ଛେଣ୍ଡିପଦାରେ ଫସିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଝାଡଖଣ୍ଡ ଅଞ୍ଚଳର ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଝାଡଖଣ୍ଡ ରାଜ୍ୟ ସାହେବଗଞ୍ଜ ଜିଲାର ପ୍ରବାସୀ ଶ୍ରମିକମାନେ ଲକ୍‌ଡାଉନ ଘୋଷଣା ହେବାରୁ ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ୧୧୫ଜଣ ପ୍ରବାସୀ ଶ୍ରମିକ ଫସିରହିଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ଛେଣ୍ଡିପଦା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁନିଲ କୁମାର କେରକେଟା ଓ ଛେଣ୍ଡିପଦା ତହସିଲଦାର ତଥା ମାଜିଷ୍ଟ୍ରେଟ ଡାନିଏଲ ଏକ୍କାଙ୍କ ପ୍ରତ୍ୟେକ୍ଷ ତତ୍ୱାବାବଧାନରେ ୬୪ଜଣ ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ପଞ୍ଚାୟତ ଅଞ୍ଚଳରୁ ଛେଣ୍ଡିପଦା ଜଗନ୍ନାଥ ମନ୍ଦିର ସମ୍ମୁଖ ପଡିଆକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଧିରେନ ପ୍ରଧାନ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଶ୍ରମିକଙ୍କୁ ବସ୍‌ ଯୋଗେ ଅନୁଗୋଳ ଜିଲା ପ୍ରଶାସନ ନିକଟକୁ ପଠାଇଦିଆଯାଇଛି। ସେଠାରୁ ଜିଲା ପ୍ରଶାସନ ସହାୟତାରେ ବସ୍‌ ଯୋଗେ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ ଏହି ଶ୍ରମିକମାନେ ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ସ୍ବଛଭାରତ ଯୋଜନାରେ ହେଉଥିବା ପାଇଖାନା ନିର୍ମାଣ ସହ ଘରୋଇ ଭାବେ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହରିପୁର ଆଶ୍ରମରେ ଶ୍ରାବଣୀ ଉତ୍ସବ

ନୂଆପଡା ଅଫିସ,୧୨ା୮ ବିଶ୍ୱର ଆଦ୍ୟ ଜ୍ଞାନର ଉତ୍ସ ଏବଂ ଋଷିଙ୍କ ଦ୍ୱାରା ସାକ୍ଷାତକୃତ ଈଶ୍ୱରୀୟ ବାଣୀ ଚତୁର୍ବେଦ ପ୍ରଚାର, ପ୍ରସାର ଏବଂ ସ୍ବାଧ୍ୟାୟର ଆଲୋଚନା, ପର୍ଯ୍ୟାଲୋଚନା...

ଭାଜପାର ମହାଭୋଜ ଅଭିଯାନ ଆରମ୍ଭ: ପ୍ରତିଦିନ ୫କୋଟି ଲୋକଙ୍କୁ ଦିଆଯିବ ଭୋଜନ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ଏହି...

କୂଅରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ବଇଣ୍ଡା, ୩୧ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ମାମୁରିଝରଣ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ମଙ୍ଗଳବାର ସାନହୁଲା ପଞ୍ଚାୟତ ଜୟପୁର ଗ୍ରାମର ମୋହନ...

ଉଦ୍‌ଘାଟନର ୨୯ ଦିନ ଭିତରେ ଭାଙ୍ଗିଗଲା ୨୬୪କୋଟି ମୂଲ୍ୟର ପୋଲ

ପାଟନା,୧୬।୭: ଚଳିତ ବର୍ଷ ମୌସୁମୀ ଆସିବା ସହ ବିହାରରେ ବର୍ଷା ଓ ବନ୍ୟା ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଛି। ବିହାରର ଗୋପାଳଗଞ୍ଜ ଜିଲାରେ...

ରେଞ୍ଜ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କେସିଙ୍ଗା,୧୦।୧୨(ଡି.ଏନ.ଏ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ରେଞ୍ଜ ଅଫିସର ଦୀନବନ୍ଧୁ ମେହେରଙ୍କ ବଲାଙ୍ଗୀର ସହର ତୁଳସୀନଗରସ୍ଥିତ ବାସଭବନରେ ମଙ୍ଗଳବାର ଭୋର...

୩୦ରେ ପୂରିବ ସଂଶୋଧିତ ମୋଟରଯାନ ଆଇନ କୋହଳ ଅବଧି: ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି

କଟକ ଅଫିସ, ୨୧।୧୧: ସଂଶୋଧିତ ମୋଟରଯାନ ଆଇନର କୋହଳ ଅବଧି ନଭେମ୍ବର ୩୦ରେ ପୂରିଯିବ। ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି ଏହି ଆଇନକୁ କଡ଼ାକଡ଼ି ଭାବେ...

ମାଷ୍ଟର୍ସ ସେଫ୍‌ରେ ଅନୁଗୋଳର ଲଳନା ସ୍ମୃତିଶ୍ରୀ:ବିଚାରକଙ୍କ ମନ ଜିଣିଲା ‘କୁଟ୍ଟୁ-ଏ-ପାସ୍ତା’

ଅନୁଗୋଳ ଅଫିସ, ୧୭।୧୨ ଷ୍ଟାର ପ୍ଲସର ରିଏଲିଟି ଶୋ’ ମାଷ୍ଟର୍ସ ସେଫ୍‌ର ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅନୁଗୋଳର ଲଳନା ସ୍ମୃତିଶ୍ରୀ ସିଂହ...

କାର୍ଯ୍ୟକାଳ ସରିବା ପୂର୍ବରୁ ବଦଳିଲେ କୁଳସଚିବ

କଟକ ଅଫିସ,୨୧ା୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୁଳସଚିବ ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାର ଦାଶଙ୍କୁ ରାଜ୍ୟ ସରକାରଙ୍କ ଜେନେରାଲ ଆଡମିନିଷ୍ଟ୍ରେଶନ ଆଣ୍ଡ ପର୍ସନାଲ ଗ୍ରିଭାନ୍ସ ବିଭାଗକୁ...

Coronavirus Update


Archives

Model This Week

Why Dharitri