ଛେଳି-ଫଳ ସବୁ କରୋନା ପଜିଟିଭ, ଟେଷ୍ଟ କିଟ୍‌ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ଦାର ଏସ୍‌ ସଲାମ,୪।୫: ଆଫ୍ରିକୀୟ ଦେଶ ତାଞ୍ଜାନିଆରେ କରୋନା ଟେଷ୍ଟ ପାଇଁ ବ୍ୟବହାର କରାଯାଉଥିବା କିଟ୍‌ ଗୁଡିକର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜନ ମଗୁଫୁଲି। ସୂଚନାଯୋଗ୍ୟ, ରବିବାର ତାଞ୍ଜାନିଆରେ ଗୋଟିଏ ଛେଳି ଓ ଏକ ଫଳ ପଓ ପଓ(pawpaw) କରୋନା ପଜିଟିଭ ମିଳିବା ଫଳରେ ସେଠାରେ ବ୍ୟବହାର କରାଯାଉଥିବା ଟେଷ୍ଟ କିଟ୍‌ରେ ତ୍ରୁଟି ଦର୍ଶାଇ ରାଷ୍ଟ୍ରପତି ଜନ ମଗୁଫୁଲି ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶରୁ ଆସିଥିବା ଟେଷ୍ଟ କିଟ୍‌କୁ ପରୀକ୍ଷା କରିବାକୁ ଛେଳି ଓ ପଓ ପଓ ଫଳର ନମୁନାକୁ ନେଇ ସେଥିରେ ମଣିଷ ପରି ନାଁ ଓ ବୟସ ଲେଖାଯାଇଥିଲା। ଏହାପରେ ତାକୁ ତାଞ୍ଜାନିଆର ଲାବୋରୋଟୋରିକୁ ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ଏହାର ରିପୋର୍ଟ ପଜିଟିଭ ଆସିବାରୁ ରାଷ୍ଟ୍ରପତି କହିଥିଲେ କିଟ୍‌ ଗୁଡିକର ଯାଞ୍ଚ କରାଯାଉ। ଏବେ ରାଷ୍ଟ୍ରପତି କହିଛନ୍ତି ଏହି ରିପୋର୍ଟକୁ ଦେଖି ଲାଗୁଛି ଦେଶରେ ଆହୁରି ଅଧିକ ସଂକ୍ରମିତ ରହିଛନ୍ତି ତେଣୁ ଏହାର ସଠିକ୍‌ ଯାଞ୍ଚ ହେବା ଦରକାର। କାରଣ ପୂର୍ବରୁ ରାଷ୍ଟ୍ରପତି ମଗୁଫୁଲିଙ୍କ ନାଁରେ ଦିନେ ତାଞ୍ଜାନିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ ଆସିଥିବା ବେଳେ ଏହାକୁ ନେଇ ସେ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ। ଏମିତିକି ସେ ତାଙ୍କ ଦେଶବାସୀଙ୍କୁ କହିଥିଲେ ପ୍ରାର୍ଥନା କର ଯେମିତି କରୋନା ଆମ ପାଖ ନ ମାଡୁ। ସୂଚନାଯୋଗ୍ୟ, ରବିବାର ସୁଦ୍ଧା ତାଞ୍ଜାନିଆରେ ୪୮୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ସେ ଏକ ବିମାନ ମାଡାଗାସ୍କର ପଠାଇଛନ୍ତି ଯେଉଁଥିରେ କରୋନା ଭାଇରସର ଚିକିତ୍ସା ପାଇଁ ହର୍ବାଲ ଔଷଧ ଆସିବ। ହେଲେ ଏହି ଔଷଧ ଦ୍ୱାରା କରୋନା ଠିକ୍‌ ହେବାର ଦାବି କରାଯାଇ ନାହିଁ। ଏବେ ଆମେରିକା, ୟୁରୋପ ଅପେକ୍ଷା ଆଫ୍ରିକୀୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ରହିଛି ସତ ହେଲେ ଏଠାରେ କମ୍‌ ସଂଖ୍ୟାରେ ଟେଷ୍ଟ କରାଯାଉଥିବାରୁ ସଂକ୍ରମିତଙ୍କ ଅସଲ ତଥ୍ୟ ବାହାରକୁ ଆସିପାରୁ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମାୟଣ ପୁନର୍ଲିଖନ

ତ୍ରେତୟା ଯୁଗର କଥା। ପ୍ରଭୁ ଶ୍ରୀରାମ ଶ୍ରୀଲଙ୍କା ଜୟ ପରେ ମାତା ସୀତାଙ୍କୁ ସାଙ୍ଗରେ ଧରି ଅଯୋଧ୍ୟା ଫେରିଲେ। ଅଯୋଧ୍ୟା ସୀମାରେ ବାଣ ରୋଶଣି ଧରି...

ପୋଲିସ ଗୁଳିରେ ୨ କୃଷ୍ଣକାୟ ମୃତ

କେନୋଶା, ୨୭ା୮: ଆମେରିକାର କେନୋଶାରେ ମଙ୍ଗଳବାର ପୁଣି ପୋଲିସ ଗୁଳିରେ ୨ କୃଷ୍ଣକାୟ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି। କେନୋଶା ପୋଲିସ ଗତ ରବିବାର...

ହେଲିକପ୍ଟର ପଙ୍ଖା ଉପରେ ଚଢିଗଲେ ଯୁବକ: ଆଉ ତାପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ହେଲିକପ୍ଟର ପଙ୍ଖାରେ ଜଣେ ଯୁବକ ଚଢି ଦୋଳି ଖେଳୁଥିବା ଭିଡିଓ ବେଶ ଭାଇରାଲ ହେବାରେ...

ପାକ୍‌ ସୁପ୍ରିମକୋର୍ଟରେ ପ୍ରଥମ ମହିଳା ବିଚାରପତି

ଇସ୍‌ଲାମାବାଦ: ପାକିସ୍ତାନ ସୁପ୍ରିମକୋର୍ଟର ୭୫ ବର୍ଷ ଇତିହାସରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି। ସେପ୍ଟେମ୍ବର ୯ରେ ଜଷ୍ଟିସ୍‌ ଆୟେଶା ମଲିକଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ...

ବିନା ଡ୍ରାଇଭରରେ ରାସ୍ତାରେ ଦ୍ରୁତ ଗତିରେ ଚାଲୁଛି କାର୍‌, ଦେଖନ୍ତୁ ଏହି ଭିଡିଓ

ଟେସଲା କମ୍ପାନୀ ଅଟୋ ପାଇଲଟ କାର୍‌ ପାଇଁ ବିଶ୍ୱପ୍ରସିଦ୍ଧ। ଏଭଳି ଟେକ୍ନୋଲୋଜି ଥିବା ଏକ କାର୍‌ ଏପର୍ଯ୍ୟନ୍ତ ଭାରତକୁ ଆସିନାହିଁ। ମାତ୍ର ସୋସିଆଲ ମିଡିଆରେ ଆଜିକାଲି...

ହିଜାବ ନ ପିନ୍ଧିବାରୁ ମୁର୍ଦାଘରେ ମୃତଦେହ ସଫା କରିବା ଦଣ୍ଡାଦେଶ…

ତେହେରାନ,୭।୮ : ଇରାନ ସରକାର ହିଜାବ ପିନ୍ଧୁ ନ ଥିବା ମହିଳାଙ୍କ ପାଇଁ ନୂଆ ନୂଆ ଦଣ୍ଡାଦେଶ ଘୋଷଣା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାମାନେ...

ଘରକୁ ଫେରିଲେ ଜଳୁଥିବା ଜାହାଜରୁ ଉଦ୍ଧାର ହୋଇଥିବା ଭାରତୀୟ ଚାଳକ ଦଳର ୨୦ ଆହତ ସଦସ୍ୟ, ଫେରୁଛି ନାବିକଙ୍କ ମୃତ ଦେହ

ଲଣ୍ଡନ,୪।୮: ନେଦରଲ୍ୟାଣ୍ଡ ଉପକୂଳରୁ ପ୍ରାୟ ୩,୮୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ବ୍ୟାପକ ଅଗ୍ନିକାଣ୍ଡ ପରେ ଉଦ୍ଧାର ହୋଇଥିବା ୨୦ଜଣ ଭାରତୀୟ କ୍ରୁ...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୨୭,୮୯୨ରେ

ନୂଆଦିଲ୍ଲୀ,୨୭।୪: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୯୬ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭,୮୯୨ରେ ପହଞ୍ଚିଛି। ଏବେ...

Advertisement
Archives

Model This Week