ଜଙ୍ଗଲରୁ କାଠ ଲୁଟ୍‌ ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲେ ଡିଏଫ୍‌ଓ

ନୂଆଗାଁ,୧୮ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ମହିପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ମାଫିଆମାନେ ତାହାକୁ ବାହାରକୁ ଚାଲାଣ କରୁଛନ୍ତି। ଏହା ଜାଣି ସୁଦ୍ଧା ବନ ବିଭାଗ ଅଧିକାରୀ ଓ କର୍ମଚାରୀ ନୀରବଦ୍ରଷ୍ଟା ସାଜୁଛନ୍ତି। ଏ ସଂକ୍ରାନ୍ତରେ ଫଟୋ ସମ୍ବଳିତ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମଙ୍ଗଳବାର ନୟାଗଡ଼ ଡିଏଫ୍‌ଓ ଧନରାଜ ଏଚ୍‌ଡି, ମହିପୁର ରେଞ୍ଜର ସୁଧାଂଶୁ ଶେଖର ପଣ୍ଡା ଓ ସ୍ଥାନୀୟ ବନପାଳ କାଠ କଟାଯାଉଥିବା ସ୍ଥାନ ଗୁମୀ ସେକ୍ସନର ଲତାଦେଈ ଜଙ୍ଗଲକୁ ଯାଇ ତଦନ୍ତ କରିଛନ୍ତି। ସାଇଜ କାଟିବା ଉଦ୍ଦେଶ୍ୟରେ ରଖାଯାଇଥିବା ୪ ଗୋଟି ବିଶାଳ ଶାଳ ଗଣ୍ଡିକୁ ଦେଖି ଡିଏଫ୍‌ଓ କ୍ଷୋଭ ପ୍ରକାଶ କରିବା ସହ ଏଥ୍ରପ୍ରତି ଦୃଷ୍ଟି ଦେବାକୁ ବନପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଗଛକାଟି ପଦା କରାଯାଇଥିବା ଜଙ୍ଗଲ ଜାଗା କାହାର ତାହା ଚିହ୍ନଟ କରିବା ପାଇଁ ନୂଆଗାଁ ତହସିଲଦାର ଓ ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଜାଗା ଯଦି ବନ ବିଭାଗର ହୋଇଥିବ ତେବେ ସମ୍ପୃକ୍ତ ଲୋକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ବିଶାଳ ଶାଳ ଗଛର ୫ଟି ଗଣ୍ଡି ମଧ୍ୟରୁ କାଠ ମାଫିଆ ମୂଳଗଣ୍ଡିକୁ କାଟି ସାଇଜ କରି ନେଇଯାଇଥିବା ବେଳେ ଗଚ୍ଛିତ ଥିବା ଅନ୍ୟ ୪ଟିକୁ ବନ ବିଭାଗ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମ ଉଲ୍ଲଂଘନ କରି ଚାଲିଛି କ୍ୱାରି

କେନ୍ଦୁଝର,୧୧|୧୧(ସ୍ବ.ପ୍ର.) କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଟିକରପଡ଼ା ମୌଜାରେ ୪.୮୫ ହେକ୍ଟର ପରିମିତ ଅଞ୍ଚଳରେ ଚାଲିଥିବା ପଥର ଖଣିରେ ବ୍ୟାପକ ନୀତିନିୟମ ଉଲ୍ଲଂଘନ ହେଉଥିଲେ ହେଁ ପଦକ୍ଷେପ...

କୃଷିବୀମାରେ ଅନିୟମିତତା, ଆନ୍ଦୋଳନ ପାଇଁ ସଜବାଜ

ପଦ୍ମପୁର, ୨୮।୭ (ଡି.ଏନ.ଏ):ପଦ୍ମପୁର ଅଞ୍ଚଳର ଚାଷୀମାନଙ୍କୁ ବୀମା କମ୍ପାନୀ ଚଞ୍ଚକତା କରିଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପ୍ରଶାସନକୁ ବହୁବାର ଜଣାଇଥିଲେ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର, ୨୭ା୧୦(ସ୍ବ.ପ୍ର.)-କେନ୍ଦୁଝର ସଦର ରେଞ୍ଜ ଓ ଘଟଗାଁ ବ୍ଲକ ଅନ୍ତର୍ଗତ ନିମିଘରା ଗ୍ରାମରେ ରବିବାର ସକାଳେ ଶୌଚ ହେବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ...

ସଟ୍‌ଡାଉନ୍‌ କାର୍ଯ୍ୟକାରୀ ସଫଳ, ୩ ଜିଲାବାସୀଙ୍କୁ ଧନ୍ୟବାଦ: ଡିଜିପି

କଟକ ଅଫିସ,୨୬।୪: କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ତିନୋଟି ଜିଲା ଯଥା ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାରେ ଘୋଷଣା କରାଯାଇଥିଲା। ରବିବାର ସକାଳ...

‘ବରିଷ୍ଠ ନାଗରିକଙ୍କ ଅଭିଜ୍ଞତାକୁ ବ୍ୟବହାର କରନ୍ତୁ ସରକାର’

ବ୍ରହ୍ମପୁର ଅଫିସ,୨୮ା୭: ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନସ ଫୋରମର ୧୫ତମ ତ୍ରୟବାର୍ଷିକ ସମ୍ମିଳନୀ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ରବିବାର ଅନୁଷ୍ଠିତ...

୭ମ ଅର୍ଥନୈତିକ ଗଣନା-୨୦୧୯ ଆରମ୍ଭ:ଠିକ୍‌ ତଥ୍ୟ ସଂଗ୍ରହରେ ହେବ ଆର୍ଥିକ ବିକାଶ

ଢେଙ୍କାନାଳ ଅଫିସ,୨୭ା୮ ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ୭ମ ଅର୍ଥନୈତିକ ଗଣନା ୨୦୧୯ ସୋମବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ...

ଆଠମଲ୍ଲିକରେ ଝଡ଼ତୋଫାନ

ଆଠମଲ୍ଲିକ,୧୨।୧(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ମଙ୍ଗଳବାର ଅଦିନିଆ ବର୍ଷା ସହ ପ୍ରବଳ ପବନ ଓ କୁଆପଥର ମାଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଝଡ଼ତୋଫାନ...

ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣା, ଦୀର୍ଘବର୍ଷ ପରେ ରାୟ ଶୁଣାଇଲେ କୋର୍ଟ

ଜଗତସିଂହପୁର ଅଫିସ,୯ା୫: ଦୀର୍ଘବର୍ଷ ପରେ ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଦୌରାଜଜ୍‌ ତଥା ମହିଳା କୋର୍ଟ ବିଚାରପତି ରଶ୍ମିତା...

Advertisement
Archives

Model This Week