Posted inଫୁରସତ

ଛାତ୍ରୀଛାତ୍ରଙ୍କ ବହିକିଣାରେ ପ୍ରଥମ ଦରମା ଟଙ୍କା ଖର୍ଚ୍ଚ ହୋଇଥିଲା: ଶିକ୍ଷାବିତ୍‌ ସ୍ବାଧୀନ ଶେଖର ଷଡ଼ଙ୍ଗୀ

ଶିକ୍ଷାବିତ୍‌ ତଥା ସାମାଜିକ କର୍ମୀ ସ୍ବାଧୀନ ଶେଖର ଷଡ଼ଙ୍ଗୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
କଟକ ସଦର ୪୨ ମୌଜା ଅନ୍ତର୍ଗତ ଏରଞ୍ଚ ଗାଁରେ ମୋ ଜନ୍ମ। ବେଣ୍ଟକାର ଉଚ୍ଚବିଦ୍ୟାଳୟରୁ ୧୯୭୬ରେ ଏକାଦଶ ପାସ୍‌ କରିବା ପରେ ଜେକେବିକେ କଲେଜରେ ଆଇ.ଏ. ଓ ରେଭେନ୍ସାରେ ବି.ଏ. ପଢିଥିଲି। ବି.ଏ. ପଢିବା ସମୟରେ ମୁଁ ଏନ୍‌ଏସ୍‌ଏସ୍‌ (ଜାତୀୟ ସେବା ସଂସ୍ଥା)ର ଜଣେ ଭଲ୍ୟୁଣ୍ଟିୟର୍‌ ଥିଲି। ତା’ପରେ ବାଣୀବିହାରରେ ରାଜନୀତି ବିଜ୍ଞାନରେ ପି.ଜି. କଲି। ଅଧ୍ୟାପନା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଇଚ୍ଛା ଥିବାରୁ ପି.ଜି. ପଢା ପରେ ମଧୁସୂଦନ ଲ’ କଲେଜରେ ଏଲ୍‌ଏଲ୍‌ବି କରିବା ସହିତ ୪୨ ମୌଜା ନିକଟରେ ନୂଆ କରି ଖୋଲିଥିବା ସୁଦର୍ଶନ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲି। ଏହା ହେଉଛି ୧୯୮୪ ମସିହାର କଥା। ସେତେବେଳେ ଏହି କଲେଜଟି ମ୍ୟାନେଜ୍‌ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ତା’ଛଡ଼ା ନୂଆ କରି ଖୋଲିଥିବାରୁ ଦରମା ବି ମିଳୁ ନ ଥିଲା। ପ୍ରାୟ ୪/୫ ବର୍ଷ ବିନା ପାରିଶ୍ରମିକରେ ଅଧ୍ୟାପନା କରିବା ପରେ ମ୍ୟାନେଜ୍‌ମେଣ୍ଟ ତରଫରୁ ମୋତେ ପ୍ରଥମ କରି ହଜାରେ ଟଙ୍କା ଦରମା ମିଳିଲା। ବାପାମା’ଙ୍କର ୫ଟି ସନ୍ତାନ ମଧ୍ୟରୁ ମୁଁ ଥିଲି ୨ୟ ସନ୍ତାନ। ତା’ଛଡ଼ା ବାପା ଫରେଷ୍ଟ ଡିପାର୍ଟମେଣ୍ଟରେ ଚାକିରି କରୁଥିଲେ। ତେଣୁ ଘରେ ମୋ ଦରମାର କୌଣସି ଆବଶ୍ୟକତା ନ ଥିଲା। ସେଥିପାଇଁ ମୁଁ ମୋ ଦରମା ଟଙ୍କାକୁ ଗରିବ ଛାତ୍ରୀଛାତ୍ରଙ୍କ ବହିକିଣାରେ ଖର୍ଚ୍ଚ କରିଥିଲି। ଏହି ଧାରା ମୋର ସେହି ଗୋଟିଏ ମାସ ଦରମାରେ ସୀମିତ ରହିଲାନି, ପ୍ରାୟ ସବୁବେଳେ ଚାଲିଲା। କହିବାକୁ ଗଲେ ଟଙ୍କା ପଇସା ପ୍ରତି ମୋର ଦୁର୍ବଳତା କେବେ ନ ଥିଲା କି ଏବେ ବି ନାହିଁ। ଯେତେବେଳେ କୌଣସି ଗରିବ ପିଲାଟିକୁ ବହିଖାତା କିଣି ନ ପାରିବା କିମ୍ବା ପରୀକ୍ଷା ଫି’ନ ଦେଇ ପାରିବାର ଦେଖେ, ସେତେବେଳେ ମୁଁ ମୋ ସାଧ୍ୟ ମତେ ତାକୁ ସାହାଯ୍ୟ କରିବାକୁ ଚେଷ୍ଟା କରେ। ସେହିପରି କେଉଁ ଛାତ୍ରୀଛାତ୍ରଙ୍କର ଚପଲ ନ ଥିଲେ ନୂଆ ଚପଲ କିଣିଦିଏ, ପାଠ ଠିକ୍‌ରେ ବୁଝି ପାରୁ ନ ଥିଲେ ପିଲାଙ୍କୁ ଏକ୍ସଟ୍ରା କ୍ଲାସ୍‌ କରି ସେମାନଙ୍କୁ ସହଜ ଭାବେ ବୁଝାଇବାକୁ ଚେଷ୍ଟା କରେ। ଅନ୍ୟପକ୍ଷେ ଗରିବ ମେଧାବୀ ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ଶିକ୍ଷାଦାନ କରି ସମାଜରେ ପ୍ରତିଷ୍ଠା କରାଇବାକୁ ମୁଁ ପ୍ରାଣପଣେ ଚେଷ୍ଟା କରିଥାଏ। ଏହିପରି ଭାବେ ଅଧ୍ୟାପନା କରିବା ସଙ୍ଗେସଙ୍ଗେ ୧୯୮୬ରେ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ୍‌ ଅଫିସର୍‌ ଭାବେ ଦାୟିତ୍ୱ ତୁଲାଇବା ଆରମ୍ଭ କଲି। ଯଦ୍ଦ୍ବାରା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନ ବିଶେଷ କରି ଗ୍ରାମାଞ୍ଚଳଗୁଡ଼ିକରେ ରକ୍ତଦାନ ଶିବିରର ଆୟୋଜନ କରିବା, ଗରିବ ଲୋକଙ୍କ ପାଇଁ ଅସମୟରେ ରକ୍ତ ଯୋଗାଇବା, ମେଡିକାଲ୍‌ ନେବା, ରୋଟାରୀ ଓ ଲାୟନ୍ସ କ୍ଲବର ସହବନ୍ଧିତାରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି ମାଗଣାରେ ଚିକିତ୍ସା ଯୋଗାଇବା, ମେଡିକାଲ୍‌ କ୍ୟାମ୍ପ ଆୟୋଜନ କରିବା, ବୃକ୍ଷରୋପଣ ପ୍ରତି ସଚେତନତା ସୃଷ୍ଟି କରିବା, ଖରାଦିନେ ଜଳଛତ୍ର ଖୋଲି ପାଣି ବଣ୍ଟନ କରିବା ଇତ୍ୟାଦି କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲି। ଅଧ୍ୟାପନା ସହିତ ସମାଜସେବା ହେଉଥିବାରୁ ମୋତେ ଖୁବ୍‌ ଆତ୍ମଶାନ୍ତି ମିଳୁଥିଲା। ୧୯୯୬ରେ ସୁଦର୍ଶନ କଲେଜକୁ ସରକାରୀ ମାନ୍ୟତା ମିଳିଲା ଆଉ ୧୯୯୭ରେ ମୋ ବାହାଘର ହେଲା। ୟା’ ଭିତରେ ଅନେକ ବର୍ଷ ବିତିଗଲାଣି। ମୁଁ ଚାକିରିରୁ ଅବସର ମଧ୍ୟ ନେଇସାରିଲିଣି। ହେଲେ ମୋର ଶିକ୍ଷାଦାନ ଆଉ ସମାଜସେବା ସେମିତି ଚାଲିଛି। ମଝିରେ ମଝିରେ ସୁଦର୍ଶନ କଲେଜକୁ ଅତିଥି ଅଧ୍ୟାପକ ଭାବେ ଆମନ୍ତ୍ରିତ ହୋଇ ଛାତ୍ରୀଛାତ୍ରଙ୍କର ଚରିତ୍ର ଗଠନ ପ୍ରତି ଧ୍ୟାନ ଦେଉଛି। ତା’ଛଡ଼ା ଓଡ଼ିଶା ରେଡକ୍ରସ୍‌ ସୋସାଇଟିର ମୁଁ ଜଣେ ଆଜୀବନ ସଦସ୍ୟ। ସେହିପରି ଓଡିଶା ସ୍ବେଚ୍ଛାକୃତ ରକ୍ତଦାତା ସଂଘର ସଭାପତି, ଲାୟନ୍ସ କ୍ଲବ କଟକ ବାରବାଟିର ସମ୍ପାଦକ ଓ ସଭାପତି, କଟକ ସଦର ଉଠାଜଳସେଚନ ପାଣିପଞ୍ଚାୟତ ମହାସଂଘର ସଭାପତି, କଟକ ୪୨ ମୌଜା ବିକାଶ ପରିଷଦର ସମ୍ପାଦକ ଦାୟିତ୍ୱ ମୁଁ ତୁଲାଇଛି। ଆଉ ଏବେ କଟକ ୪୨ ମୌଜା ବିକାଶ ପରିଷଦର ଉପଦେଷ୍ଟା ଏବଂ ଏରଞ୍ଚ ମା’ଦକ୍ଷିଣେଶ୍ୱରୀ ପାଣିପଞ୍ଚାୟତର ସଭାପତି ଭାବେ ମୁଁ ନିଜର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରୁଛି। ଏ ନେଇ ମୋତେ ଅନେକ ସମ୍ମାନଜନକ ପୁରସ୍କାର ମଧ୍ୟ ମିଳିଛି। ବିଶେଷକରି ୨୦୧୫ରୁ ୨୦୧୮ ମସିହା ଭିତରେ ପୁନର୍ବାର ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ୍‌ ଅଫିସର୍‌ ଭାବେ ଅବସ୍ଥାପିତ ହୋଇ ପୋଷ୍ୟଗ୍ରାମ ଡିହସାହି, ବହଳପଡା, ୪୨ ମୌଜାଠାରେ ୭ ଦିନିଆ ୨ଟି ସ୍ବତନ୍ତ୍ର ଶିବିର ଆୟୋଜନ କରି ଉକ୍ତ ସାହିର ସାମଗ୍ରିକ ବିକାଶ ପାଇଁ ସ୍ବେଚ୍ଛାସେବୀଙ୍କ ସହଯୋଗରେ ସଫଳତା ହାସଲ କରିଥିବାରୁ ନିକଟରେ ମୋତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଭୁବନେଶ୍ୱରର ୩୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶ୍ରେଷ୍ଠ ପ୍ରୋଗ୍ରାମ୍‌ ଅଫିସର୍‌ ଭାବେ ପୁରସ୍କୃତ କରାଯାଇଛି। ଏସବୁ ବ୍ୟତୀତ ଆବଶ୍ୟକ ଅନୁଯାୟୀ ୟା’ ଭିତରେ ୧୨୬ ଜଣଙ୍କର ଶବସଂସ୍କାର କରିବାରେ ମୁଁ ସାହାଯ୍ୟ ସହଯୋଗ କରିଆସିଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?