ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ଏବିଭିପିର ବିରୋଧ

ଫୁଲବାଣୀ ଅଫିସ, ୨୬ା୮-ରାଜ୍ୟ ସରକାର ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଘୋଷଣା କରିଥିବାରୁ ଛାତ୍ରଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି । ସୋମବାର କନ୍ଧମାଳ ଜିଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ(ଏବିଭିପି) ପକ୍ଷରୁ ନିର୍ବାଚନ ବନ୍ଦକୁ ବିରୋଧ କରାଯାଇଛି । ଫୁଲବାଣୀ ମାଦିକୁନ୍ଦା ଛକରେ ଏବିଭିପିର ଛାତ୍ରୀଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ । ଓଡିଶାରେ ଛାତ୍ର ସଂସଦ ନିର୍ବାଚନ ବାତିଲ ପଛରେ ବିଜେଡିର ଭୟ ସ୍ପଷ୍ଟ ବାରି ହୋଇପଡୁଛି । ସବୁଠି ବିଜୁ ଛାତ୍ର ଜନତା ମଧ୍ୟରେ ଦଳୀୟ କନ୍ଦଳ ରହିଛି । ଯଦି ନିର୍ବାଚନ ହେବ ତାହାଲେ ଏବିଭିପି ସବୁଠି ବିଜୟ ଲାଭ କରିବ। ତେଣୁ ଭୟରେ ନିର୍ବାଚନକୁ ବନ୍ଦ କରି ଦିଆଯାଇଛି ।ଛାତ୍ର ସଂସଦ କଲେଜ ସମସ୍ୟା ନେଇ ପ୍ରଶ୍ନ ଉଠାଇଥାଏ । ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି। କୁହାଯାଇଛି ଇଲେକ୍‌ସନ ହେବ ନାହିଁ, ସିଲେକସନ ହେବ । ସିଲେକସନ କେଉଁ ଆଧାରରେ ହେବ ତାହା ଉପରେ କିଛି କୁହାଯାଇନାହିଁ । ଏହାର ଅର୍ଥ ସବୁ ପଦବୀ ସେମାନଙ୍କ ହାତକୁ ଯିବ। ଏହା ଗଣତନ୍ତ୍ରର ହତ୍ୟା ବୋଲି ଏବିଭିପି ଜିଲା ସଂଗଠନ ସମ୍ପାଦକ ସୁଦର୍ଶନ ବାରିକ, ଜିଲା ସଂଯୋଜକ ବିକାଶ ନାୟକ, ସଭାପତି ଶୁଭାଷିଶ ପଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି। ବିକ୍ଷୋଭ କାର୍ଯ୍ୟକ୍ରମରେ ଏବିଭିପିର ବହୁ ଛାତ୍ରୀଛାତ୍ର ସାମିଲ ହୋଇଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ରୋଷେଇ ବେଳେ ମହିଳାଙ୍କୁ ଗୁଳି

ଦେବଗଡ଼, ୧୬।୧୨ (ଡି.ଏନ୍‌.ଏ.):ଘରେ ରୋଷେଇ କରୁଥିବାବେଳେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ବୁଧବାର ରାତିରେ ଦେବଗଡ଼ ଜିଲା ବାରକୋଟ...

ମହିଳା ଦିବସରେ ସଦ୍ୟ ଶିଶୁକନ୍ୟାକୁ ଡ୍ରେନ୍‌ରେ ଫିଙ୍ଗିଦେଲେ

ବଲାଙ୍ଗୀର ଅଫିସ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସରେ ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଛି । ସଦ୍ୟଜାତ ଏକ ଶିଶୁକନ୍ୟାକୁ କେହି ତୁଳସୀନଗରର ଏକ ଡ୍ରେନ୍‌ରେ ଫିଙ୍ଗିଦେଇଥିବା...

ଖଟିବାକୁ ଯାଇଥିଲେ ଦାଦନ, ଫେରିଲା ମୃତଦେହ

କୋକସରା୨୮।୭(ଡି.ଏନ୍‌.ଏ): କାମ ଧନ୍ଧା ନ ପାଇ କର୍ନାଟକକୁ ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି...

୨ଲୁଟ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁରର ୨ଟି ଲୁଟ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ପୋଲିସ। ମାଁ ଶାରଳା ସୁନା ଦୋକାନୀ ଦମ୍ପତିଙ୍କୁ ଆକ୍ରମଣ କରି ଗହଣା...

ଗଣତାନ୍ତ୍ରିକ ପଦ୍ଧତିରୁ ବିଚ୍ୟୁତ ହେଉଛି ଦେବଗଡ଼ ରାଜନୀତି, ସମସ୍ତଙ୍କୁ ଘାରିଛି ବିଧାୟକ ହେବା ନିଶା

ଦେବଗଡ଼, ୨୭।୭(ଶଶାଙ୍କ ଶେଖର ଝାଙ୍କର): ଯେତିକି ପାଖେଇ ଆସୁଛି ଆଗାମୀ ନିର୍ବାଚନ, ସେତିକି ଉଷ୍ମତା ବଢିଚାଲିଛି ଦେବଗଡ଼ ରାଜନୀତିରେ। ଦେବଗଡ଼ ଏକ ଛୋଟ ଜିଲା। ୭୦ଟି...

ବ୍ଲକ ଜଳଯୋଗାଣ ସହକାରୀ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ

ଗଞ୍ଜାମ,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଜଳଯୋଗାଣ ସହକାରୀ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବିଡ଼ିଓ ପ୍ରଦୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଉକ୍ତ...

ଶ୍ରମିକ କାର୍ଡ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଛତ୍ରପୁର,୯ା୯(ଡି.ଏନ.ଏ)-ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକ କାର୍ଡ କରିଦେବା ଓ ପଞ୍ଜୀକୃତ ଶ୍ରମିକଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଗାଇଦେବା ପାଇଁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ...

ଯନ୍ତ୍ରୀଙ୍କୁ ମାଡ଼ ମାରି ପୂର୍ବତନ ସରପଞ୍ଚ ଗିରଫ

ଆନନ୍ଦପୁର,୧୬ା୧୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ବିଦ୍ୟୁତ୍‌ ସେକ୍ସନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରାକେଶ ପଲଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଥାନାରେ ଏକ ମାମଲା...

Advertisement
Archives

Model This Week