Posted inଫୁରସତ

ସମାଜ ପାଇଁ ଉଦାହରଣ: ମାଗଣାରେ ଟ୍ରେନିଂ ଦେଇ ଶିକ୍ଷାର୍ଥୀଙ୍କୁ ସ୍ବାବଲମ୍ବୀ କରୁଥିବା ମଣିଷ

ସମାଜରେ ଏମିତି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଜସ୍ବ ଉଦ୍ୟମରେ କିଛି ନିଆରା କାର୍ଯ୍ୟ କରିଥାନ୍ତି। ଦିନେ କି ଦୁଇଦିନ ନୁହେଁ, ଅନେକ ଦିନଧରି ଚାଲୁ ରଖିଥାଆନ୍ତି କେତେକ ଗଠନମୂଳକ ସାମାଜିକ କାର୍ଯ୍ୟ। ଏଥିପାଇଁ କାହାରିକୁ କେବେ କିଛି ପାରିଶ୍ରମିକ ଦେବାକୁ ପଡ଼େନାହିଁ। ବରଂ ଏମାନଙ୍କଠାରୁ ମାଗଣାରେ ଟ୍ରେନିଂ ନେଉଥିବା ଶିକ୍ଷାର୍ଥୀମାନଙ୍କୁ ମିଳିପାରେ ରୋଜଗାର ପନ୍ଥା କିମ୍ବା ନିଯୁକ୍ତି ପାଇଁ ସୁଯୋଗ। ଏଥିପାଇଁ ସହଯୋଗର ହାତ ବଢ଼ାଇଥିବା ସେମିତି କେତେଜଣ ବ୍ୟକ୍ତିଙ୍କ ସମ୍ପର୍କରେ…।

ଗୋପୀନାଥଙ୍କ ସଂକଳ୍ପ: ସେଦିନ ଖେଳପଡ଼ିଆରେ ମୋ ପୁଅର ଆକସ୍ମିକ ବିୟୋଗ ଘଟିଲା। ସେହି ଦୁଃଖ ମୋ ମନରେ ସବୁବେଳେ ଉଙ୍କିମାରୁଛି, କେବେ ବି ଭୁଲିପାରୁନାହିଁ । ମାତ୍ର ତା’ ପରିବର୍ତ୍ତେ କିପରି ହଜାର ହଜାର ପିଲାଙ୍କ ଶାରୀରିକ ଦକ୍ଷତା ବଢ଼ାଇ ସେମାନଙ୍କ ଭିତରେ ତାକୁ ଅନୁଭବ କରିପାରିବି। ସେଥିପାଇଁ ସେଦିନ ଠାରୁ ସଙ୍କଳ୍ପ କରି ଆଜକୁ ପ୍ରାୟ ଦୀର୍ଘ ୨୦ ବର୍ଷଧରି ମୋ ସାଧନା ଚାଲିଛି। ଏହା କୌଣସି ଚଳଚ୍ଚିତ୍ର କି ଯାତ୍ରା ନାଟକର ସଂଳାପ ନୁହେଁ । ଏକମାତ୍ର ପୁତ୍ରକୁ ହରାଇଥିବାର ଦୁଃଖରେ ଅଙ୍ଗେନିଭା କଥାକୁ ବାଷ୍ପରୁଦ୍ଧ କଣ୍ଠରେ କୁହନ୍ତି ଜଣେ ପିତା। ସେ ହେଲେ ଗୋପୀନାଥ ସେଠୀ। ଜନ୍ମ ତା୪.୧୧.୧୯୫୪ରେ। ପିତା ପନ୍ଦାରି ସେଠୀ, ମା ନିଶାମଣି। ଘର କଟକ ଜିଲା ବଡ଼ମ୍ବା ବ୍ଳକ ଅଧୀନ ମଙ୍ଗରାଜପୁର ଗ୍ରାମରେ। ଗୋପୀନାଥ ଗାଁ ସ୍କୁଲରେ ଅଣ୍ଡରମାଟ୍ରିକ୍‌ ଯାଏ ପଢିଲେ। ତା’ପରେ ରାଜ୍ୟ ସରକାରଙ୍କ ଅର୍ଥନୈତିକ ବିଭାଗରେ ଜଣେ ତଳସ୍ତର କର୍ମଚାରୀ ଭାବେ ନିଯୁକ୍ତି ପାଇଲେ। ମାତ୍ର ନିଜର ଦୃଢ଼ ମନୋବଳ ତାଙ୍କୁ ଜଣେ ନିଆରା ମଣିଷ ଭାବେ ପରିଚିତ କରାଇଛି। ସେ କୁହନ୍ତି, ଓଡ଼ିଶାର ଅନେକ ଝିଅ ପୁଅଙ୍କୁ ପୋଲିସ କି ସେନାବାହିନୀରେ ଦକ୍ଷ କରାଇବା ପାଇଁ ୨୦୦୨ ମସିହାରୁ ଚାକିରି ଆଶାୟୀ ଯୁବକ ଯୁବତୀମାନଙ୍କୁ ୫ ହଜାର ମିଟର ଦୌଡ଼, ୧୬ ମିଟର ଦୌଡ଼, ଲଙ୍ଗଜମ୍ପ୍‌, ହାଇଜମ୍ପ୍‌, ଦଉଡ଼ି ଡ଼ିଆଁ, ବାଲିବସ୍ତା ବୋହିବା, ସାଇକେଲିଂ ଆଦି ବିଭିନ୍ନ ବ୍ୟାୟାମ ଓ ଶାରୀରିକ ଶକ୍ତି ଏବଂ ସାମର୍ଥ୍ୟ ବୃଦ୍ଧି ନେଇ ବିନା ମୂଲ୍ୟରେ ତାଲିମ ପ୍ରଦାନ କରିଥାଏ। ଏଯାଏ ପ୍ରାୟ ୩୫୦୦ ପିଲା ସିଆରପିଏଫ, ଆର୍ମି, ସୀମା ସୁରକ୍ଷା ବଳ, ତିବ୍ବତ ଗାର୍ଡ଼, କମିଶନରେଟ ପୋଲିସ, ଜିଲା ପୋଲିସ, ଅଗ୍ନିଶମ, ଅବକାରୀ ବିଭାଗରେ ଇନ୍ସପେକ୍ଟର, ସବ୍‌ଇନ୍ସପେକ୍ଟର, କନଷ୍ଟେବଳ, ରେଳବାଇ, ଗ୍ରୁପ-ଡି ଆଦିରେ ନିଯୁକ୍ତି ପାଇ ସାରିଲେଣି। ପ୍ରତିଦିନ ସକାଳୁ ସକାଳୁ ରାଜଧାନୀର ନିକୋପାର୍କ ଏବଂ ରୋଡ଼କଡ଼ ଉପରେ ଏପରି କ୍ରୀଡ଼ା ଦକ୍ଷତାକୁ ଅଭ୍ୟାସ କରିଥାଏ। ଏଥିରେ ବିଭିନ୍ନ ଅଞ୍ଚଳର ପିଲାମାନେ ଯୋଗଦେଇ ତାଲିମ ପାଇଥାଆନ୍ତି। ଅନ୍ୟପକ୍ଷେ ମୋତେ ବାହାର ରାଜ୍ୟରେ ଦାୈଡ଼ ପାଇଁ ଏକାଧିକ ପୁରସ୍କାର ପ୍ରମାଣପତ୍ର ମିଳିଛି। ତାମିଲନାଡ଼ୁ, ପଣ୍ଡିଚେରି, କୋହିମା, କଲିକତା, ଆନ୍ଧ୍ର ଆଦି ଅନେକ ରାଜ୍ୟରେ ନିଜର ପାରିଦର୍ଶିତା ଦେଖାଇଛନ୍ତି ସେ। ସମ୍ପୂର୍ଣ୍ଣ ମାଗଣାରେ ଏମିତି ଜଣେ ବ୍ୟକ୍ତି ଦୀର୍ଘ ୨୦ବର୍ଷ ଧରି ନିଃସ୍ବାର୍ଥପର ଭାବେ ନିଯୁକ୍ତି ଆଶାୟୀଙ୍କୁ ବିଭିନ୍ନ ସମୟରେ ତାଲିମ ଦେଇ ଦକ୍ଷ କରାଇବାରେ ସେ ଆଦର୍ଶ ମଣିଷ ପାଲଟିଛନ୍ତି।
ଗୋବିନ୍ଦଙ୍କ ଉଦ୍ୟମ: ଆମ ଦେଶ ଏକ କୃଷିପ୍ରଧାନ ଦେଶ। ଚାଷ କାର୍ଯ୍ୟ ପ୍ରତି ଅଧିକ ମାତ୍ରାରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ମାଗଣାରେ ଦୁଇ ଭାଇ ଜୈବିକ କୃଷିର ଉପକାରିତା ଓ ଲାଭ ସମ୍ପର୍କରେ ଅନ୍ୟ ଚାଷୀମାନଙ୍କୁ ତାଲିମ ଦେଇଥାଆନ୍ତି । ଏପରିକି ଏମାନେ ନିଜର ଚାଷକାର୍ଯ୍ୟରୁ ବେଶ ଉପକୃତ ହୋଇ ପରିବାର ଚଳାଇ ପାରୁଛନ୍ତି। ଉଦ୍ୟାନ କୃଷି ସହିତ ଚାଷଜମିରେ ଜୈବିକ ଉପାୟରେ ଧାନ, ମାଣ୍ଡିଆ, ମକା, କାନ୍ଦୁଲ ଆଦି ଫସଲ କରିଥାଆନ୍ତି। ନିଜର କୃଷିଫାର୍ମରେ ବିଭିନ୍ନ କିସମର ଆମ୍ବଗଛ, ଲେମ୍ବୁ, ପିଜୁଳି ଆଦି ବିଭିନ୍ନ ଫଳଗଛର ଚାରା ପ୍ରସ୍ତୁତ କରିଥାଆନ୍ତି। ଏମାନେ ହେଲେ କୋରାପୁଟ ଜିଲା ଆଦିବାସୀ ଅଧ୍ୟୁଷିତ ଲକ୍ଷ୍ମୀପୁର ବ୍ଲକ ମାରବାଇଗୁଡ଼ା ଗାଁର ଗୋବିନ୍ଦ ସାହୁ ଓ ତାଙ୍କ ଭାଇ ଶରତ ଚନ୍ଦ୍ର ସାହୁ। ନିଜର ଚାଷକାର୍ଯ୍ୟ ସହିତ ଗ୍ରାମର ଅନ୍ୟ କୃଷକମାନଙ୍କୁ ମାଗଣାରେ ଚାଷ ସମ୍ପର୍କରେ ତାଲିମ ଦେଇଥାଆନ୍ତି । ଚଳିତବର୍ଷ ତାଙ୍କ ଫାର୍ମର ଗୋଟଏ ଆମ୍ବଗଛରେ ୩ କିଲୋଗ୍ରାମ ଓଜନର ଆମ୍ବ ଫଳିଥିଲା। ଏହି ଘଟଣା ସାଧାରଣରେ ବେଶ୍‌ଚର୍ଚ୍ଚା ହୋଇଥିବା ବେଳେ ଅନ୍ୟ ଚାଷୀମାନଙ୍କୁ ଉକ୍ତ କ୍ଷେତ୍ର ପ୍ରତି ପ୍ରେରଣା ଯୋଗାଇଛି। ଆଦିବାସୀ ଚାଷୀମାନଙ୍କୁ ମାଗଣାରେ କୃଷି ଉପରେ ତାଲିମ ଦେବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବାର ପ୍ରୟାସ ଜାରି ରଖିଛନ୍ତି। ବାଲିଚରା ଜମିରେ କିପରି ଭଲ ଚାଷ ହୋଇପାରିବ, ସେକଥା ବି ସେ ତାଲିମ ଦେଇଥାଆନ୍ତି। ସ୍ଥାନୀୟ ଚାଷୀମାନଙ୍କୁ ଏକାଠିକରି ସେମାନଙ୍କୁ ଜୈବିକ ଓ ଆଧୁନିକ କୃଷିର ପ୍ରସାର ପାଇଁ ଏକ ସଂଘ ଗଠନ କରିଛନ୍ତି। ଏହି ସଂଘରେ ୮ଜଣ ପୁରୁଷ ଓ ମହିଳା ରହିଛନ୍ତି। ଏମାନେ ଶରତଙ୍କ ସମ୍ରାଟ୍‌ ନର୍ସରୀ ଉପରେ ନିର୍ଭର କରି ନିଜେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଏମାନେ ତାଲିମ ପାଇଥିବା ଚାଷଜ୍ଞାନକୁ ଉପଯୋଗ କରି ଅନ୍ୟମାନକୁ ବି ତାଲିମ ଦେଇଥାନ୍ତି। ବିଶେଷକରି ଘରବାରି ଆବର୍ଜନାରୁ ହିଁ ଏପରି ଜୈବିକ ସାର ପ୍ରସ୍ତୁତ କରିଥାଆନ୍ତି। ଏହାର ପ୍ରୟୋଗ ବିଷୟରେ ଚାଷୀଙ୍କୁ ମାଗଣାରେ ତାଲିମ ଦେଇଥାଆନ୍ତି ବୋଲି ସେ କୁହନ୍ତି। ମାରବାଇଗୁଡ଼ା ନିକଟସ୍ଥ ଗାଁର କେତେକ ଚାଷୀ ବେଶ ଉପକୃତ ହୋଇ ପାରିଛନ୍ତି। ଏଥିପାଇଁ ଗୋବିନ୍ଦ ଓ ଶରତଙ୍କୁ ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ କରାଯାଇଛି।

ଗୋପାଳଙ୍କ ସେବା: ସେବା ହିଁ ପରମ ଧର୍ମ। ଏହି ଉକ୍ତିକୁ ପାଥେୟ କରି ସେ ବିନା ପାରିଶ୍ରମିକରେ ଗାଁରେ ଲୋକମାନଙ୍କୁ ନିଆରା ଚିକିତ୍ସାସେବା ଯୋଗାଇ ଥାଆନ୍ତି। ସେ ହେଲେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ ବାଇଗୁଣିଆ ଗ୍ରାମପଞ୍ଚାୟତ ବୋରଗାଁର ଗୋପାଳ ବାରିକ (୫୭)। ପିତାଙ୍କ ନାମ ଦାମ ବାରିକ, ମା’ ରୂପେଇ ବାରିକ। ମାତ୍ର ସେ କୌଣସି ଡାକ୍ତରୀ ପାଠ ପଢ଼ିନାହାନ୍ତି। କେବଳ ନିକଟସ୍ଥ ଗାଁ ଜଙ୍ଗଲରୁ ସଂଗ୍ରହ କରିଆଣୁଥିବା ଚେରମୂଳି ଓଷଧ ସାହାଯ୍ୟରେ ଦେଶୀୟ ଚିକିତ୍ସା କରି ଲୋକଙ୍କ ଅର୍ଶ, ମଳକଣ୍ଟକ ଓ ଦାନ୍ତରୋଗ ଆଦି ଭଲ କରୁଛନ୍ତି। ଏଥିପାଇଁ ସେ ଗାଁରେ ପ୍ରିୟପାତ୍ର ହୋଇ ପାରିଛନ୍ତି। ସେ କୁହନ୍ତି, ଗାଁ ସ୍କୁଲରେ ୯ମ ଯାଏ ପଢ଼ିଥିଲି, ସେତିକିରେ ପଢା ବନ୍ଦହେଲା। କଟକରେ କୌଳିକ ବୃତ୍ତି କରୁଥିବା ବେଳେ ସେଠାରେ ରବି ମିଶ୍ର ଓ ଲକ୍ଷ୍ମଣ ମିଶ୍ରଙ୍କୁ ଗୁରୁକରି ତାଙ୍କଠାରୁ ବହିପତ୍ର ଆଣି ଏହି ଦେଶୀୟ ଚିକିତ୍ସା ଆରମ୍ଭ କରିଥିଲି। ସ୍ତ୍ରୀ, ୩ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ମୋ ପରିବାର। ଘର ଚଳିବାରେ ମୋର ବିଭିନ୍ନ କୌଳିକ ବୃତ୍ତି ରହିଛି। ମାତ୍ର ଏହି ଚିକିତ୍ସା କାର୍ଯ୍ୟ ଦୀର୍ଘ ୧୦ ବର୍ଷଧରି କରିଆସୁଛି। ଏଯାଏ ପ୍ରାୟ ୧୭ଶହ ରୋଗୀଙ୍କୁ ଚିକିତ୍ସା କରାଯାଇପାରିଛି। ବିନା ଅର୍ଥରେ ରୋଗୀଙ୍କ ସେବା କରୁଥିବାରୁ ଅପାର ଆନନ୍ଦ ମିଳିଥାଏ। ନିକଟସ୍ଥ ସାହାସପୁର ଜଙ୍ଗଲରୁ ଚେରମୂଳି ସଂଗ୍ରହ କରି ଔଷଧ ତିଆରି କରିଥାଏ। ବହୁ ଲୋକଙ୍କଠାରୁ ପ୍ରଶଂସା ମିଳୁଛି।

ସୁନିତାଙ୍କ ସାଧନା: ଓଡ଼ିଶାର ପାରମ୍ପରିକ ସମରକଳା ପାଇକ ଆଖଡ଼ା କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମର ସୁନିତା ବେହେରାଙ୍କ ପରିଚୟ ନିଆରା। ସୁନୀତା କୁହନ୍ତି- ସ୍କୁଲ ବୟସରୁ ସମରକଳା ପ୍ରତି ରୁଚି ଥିବାରୁ ଏହି କଳାକୁ ଶିଖିପାରିଥିଲି । ମାତ୍ର ସମରକଳା କୌଶଳର ନିତି ସାଧନା ମନରେ ସାହସ ଓ ଶାରୀରିକ ଦକ୍ଷତା ବୃଦ୍ଧି ପାଇଥାଏ, ମନଫୂର୍ତ୍ତି ରହେ। ପିଲାଟି ଦିନରୁ ଶ୍ରୀସତ୍ୟସାଇ ବାଲ୍‌ବିକାଶ କେନ୍ଦ୍ରରେ ସେବା ଓ ଆଧାତ୍ମିକ ଶିକ୍ଷା ପାଇଥିଲି। ପରେ କଲେଜରେ ଏନ୍‌ଏସ୍‌ଏସ୍‌ରେ ଯୋଗଦେଇ କିଛି ସାମାଜିକ କାର୍ଯ୍ୟ କରିପାରିଛି। ଏବେ ଇଞ୍ଜନିୟରିଂ ପଢା ସରିଛି। ଗାଁ ସ୍କୁଲ ପଡ଼ିଆରେ ମାଗଣାରେ ବାଳିକାମାନଙ୍କୁ ସମରକଳା ଓ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରିଥାଏ। ପ୍ରାୟ ଏକ ଦଶନ୍ଧି ଧରି ଏହି ସାଧନା ଚାଲିଛି। ଏମିତିରେ ବାଳିକା କଳିଙ୍ଗକନ୍ୟା ପାଇକ ଆଖଡ଼ା ଦଳ ଗଠନ ହୋଇପାରିଛି। ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଅବସରରେ ପାଇକ ବୀର ସହିଦମାନଙ୍କୁ ସ୍ମରଣକରି ନିଆରା ଢଙ୍ଗରେ ବୃକ୍ଷରୋପଣ କରିଥିଲୁ। ବାଣପୁରର ମା’ ଟିକିରେଇଙ୍କ ପୀଠରେ ୨ଶହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ବାହାର ରାଜ୍ୟରେ ଓଡ଼ିଶାର ପାରମ୍ପରିକ ସମରକଳା ପାଇକ ଆଖଡ଼ାକୁ ପ୍ରଦର୍ଶନ କରି ଏହି କଳାର ପ୍ରଚାର ପ୍ରସାର କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି ହୋଇପାରିଛି। ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ପାଇଁ ବିଶେଷ କରି ପ୍ରକୃତିବନ୍ଧୁ , ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ସରସ୍ବତୀ ରାୟ ଗୋଲ୍‌ଡ ମେଡଲ, ଏନ୍‌ଏସ୍‌ଏସ୍‌ରୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ସ୍ବେଚ୍ଛାସେବୀ ସମେତ ବିଭିନ୍ନ ସଂସ୍ଥାରୁ ଶତାଧିକ ପୁରସ୍କାର ମିଳିପାରିଛି।

ସରିତାଙ୍କ ପ୍ରଚେଷ୍ଟା: ସମାଜରେ ବଞ୍ଚତ୍ବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ କାଯର୍‌ୟ ଅନ୍ବେଷଣରେ କେତେକ ସ୍ଥାନ ଘୂରି ବୁଲିଥାଆନ୍ତି। ମାତ୍ର ଅସହାୟ ବ୍ୟକ୍ତିମାନେ ନିଜର ରୋଜଗାର ପାଇଁ ବହୁ ଅଭାବ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କିନ୍ତୁ ନିଜେ ରୋଜଗାର କରି ବଞ୍ଚିବା ସହିତ ଅନ୍ୟମାନଙ୍କ ପାଇଁ କିଛି ରୋଜଗାରର ବାଟ ଦେଖାଇଛନ୍ତି ଜଣେ ମହିଳା। ସେ ହେଲେ ସୁନ୍ଦରଗଡ଼ ଜିଲା କୁଆଁରାମୁଣ୍ଡା ବ୍ଲକ ନାଗରାବସ୍ତିର ସରିତା ପଟ୍ଟନାୟକ। ସେ କୁହନ୍ତି, ଗାଁର କେତେକ ନିରାଶ୍ରୟ ତଥା ଆର୍ଥିକ ଅନଟନ ମହିଳାଙ୍କୁ ସଙ୍ଗଠିତ କରି କିଛି ରୋଜଗାର କରିବାର ଉଦ୍ୟମ କରିଥିଲି। ପ୍ରଥମେ କାଗଜ ଠୁଙ୍ଗା ତିଆରି କରି ନିକଟସ୍ଥ କୁଆଁରମୁଣ୍ଡା ବେଦବ୍ୟାସ, ଏପରିକି ରାଉରକେଲା ବଜାରରେ ବିକ୍ରିକରି ବେଶ ଦୁଇ ପଇସା ରୋଜଗାର କରିପାରିଥିଲୁ। ସମୟକ୍ରମେ ଆଉ ପଛକୁ ନ ଚାହିଁ ନିଜର ରୋଜଗାର କ୍ଷେତ୍ରରେ ଅଗ୍ରସର ହୋଇପାରିଛୁ । ଏହି ବସ୍ତିର ପ୍ରାୟ ୩୫ ଜଣ ମହିଳା ଏକଜୁଟ ହୋଇ ହଳଦୀଗୁଣ୍ଡ, ଜିରା ପାଉଡର ଓ ଗରମ ମସଲା ଆଦି ସାମଗ୍ରୀ ତିଆରି କରି ସ୍ଥାନୀୟ ବୀରମିତ୍ରପୁର ଅଞ୍ଚଳର ହାଟ ବଜାରରେ ବିକ୍ରି କରି ପରିବାର ଚଳାଇ ପାରୁଛୁ। ଏଥିଯୋଗୁଁ ଅର୍ଥାଭାବକୁ ଅନେକ ମାତ୍ରାରେ ଦୂରେଇ ପାରିଛୁ। ଏପରି କାର୍ଯ୍ୟ ପ୍ରତି ଆଗ୍ରହୀଥିବା ଗରିବ ମହିଳାମାନଙ୍କୁ ମାଗଣାରେ ବିଭିନ୍ନ ଦ୍ରବ୍ୟ ତିଆରି କରିବା ପାଇଁ ଟ୍ରେନିଂ ଦେବାର ପ୍ରଚେଷ୍ଟା ଜାରି ରଖିଥାଏ।

ବିଜୟଙ୍କ ତ୍ୟାଗ: ଗାଁର ଲୋକମାନେ କିପରି ସୁସ୍ଥ, ନିରାମୟ ଏବଂ ସ୍ବାବଲମ୍ବୀ ହୋଇ ଚଳିପାରିବେ; ଏପରିକି ନିଯୁକ୍ତି ଆଶାୟୀ ଶିକ୍ଷିତ ଯୁବତୀ ଯୁବକ କିମ୍ବା ଗରିବ ମହିଳା ରୋଜଗାରକ୍ଷମ ହୋଇପାରିବେ, ସେଥିପାଇଁ ସେ ମାଗଣା ଟ୍ରେନିଂର ବ୍ୟବସ୍ଥା କରିଥାଆନ୍ତି। ସେ ହେଲେ ବିଜୟ କୁମାର ପଣ୍ଡା, ବହୁମୁଖୀ ପ୍ରତିଭାର ଅଧିକାରୀ। ପିତା ବସନ୍ତ କୁମାର ପଣ୍ଡା ଓ ମାତା ବାସନ୍ତୀଲତା ପଣ୍ଡାଙ୍କ ସୁଯୋଗ୍ୟ ପୁତ୍ର । ଘର କଟକ ଜିଲା ନରସିଂହପୁର ବ୍ଲକ ନିଜିଗଡ଼ ନରସିଂହପୁର ଗ୍ରାମରେ। ସେ କୁହନ୍ତି, ଆମ ଅଞ୍ଚଳର ଅନେକ ଲୋକ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ ଆରୋଗ୍ୟ ନିମନ୍ତେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିଥିଲି। ଉତ୍କଳ କିଡ୍‌ନୀ ଫାଉଣ୍ଡେଶନ ସହଯୋଗରେ ଚମ୍ପେଶ୍ୱର ଠାରେ କିଡ୍‌ନୀ ରୋଗୀଙ୍କୁ ପ୍ରତି ରବିବାର ମାଗଣାରେ ଚିକିତ୍ସା ସୁବିଧାର ବ୍ୟବସ୍ଥା ହୋଇପାରିଛି। ସେହିପରି ନିଯୁକ୍ତି ଆଶାୟୀ ଶିକ୍ଷିତ ଯୁବତୀ ଯୁବକଙ୍କ ପାଇଁ ଏକଲବ୍ୟ ଟ୍ରେନିଂ କେନ୍ଦ୍ରରେ ମାଗଣାରେ ଶାରୀରିକ ଦକ୍ଷତା ଟ୍ରେନିଂ ପାଇ ସେନାବାହିନୀ, ପୋଲିସରେ ଚଳିତବର୍ଷ ଗାଁର ୧୩ଜଣ ନିଯୁକ୍ତି ପାଇଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫ଶହ ଗରିବ ମହିଳା ଓ ୫ଶହ ବେକାର ଯୁବତୀ ଯୁବକମାନଙ୍କୁ ଟେଲରିଂ, ମୋବାଇଲ ରିପେୟାରିଂ, ଓ୍ବେଲ୍‌ଡିଂ ଟ୍ରେନିଂର ବ୍ୟବସ୍ଥା କରାଯାଇଥିଲା। ପ୍ରତିବର୍ଷ ସ୍ଥାନୀୟ ଅଞ୍ଚଳର ସ୍କୁଲ ଓ କଲେଜରୁ ଉତ୍ତୀର୍ଣ୍ଣ ହେଉଥିବା ମେଧାବୀ ପିଲାଙ୍କୁ ଉତ୍ସାହିତ ନିମନ୍ତେ ମେଧାବୀ ସମ୍ମାନ ପ୍ରଦାନ କରାଯାଇଥାଏ। ମାଳଦ୍ୱୀପରେ ହୋଇଥିବା ବିଶ୍ୱ ଶାନ୍ତି ପଦଯାତ୍ରାରେ ଭାରତରୁ ପ୍ରତିନିଧିତ୍ୱ କରିବା ସହ ବିଶ୍ୱ ଯୁବଶାନ୍ତି ରାଷ୍ଟ୍ରଦୂତ ସମ୍ମାନରେ ସମ୍ମାନିତ ହୋଇପାରିଛି। ତେବେ କିପରି ଗାଁର ସମସ୍ତବର୍ଗର ବ୍ୟକ୍ତିଙ୍କ ବିକାଶ ହୋଇପାରିବ, ସେଥିପାଇଁ ପ୍ରୟାସ ଜାରି ରହିଛି।

– ବନବିହାରୀ ବେହେରା
ଅନନ୍ତ ନାୟକ, ମହେନ୍ଦ୍ର ସାହୁ, ଶୁଭେନ୍ଦ୍ର କୁମାର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri