ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦରେ ବିକ୍ଷୋଭ

ବାରିପଦା ଅଫିସ,୨୭ା୮- ରାଜ୍ୟ ସରକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି। ଏହାକୁ ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରୁଛନ୍ତି। ମୟୂରଭଞ୍ଜ ଜିଲାର ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ମଧ୍ୟ ଏହାକୁ ବିରୋଧ କରିଛି। ସୋମବାର ସଂଗଠନର ଛାତ୍ର ଓ ଯୁବ ନେତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଥିଲେ। ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତୁରନ୍ତ ନିର୍ବାଚନ ଘୋଷଣା ନ ହେଲେ ଜିଲାର ବିଭିନ୍ନ ମହାବିଦ୍ୟାଳୟରେ ଦେଖାଦେଉଥିବା ଛାତ୍ର ଅଶାନ୍ତି ବୃଦ୍ଧି ପାଇଲେ ସରକାର ଦାୟୀ ରହିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଭିଷେକ କବାଟ, ରବୀନ୍ଦ୍ର ସାହୁ, ମନୋଜ ସାହୁ, ୱାହିଦ ଅହିଦ, ଦୀପକ ରଞ୍ଜନ ନାଏକ, ଏନଡି ଆଭାସ, ଅମନ କୁମାର ସାହୁ, ରାଜେଶ ମାହାର୍ଣ୍ଣା, ସୀତାକାନ୍ତ ସିଂ, ଦେବବ୍ରତ ଧଳ, ଉପେଶ ଡିଆବାରା ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆସନ୍ତାକାଲି ଖୋଲିବନି ସ୍କୁଲ: ଏହି ୨ ଜିଲାରେ ବଢ଼ିଲା ଖରାଛୁଟି ଅବଧି

ଭୁବନେଶ୍ୱର, ୧୭।୬: ବଲାଙ୍ଗୀର ଜିଲାରେ ବଢ଼ିଲା ଖରାଛୁଟି ଅବଧି। ୨୦ ତାରିଖ ଯାଏ ଖରାଛୁଟି ଅବଧି ବଢ଼ିଛି। ତେବେ ୨୨ ତାରିଖରେ ବଲାଙ୍ଗୀରରେ ଶିକ୍ଷାନୁଷ୍ଠାନ ଖୋଲିବ। ପ୍ରବଳ…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଶତାଧିକ ଚାଷୀ

ତିହିଡ଼ି,୧୭ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ…

ଭାଜପାରେ ସାମିଲ ହେଲେ ବିଜେଡି-କଂଗ୍ରେସର ବହୁ କର୍ମକର୍ତ୍ତା

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକ କଲ୍ୟାଣମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମାଲକାନଗିରି ବିଧାୟକ…

ପ୍ରବଳ ଖରା ଯୋଗୁ ସକାଳୁଆ ସ୍କୁଲ, ଜାଣନ୍ତୁ କେଉଁ ଜିଲାରେ ହେଲା ଘୋଷଣା

ନୂଆପଡା,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri