ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ସନ୍ଦେହ କରି ଏସ୍‌ପିଙ୍କ ତନାଘନା

ବରଗଡ ଅଫିସ,୨୪।୧୨: ବରଗଡ ଜିଲା ପାଇକମାଳ ଥାନା ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ଟେମରିମାଲ ଗ୍ରାମ ନିକଟ ଜଙ୍ଗଲ ମଧ୍ୟରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତା ଯୁବତୀ ଜଣକ ହେଲେ, ଟେମରିମାଳ ଗ୍ରାମର ଲୁଭାବତୀ ବରିହା(୨୩) । ଶରୀରରେ କ୍ଷତ ଚିହ୍ନ ଥିବା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ଉକ୍ତ ମହିଳା ଗତ ଶୁକ୍ରବାର ଦିନରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ସତ୍ତ୍ବେ ତାଙ୍କ ସନ୍ଧାନ ପାଇ ପାରି ନ ଥିଲେ। ଅନ୍ୟପକ୍ଷରେ ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ଗ୍ରାମ ନିକଟ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ପରିବାର ଲୋକେ ସେଠାରେ ପହଞ୍ଚି ମୃତଦେହ ଚିହ୍ନଟ କରି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଏସ୍‌ପି ସାହୁଙ୍କ ସମେତ ପାଇକମାଳ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ, ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ ସ୍ପଟ୍‌ରେ ଗଣ୍ଡଗୋଳ ଘଟଣା: ୭ ଜଣଙ୍କୁ ଗିରଫ କଲା ପୋଲିସ

ପଦ୍ମପୁର,୨୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦେବଦର୍ହା ପିକନିକ୍‌ ସ୍ପଟ୍‌ରେ ରବିବାର ସଂଘଟିତ ଗଣ୍ଡଗୋଳ ଘଟଣାରେ ଜଗଦଲପୁର ଥାନା ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ...

ପଦଯାତ୍ରାରେ ପାକିସ୍ତାନ ଯିବେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୯।୮: ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଖୁବ୍‌ଶୀଘ୍ର ପାକିସ୍ତାନକୁ ପଦଯାତ୍ରା କରିବେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ। ଏ ନେଇ...

ମିଲ୍‌ ପରେ ଏବେ ସୁଗମ ଯୋଜନା: ଚାଲି ଚାଲି ଯାଉଥିବା ଅନ୍ୟ ଜିଲାର ଶ୍ରମିକଙ୍କୁ ବସ୍‌ରେ ଘରକୁ ପଠାଉଛି ଗଞ୍ଜାମ ପ୍ରଶାସନ

ଛତ୍ରପୁର, ୧୫।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂର୍ବରୁ ଆରମ୍ଭ ହୋଇଥିବା ମିଲ୍‌ ଯୋଜନା ସହ ଏବେ ସୁଗମ ଯୋଜନା ଯୋଡି ହୋଇଯାଇଛି। ମିଲ୍‌ ଯୋଜନାରେ ପ୍ରଶାସନ...

ରାଉରକେଲାରେ ବନ୍ଦ ପ୍ରଭାବ: ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ରାଉରକେଲା ଅଫିସ, ୮।୧: ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ...

ଚିନ୍ତା ବଢ଼ାଇଛି ବିଳମ୍ବ ରିପୋର୍ଟ

ସମ୍ବଲପୁର, ୧୨।୪ (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ...

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଗିରଫ

ଛତ୍ରପୁର,୨୧ା୧୦(ଡି.ଏନ.ଏ.)-ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ରବିବାର ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ଚିକିଲଖଣ୍ଡି ଗଁା ରବି ରଞ୍ଜନ ଗୌଡ। ଗଞ୍ଜାମ ଓଡିଆ ଢାମଣା...

ଟ୍ରେନ୍‌ରେ ଯାତ୍ରୀ ଛାଡ଼ିଥିବା ବ୍ୟାଗ୍‌ ଦେଲା ଆର୍‌ପିଏଫ୍‌

ଛତ୍ରପୁର,୨୬ା୧୨(ଡି.ଏନ.ଏ)- ଟ୍ରେନ୍‌ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍‌ପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯାଇଛି। ୨୩ ତାରିଖରେ ଭୁବନେଶ୍ୱରରୁ ବାଲୁଗଁ। ପାଇଁ...

ବିଧାୟକଙ୍କ କରୋନା ସମୀକ୍ଷା

ଢେଙ୍କାନାଳ ଅଫିସ, ୧୭।୪ – ଢେଙ୍କାନାଳ ଜିଲାରେ କୋଭିଡ୍‌-୧୯ ସଂକ୍ରମଣ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଗୁରୁବାର ବିଧାୟକ...

Coronavirus Update


Archives

Model This Week

Why Dharitri