ଛାତ୍ରୀ ଅପହରଣ ଘଟଣା: ବ୍ୟବହୃତ କାର ଜବତ, ୩ ଅଟକ

ପାଟଣା,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ନିକଟ ଦେଓଗାଁ ପଡିଆରୁ ୧୮ ବର୍ଷିୟା କଲେଜ ଛାତ୍ରୀଙ୍କୁ ୪ ଦୁର୍ବୃତ୍ତ ଏକ ଧଳା ହୁଣ୍ଡାଇ ଏକ୍ସ ଟେଣ୍ଟ କାରରେ ଅପହର କରାଯାଇଥିଲା। ଗୁରୁବାର ବିଳମ୍ବିତ ରାତିରେ ତୁରୁମୁଙ୍ଗା ଓ ଘଟଗାଁ ପୋଲିସ ମିଳିତଭାବେ ଚଢ଼ାଉକରି କପାସପଡା ନିକଟରୁ ଅପହରଣରେ ବ୍ୟବହୃତ କାରକୁ ଜବତ କରିଛି। ଏଥିସହ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଅପହରଣ ହୋଇଥିବା ଯୁବତୀ ଓ ଜଣେ ଯୁବକ ଫେରାର ଅଛନ୍ତି।
ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ୧୮ ବର୍ଷୀୟା କଲେଜ ଛାତ୍ରୀଙ୍କୁ ୪ ଦୁର୍ବୃତ୍ତ ଏକ ଧଳା ହୁଣ୍ଡାଇ ଏକ୍ସ ଟେଣ୍ଟ କାରରେ ଅପହରଣକରି ନେଇଥିଲେ। ଏ ନେଇ ତୁରୁମୁଙ୍ଗା ଥାନାରେ ଛାତ୍ରୀଙ୍କ ବାପା ଅଭିଯୋଗ କରିଥିଲେ। ଥାନା ଅଧିକାରୀ ବରେନ୍ଦ୍ର ଶିଆଲ କେସ୍‌ ନଂ. ୧୭/ ୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଅଧିକ ତଦନ୍ତ ଓ ଛାତ୍ରୀ ଉଦ୍ଧାର ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ। ଦିନ ଦ୍ୱିପ୍ରହରରେ ଏଭଳି ଘଟିବା ଘଟିବା ଜିଲା ତଥା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛାତ୍ରୀ ଜଣଙ୍କ ଯୁକ୍ତ ୩ କଳାର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ସବ୍‌ ଜେଲ୍‌ ପରିଦର୍ଶନ କଲେ ଜିଲା ଜଜ

ଛତ୍ରପୁର, ୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଜ୍‌ ରାମ ଶଙ୍କର ହୋତା ରବିବାର ଛତ୍ରପୁର ସବ୍‌ ଜେଲ ପରିଦର୍ଶନ କରିଛନ୍ତି। ଏହି ସବ୍‌ ଜେଲରେ ୧୩୨ ଜଣ...

୩୨୭୬ ଅଙ୍ଗନଓ୍ବାଡି କର୍ମୀଙ୍କୁ ସାନିଟାଇଜ୍‌ କିଟ୍‌

ଅନୁଗୋଳ ଅଫିସ, ୧୭।୫- କରୋନା ବିରୋଧରେ ଲଢ଼େଇ କରୁଥିବା ପ୍ରତିଟି ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ...

ମଣ୍ଡି ଖୋଲିବାରେ ବିଳମ୍ବ,ଦଲାଲ ହେଉଛନ୍ତି ମାଲାମାଲ

ଧାମନଗର, ୨୫।୧୨(ସ୍ବ.ପ୍ର.): ଚଳିତ ବର୍ଷ ଧାନ ଅମଳ ସରିବାକୁ ବସିଥିଲେ ମଧ୍ୟ ପ୍ରଶାସନ ମଣ୍ଡି ଖୋଲିବାକୁ ନେଇ ଅହେତୁକ ବିଳମ୍ବ କରି ଚାଲିଛି। ଫଳରେ ଚାଷୀମାନେ...

ମଧ୍ୟାହ୍ନଭୋଜନ ନିୟମକୁ ବେଖାତିର, ୧୫ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ

ରାଜନଗର, ୧୭।୯ (ଡି.ଏନ୍‌.ଏ.)- ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି।...

ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ : ବସୁଧା ଯୋଜନାରେ ୫ ପ୍ରକଳ୍ପ ମଞ୍ଜୁର

ଯାଜପୁର ଅଫିସ,୧୮।୮- ଯାଜପୁର ଜିଲାରେ ବସୁଧା ଯୋଜନାରେ ୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୮କୋଟି ୦୭ଲକ୍ଷ ୪୩ହଜାର ଟଙ୍କା ପ୍ରଶାସନିକ ମଞ୍ଜୁରି ମିଳିଛି। ଏଥିପାଇଁ...

ଶ୍ରୀଗୁଣ୍ଡିଚା ଯାତ୍ରା: ସକାଳ ୭ରୁ ପହଣ୍ଡି, ମଧ୍ୟାହ୍ନ ୧୨ରୁ ରଥଟଣା

ପୁରୀ ଅଫିସ,୨୨।୬: ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ୩ ରଥରେ ବିଜେ କରି ମାଉସୀ ମା’ଙ୍କ ମନ୍ଦିର ଯାତ୍ରା କରିବେ ଦାରୁଦିଅଁ। ଏ ନେଇ...

ମନ୍ଦିରରେ ଭିଡ, ୫ ଜଣଙ୍କ ନାମରେ ମାମଲା

ଫୁଲବାଣୀ ଅଫିସ, ୧୩ା୪- ଲକଡ଼ାଉନ ପାଇଁ ମନ୍ଦିରରେ ଭିଡ ଜମାଇବାକୁ ବାରଣ କରାଯାଇଛି। ହେଲେ ପଣା ସଂକ୍ରାନ୍ତିରେ ଏହାକୁ ନ ମାନି ମନ୍ଦିରରେ ଭିଡ ଜମାଇଥିବାରୁ...

ପିପିଟି-ପିଏଚ୍‌ଓ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ପାରାଦୀପ, ୨୧।୨ (ସ୍ବ.ପ୍ର.): ପାରାଦୀପ ବନ୍ଦରରେ ବିଦେଶୀ ନାବିକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ପ୍ରଥମକରି ପୋର୍ଟ ହେଲ୍‌ଥ ୟୁନିଟ୍‌ ଆରମ୍ଭ ହୋଇଛି। ଏ ନେଇ ଗୁରୁବାର...

Advertisement
Archives

Model This Week