ଛାତ୍ରୀଛାତ୍ରଙ୍କୁ ଜ୍ଞାନ ବାଣ୍ଟିଲେ ଜିଲାପାଳ, ଏସ୍‌ପି

ଛତ୍ରପୁର,୨ା୯(ଡି.ଏନ.ଏ.)-କଲେଜ ଛାତ୍ରୀଛାତ୍ର ସେମାନଙ୍କର କ୍ୟାରିୟର ଗଢ଼ିବା ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିଙ୍କଠାରୁ ଯେଭଳି ଜ୍ଞାନ ଆହରଣ କରିପାରିବେ ସେଥିପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉପାୟ ଅବଲମ୍ବନ କରାଯାଇଛି ା ଏହି ପରିପ୍ରେକ୍ଷୀରେ ରବିବାର ଗଞ୍ଜାମ ନଲେଜ୍‌ ହବ୍‌ର ଶୁଭାରମ୍ଭ ହୋଇଛି। ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ ଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆଇଏଏସ ଓ ଆଇପିଏସ ଅଫିସର ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜ୍ଞାନ ପ୍ରଦାନ କରିଥିଲେ ା ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ତଥା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ୨୦୦୯ ଆଇପିଏସ୍‌ ଅଫିସର ତଥା ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଓ ୨୦୧୬ ବ୍ୟାଚ୍‌ର ଆଇଏଏସ ଅଫିସର ତଥା ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତାତ୍ରେୟ ଭାଉସାହେବ ଉପସ୍ଥିତ ଥିଲେ ା ଜିଲାପାଳ ତାଙ୍କ କ୍ୟାରିୟର ଓ ଚାକିରି ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ କହିଥିଲେ। କିଭଳି ସେ ପ୍ରଥମେ ପ୍ରାଥମିକ ଶିକ୍ଷକ ଭାବେ ଚାକିରି ଆରମ୍ଭ କରି ପରେ ସେଲ୍ସ ଟ୍ୟାକ୍ସ ଅଫିସର, ତହସିଲଦାର, ଆସିଷ୍ଟାଣ୍ଟ ସେଲ୍ସ ଟ୍ୟାକ୍ସ କମିଶନର ଏବଂ ବର୍ତ୍ତମାନ ଜିଲାପାଳ ଭାବେ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ ା ନିଜର ପାରିବାରିକ ସ୍ଥିତିକୁ ନ ଦେଖି କଠିନ ପରିଶ୍ରମ କରି ଆଗେଇଲେ ସମାଜରେ ନିଜର ସଫଳତା ପ୍ରଦର୍ଶନ କରିହେବ ବୋଲି ଜିଲାପାଳ କହିଥିଲେ ା ଏସ୍‌ପି ରଏ ତାଙ୍କ ନିର୍ଦ୍ଧିିଷ୍ଟ ଲକ୍ଷ୍ୟ ରଖି ସଫଳତା ପାଇଁ ଆଗେଇ ଚାଲିବାକୁ ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ ପରାମର୍ଶ ଦେଇଥିଲେ ା ଡିଆରଡିଏ ପିଡି ସ୍ବାଇଁ ୫-ଟି ଉପରେ ବିସ୍ତୃତ ଭାବେ ଛାତ୍ରୀ ଛାତ୍ରଙ୍କୁ ବୁଝାଇବା ସହ ଏହାଦ୍ୱାରା ସଫଳତା ଆପେ ଆପେ ଆସିବ ବୋଲି କହିଥିଲେ ା ଛାତ୍ରୀଛାତ୍ର ମାନେ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଆଗକୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅଜର୍ନ କରିଥିବା ବ୍ୟକ୍ତିଙ୍କୁ ଡକାଯାଇ ଛାତ୍ରୀଛାତ୍ରଙ୍କୁ ଜ୍ଞାନ ଆହରଣର ସୁଯୋଗ ଦିଆଯିବ ବୋଲି ସୂଚନା ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

୫ ମହାନଗର ନିଗମ ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର

ଭୁବନେଶ୍ୱର,୩୦।୩(ବ୍ୟୁରୋ): ରାଜ୍ୟର ୫ ମହାନଗର ନିଗମରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ମିଳିବ। ଓଡ଼ିଶା ମହାନଗର ନିଗମ ଅଧିନିୟମ, ୨୦୦୩ରେ ସଂଶୋଧନ କରାଯାଇ ମହାନଗର...

ସରିଲା ରାଜାଙ୍କ ରିମାଣ୍ଡ ଅବଧି: ମିଳିଲାନି ନୂଆ ତଥ୍ୟ

ଜଗତ୍‌ସିଂହପୁର ଅଫିସ,୨୬ା୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ତଥା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାଙ୍କୁ ବିରିଡ଼ି ପୋଲିସ...

ଭୁବନେଶ୍ୱର ଟେକ୍‌ ମହିନ୍ଦ୍ରା ଅଫିସ୍‌ ସିଲ୍‌: ୨୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର, ୭।୭(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଥିବା ସଫ୍ଟଓ୍ବେର କମ୍ପାନୀ ଟେକ ମହିନ୍ଦ୍ରା ଅଫିସକୁ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। ୩ ଦିନ...

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ: ଜେଲ ଗଲେ ଓଏପିଏଫ୍‌ କନ୍‌ଷ୍ଟେବଳ

ବ୍ରହ୍ମପୁର ଅଫିସ,୯ା୧୨-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ବଳପୂର୍ବକ ଗର୍ଭପାତ କରାଇବା ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ଓଏପିଏଫ କନ୍‌ଷ୍ଟେବଳଙ୍କୁ ବ୍ରହ୍ମପୁର ମହିଳା...

ସବ୍‌ସିଡି ନାଁରେ ୬ କୋଟି ଠକେଇ

ଭୁବନେଶ୍ୱର,୩।୯(ବ୍ୟୁରୋ): ଚାଷୀଙ୍କ ନାଁରେ ସବ୍‌ସିଡି ଉଠାଇ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧି ଶାଖା(ଇଓଡବ୍ଲ୍ୟୁ)...

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଖବରଦାତାମାନଙ୍କୁ ବାରମ୍ବାର ଆକ୍ରମଣ ଓ ଦୁର୍ବ୍ୟବହାର କରାଯାଉଛି। ଏ ନେଇ ଦୃଢ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ସୋମବାର କଳିଙ୍ଗ...

ଗଞ୍ଜାମ ଜିଲାପାଳଙ୍କ ତଦାରଖ: ୮ରେ ଉଦ୍‌ଘାଟନ ହେବ କୋର୍ଟ କୋଠା

ହିଞ୍ଜିଳିକାଟୁ,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ନୂତନ ଜେଏମ୍‌ଏଫ୍‌ସି କୋର୍ଟ କୋଠା ଆସନ୍ତା ମଙ୍ଗଳବାର (୮ ଡିସେମ୍ବର) ସନ୍ଧ୍ୟା ୫ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ ହେବ।...

ଋଷିକୁଲ୍ୟା, ବଡନଦୀରେ ପ୍ରଥମ ବନ୍ୟାଜଳ

ଆସିକା,୭।୮(ଡି.ଏନ୍‌.ଏ.)- ଗତ ସୋମବାର ଠାରୁ ଆସିକା ତଥା ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି ା ବୁଧବାର ମଧ୍ୟାହ୍ନରେ ଆସିକାର ଉଭୟ...

Advertisement
Archives

Model This Week