ଜଗତ୍‌ସିଂହପୁର ଜିଲା ଚିଠି: ସରିଯାଉଛି ଟୋକନ ଅବଧି, ସମସ୍ୟାରେ ପଡୁଛି ଚାଷୀ

ଓଡ଼ିଶାରେ ଚଳିତବର୍ଷ ପ୍ରଥମ ଥର ପାଇଁ ଟୋକନ୍‌ ମାଧ୍ୟମରେ ମଣ୍ଡିରୁ ଧାନ ଉଠୁଛି। ଏହାର ପ୍ରଭାବ ଜଗତ୍‌ସିଂହପୁର ଜିଲାର ଚାଷୀଙ୍କ ଉପରେ ବି ପଡିଛି। ଟୋକନ ବ୍ୟବସ୍ଥା ଜିଲାର ଅଧିକାଂଶ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କାରଣ ଟୋକନ୍‌ ପାଇଥିବା ଚାଷୀ ୭ଦିନ ଭିତରେ ମଣ୍ଡିରେ ଧାନ ବିକ୍ରି କରି ନ ପାରିଲେ ଏହା ବାତିଲ ହୋଇଯିବ। ଅର୍ଥାତ୍‌ ନୂଆ ଟୋକନ୍‌ ପାଇବା ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିବେ ନାହିଁ। ଦୁଃଖର କଥା ହେଲା, ଜିଲାର ଅନେକ ସ୍ଥାନରେ ମିଲରମାନେ ଚାଷୀଙ୍କ ଉପରେ ଭାରି ପଡିଛନ୍ତି। ସେମାନେ ବିଭିନ୍ନ  ଆଳ ଦେଖାଇ ମଣ୍ଡିରୁ ଧାନ ନ ଉଠାଇବାରୁ ଟୋକନ ଅବଧି ସରିଯାଉଛି। ଏହାପରେ ଯଥାଶୀଘ୍ର ଟୋକନ ନବୀକରଣ ହେବା କଥା। କିନ୍ତୁ ନବୀକରଣରେ ଯଥେଷ୍ଟ ବିଳମ୍ବ ଯୋଗୁ ଚାଷୀ ସମସ୍ୟାରେ ପଡୁଛି। ଏପରି କି ଅନେକ ଚାଷୀ ମାସାଧିକ କାଳ ହେବ ନୂଆ ଟୋକନ ପାଇବା ପାଇଁ ଅପେକ୍ଷା କରି ନିରାଶ ହେଉଛନ୍ତି। ବାରି, ଦାଣ୍ଡରେ ଅସୁରକ୍ଷିତ ଭାବେ ଧାନ ବସ୍ତା ଗଦା କରି ରଖିଥିବାରୁ ଚାଷୀମାନେ କ’ଣ କରିବେ କିଛି ନିଷ୍ପତ୍ତି ନେଇପାରୁନାହାନ୍ତି। ଏଣେ କାଳବୈଶାଖୀ ଦାଉ ସାଧୁଛି। ଏହି କିଛି ଦିନ ଭିତରେ ବର୍ଷା, ପବନର ତାଣ୍ଡବ ଚାଷୀଙ୍କ ପାଇଁ ବିପଦ ଆଣିଦେଇଛି। ଚାଷୀ କୌଣସି ମତେ ଏହାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଅନେକ ସ୍ଥାନରେ ଧାନ ଓଦା ହୋଇଯାଇଥିବାରୁ ଚାଷୀମାନେ ବେପାରୀଙ୍କୁ କମ୍‌ ଦରରେ ବିକ୍ରି କରିଦେବାକୁ ମନସ୍ଥ କରିଛନ୍ତି। ଟୋକନ ନବୀକରଣରେ ବିଳମ୍ବ ଯୋଗୁ ଚାଷୀ ବାହାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ନିକଟରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଅନୁଷ୍ଠିତ ୨ୟ ଜିଲାସ୍ତରୀୟ କମିଟି ବୈଠକରେ ଏନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥିରେ ଟୋକନ ଅବଧି ୭ଦିନ ପରିବର୍ତ୍ତେ ୧ ମାସ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ, ବାସ୍ତବରେ ଟୋକନ ଅବଧି ବଢିଗଲେ ଆଉ ବାତିଲ ହେବ ନାହିଁ। ସରକାର ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଦେଲେ ତାହା କାର୍ଯ୍ୟକାରୀ କରାଯିବ। ଏପରି କି ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ଟୋକନ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଜିଲାରେ ୧୦୫ଟି ସମିତିି ମାଧ୍ୟମରେ ଧାନ ସଂଗ୍ରହ ଚାଲିଛି। ଏହି ଧାନ ଉଠାଇବା ଦାୟିତ୍ୱରେ ଜିଲାର ୨ଟି ଓ ଅନ୍ୟ ଜିଲାର ୨୯ଟି ମିଲର ରାଜ୍ୟ ଯୋଗାଣ ନିଗମ ଦ୍ୱାରା ନିଯୁକ୍ତ ହୋଇଛନ୍ତି। କିନ୍ତୁ ସେମାନଙ୍କ ମନମାନି ଯୋଗୁ ଅନେକ ସ୍ଥାନରୁ ଧାନ ଉଠିବାରେ ବିଳମ୍ବ ହେଉଛି। ଟୋକନ ବାତିଲ ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଛି। ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବା ଜରୁରୀ ବୋଲି ମତପ୍ରକାଶ ପାଇଛି।

– ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ପଞ୍ଚାୟତ କଲେଜରେ ଛାତ୍ର ଆନ୍ଦୋଳନ: ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଜାରିରହିବ

ବରଗଡ଼ ଅଫିସ, ୧୬।୯: ବରଗଡ଼ ପଞ୍ଚାୟତ କଲେଜ ଛାତ୍ରୀଛାତ୍ର ବିଭିନ୍ନ ଦାବିନେଇ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଲେଜ ଫାଟକରେ ତାଲା ପକାଇବା ସହିତ ଦାବିନେଇ ନାରାବାଜି...

ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସ୍ବାସ୍ଥ୍ୟ ପ୍ରତିନିଧି ଦଳ:ଖୁବ୍‌ଶୀଘ୍ର ମିନି ଆଇସିୟୁ, ଏଚ୍‌ଡିୟୁ

ଢେଙ୍କାନାଳ ଅଫିସ, ୧୦।୧୨ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୩ଜଣିଆ ପ୍ରତିନିଧି ଦଳ ସୋମବାର ଢେଙ୍କାନାଳ ଜିଲା ଚିକିତ୍ସାଳୟର ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଉପଦେଷ୍ଟା...

ଦଳର ସଂଗଠନକୁ ଦୃଢ଼ କରିବା ଲାଗି ଗୁରୁତ୍ୱ; ସହମତି ଭିତ୍ତିରେ ନିଆଯିବ କାର୍ଯ୍ୟପନ୍ଥା

ବାଲେଶ୍ୱର ଅଫିସ, ୪।୧୧- ବାଲେଶ୍ୱର ଆଇଟିଆଇ ସ୍ଥିତ ଏକ ଘରୋଇ ହୋଟେଲ୍‌ ସମ୍ମିଳନୀ କକ୍ଷରେ ରବିବାର ଜିଲା ଭାଜପା ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ନେଇ ଏକ...

ମହିଳାଙ୍କୁ ମାଡ଼ ଘଟଣା, ଫେରାର୍‌ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୯ା୯(ଡି.ଏନ.ଏ.)-ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡ଼ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ କୋର୍ଟଚାଲାଣ କରିଛି।ସନ୍ଧ୍ୟାରେ ଜାମିନ ନାମଞ୍ଜୁର...

ଲୋକଙ୍କ ପାଇଁ ମୋ ଦୁଆର ସର୍ବଦା ଖୋଲା ରହିବ

୨୦୧୩ ବ୍ୟାଚ ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର ଅନୁଗୋଳ ଜିଲାର ୧୪ତମ ଏସ୍‌ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ରାଜସ୍ଥାନର ଆଲୱାରଠାରେ ୧୯୮୯ରେ ଜନ୍ମଗ୍ରହଣ କରିଥିବା...

ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ ସଦର,୨୯ା୩(ଡି.ଏନ୍‌.ଏ.)- କିଶନ ନଗର ଥାନା ଅନ୍ତର୍ଗତ କିଶୋର ନଗର ବଜାର ନିକଟସ୍ଥ ମହାନଦୀରୁ ରବିବାର ସକାଳେ ଜଣେ ଯୁବକ ମୃତଦେହ ଉଦ୍ଧାର ହୋଇଛି। ସେ...

ଜାତୀୟ ଉସୁ: ଦିବ୍ୟମୋହନଙ୍କୁ ରୌପ୍ୟ

ଅନୁଗୋଳ ଅଫିସ, ୧।୧ – ଜମ୍ମୁରେ ଅନୁଷ୍ଠିତ ୨୮ତମ ଜାତୀୟ ସିନିୟର ଉସୁ ଚାମ୍ପିୟନଶିପ୍‌-୨୦୧୯ରେ ରୌପ୍ୟ ପଦକ ଜିତି ଗୌରବ ଆଣିଛନ୍ତି ଅନୁଗୋଳ ଜିଲା କଣିହଁା...

ବିଇଓଙ୍କ ଦ୍ୱାରସ୍ଥ ହେଲା ଶିକ୍ଷକ ସଂଘ

ଦେଓଗାଁ,୧୫ା୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ନିୟମିତ ଶିକ୍ଷକ ଓ ଜିଲା ପରିଷଦ ଶିକ୍ଷକ ଏ ଯାଏ ଜୁନ ମାସର ଦରମା ପାଇ ନାହାନ୍ତି। ଏଥିସହ...

Coronavirus Update


Archives

Model This Week

Why Dharitri