଗଁାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ରେଞ୍ଜ ଅଫିସର ରାଜକିଶୋର ନାଏକ, ସାଲେଭଟା ପାଣ୍ଡି ଅଧିକାରୀ ଆର୍ତ୍ତତ୍ରାଣ ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ମୃତକଙ୍କ ପରିବାର ବର୍ଗକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ଏହାସହ ରେଡକ୍ରସ୍‌ ଓ ଅନ୍ୟାନ୍ୟ ସରକାରୀ ସହାୟତା ଦିଆଯିବାକୁ ପ୍ରତିଶ୍ରୁତି ମିଳିବା ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଗାଁ ଲୋକେ ଛାଡିଥିଲେ। ବିଧାୟକ ମୁକେଶ ମହାଲିଙ୍ଗ ଗାଁରେ ପହଞ୍ଚତ୍ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଶୀଘ୍ର ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସେ ରେଞ୍ଜ ଅଫିସରଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ବଲାଙ୍ଗୀର ଅଫିସ, ୨୩।୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଛାତ୍ରାବାସର ୫ ମହଲା ଛାତ ଉପରୁ ଖସିପଡ଼ି ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଶାନ୍ତ...

ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ମୁରିବାହାଲ, ୧୪।୯ (ଡି.ଏନ.ଏ) : ବଲାଙ୍ଗୀର ଜିଲା ମୁରିବାହାଲଠାରେ ଅନେକ ବର୍ଷର ପ୍ରତୀକ୍ଷା ପରେ ଜେଏମଏଫସି କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ଜିଲା ଓ...

ସରକାରୀ ସୁବିଧାରୁ ବଁଚିତ୍‌ ଦିବ୍ୟାଙ୍ଗ କୃଷ୍ଣ: ସାହାଯ୍‌ ଲାଗି ନିରଦେଶ ଦେଲେ ଜିଲାପାଳ

ପାଟଣାଗଡ଼, ୨୧।୧ (ଡି.ଏନ୍‌.ଏ.)- ପାଟଣାଗଡ଼ ଏନ୍‌ଏସି ସଭାକୁଠିଥି ସୋମବାର ଜିଲାପାଳକଁର ଉପଖଣ୍ଡସ୍ତରୀୟ ଜନଶୁନାନି କାଯ୍‌କରମ ଅନୁଷ୍‌ଠିତ ହେଇଯାଇଛେ। ଇ ଶିବିରରେ ଝନେ ଦୁଖିନୀ ମା’ର ଗୁଲ୍‌ଗୁଲା...

ବଲାଙ୍ଗୀର ପୌର ନିର୍ବାଚନ: ଅଧ୍ୟକ୍ଷା ପ୍ରାର୍ଥୀଙ୍କ ଉପରେ ନଜର

ବଲାଙ୍ଗୀର ଅଫିସ,୫ା୩: ବଲାଙ୍ଗୀର ପୌର ନିର୍ବାଚନ ପାଇଁ ଉତ୍ସାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ନାମାଙ୍କନ ପତ୍ର ଦାଖଲ ସମୟ ପାଖେଇ ଆସୁଥିବା ବେଳେ ତିନି...

ଧାନଖଳାରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୃତ୍ତ: ଜଳିଗଲା ୧୬୦ କ୍ୱିଣ୍ଟାଲ ଧାନ

ଲୋଇସିଂହା,୨୨।୧୨(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଗୁର୍ଜିଭଟା ଗାଁର ଏକ ଧାନଖଳାରେ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏଥିରେ...

ଶିଶୁକନ୍ୟାକୁ କରୋନା ନେଇ ଭିଡ଼ିଓ ଭାଇରାଲ

ଲାଠୋର, ୨୮ା୪(ଡି.ଏନ.ଏ.) ସାରା ଦେଶରେ କରୋନା ଭୁତାଣୁ କାୟା ବିସ୍ତାର କରି ଚାଲିଛି। ଏଭଳି ସ୍ଥିତିରେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରାଯିବାକୁ ନେଇ ଲୋକେ...

ଦାଦନ ଖଟିବାକୁ ଯାଇ ପୁଅ ନିଖୋଜ, ଫେରିବା ବାଟକୁ ଚାହିଁ ବସିଛନ୍ତି ମା’ବାପା

ଖପା୍ରଖୋଲ,୧୧।୧୧(ଡି.ଏନ୍‌.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ରଞ୍ଜିତ ଭୁଏଙ୍କ ପୁଅ ଯୁଗେନ୍ଦ୍ର ଭୁଏ(୨୧)। ଦେଢବର୍ଷ ତଳେ ଚେନ୍ନାଇକୁ ଦାଦନ...

ଜାମିନ ପାଇଁ ପୁଣି ହାଇକୋର୍ଟରେ ପୁଞ୍ଜିଲାଲ

କଟକ ଅଫିସ,୧୭ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ...

Advertisement
Archives

Model This Week