ଛାତ୍ରୀଛାତ୍ରଙ୍କୁ ଗାଳିଗୁଲଜ, ବଦଳିଲେ ୩ ଶିକ୍ଷକ

ବାଲିଗୁଡା,୫ା୮(ଡି.ଏନ୍‌.ଏ.): ଜଣେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ନିଶାସକ୍ତ ଅବସ୍ଥାରେ ଆସି ପାଠ ପଢିବାକୁ ଆସିଥିବା ଛାତ୍ରୀଛାତ୍ରଙ୍କୁ ଗାଳିଗୁଲଜ କରିବା ମହଙ୍ଗା ପଡିଛି। ବିଭାଗୀୟ ତଦନ୍ତ ପରେ ସମ୍ପୃକ୍ତ ଶିକ୍ଷକଙ୍କ ସମେତ ଅନ୍ୟ ୨ ଶିକ୍ଷକଙ୍କୁ ବଦଳି କରାଯାଇଛି। ପ୍ରକାଶ ଯେ, ତୁମୁଡିବନ୍ଧ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଋଷି କୁମାର ନାୟକ ଶନିବାର ବିଦ୍ୟାଳୟକୁ ଆସି ଛାତ୍ରୀଛାତ୍ରଙ୍କୁ ଗାଳିଗୁଲଜ କରିଥିଲେ। ଖବର ପାଇବା ପରେ ତୁମୁଡିବନ୍ଧ ବିଇଓ ଉଦ୍ଧବ ଚରଣ ନାୟକଙ୍କ ସହିତ ୩ଜଣ ଏବିଇଓ ବିଦ୍ୟାଳୟରେ ପହଞ୍ଚତ୍ଥିଲେ। ତଦନ୍ତ ପରେ ଋଷିଙ୍କ ସମେତ ଅନ୍ୟ ୨ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ଚିତ୍ତରଞ୍ଜନ ପ୍ରଧାନଙ୍କ ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣାପଡିଥିଲା। ସେମାନଙ୍କୁ ବଦଳି କରିଛନ୍ତି ତୁମୁଡିବନ୍ଧ ବିଇଓ। ଚିଠି ନଂ.୧୦୪୫/୨ା୮ା୨୦୧୯ ପ୍ରକାରେ ଏହି ନିର୍ଦ୍ଦେଶ ଆସିଛି। ଋଷିଙ୍କୁ ଦାନୁଙ୍ଗିଆ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ ଦାନୁଙ୍ଗିଆର ଶିକ୍ଷକ ସୀମାଞ୍ଚଳ ନାୟକଙ୍କୁ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରି ଅଣାଯାଇଛି। ପ୍ରଫୁଲ୍ଲଙ୍କୁ ପଡିକିଆ କଲୋନୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଅଳକା କୁମାରୀ ନାୟକଙ୍କୁ ଓ ଚିତ୍ତରଞ୍ଜନ ପ୍ରଧାନଙ୍କୁ ଆଠବାଡ଼ି ବିଦ୍ୟାଳୟକୁ ବଦଳି କରାଯାଇଥିବାବେଳେ ତାଙ୍କସ୍ଥାନରେ ଶିକ୍ଷକ ବିମ୍ବାଧର ସାହୁଙ୍କୁ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରି ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଡିଏସ୍‌ ସାମଗ୍ରୀ ବଣ୍ଟନବେଳେ ଗହଳି

ଦାରିଙ୍ଗବାଡ଼ି,୬।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ବ୍ଲକ ପ୍ରଶାସନ ପକ୍ଷରୁ ବଣ୍ଟନ ସ୍ଥାନରେ ଗୋଲେଇ କରାଯିବା ସହ ଉକ୍ତ ଗୋଲେଇ ମଧ୍ୟରେ...

ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

କ.ନୂଆଗଁ।,୧ା୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗଁ। ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଟାଙ୍ଗିଆରେ ହାଣି ମା’ଙ୍କୁ ହତ୍ୟା...

ଦାରିଙ୍ଗବାଡ଼ିରେ ଶୀତ କମିଲା: ତାପମାତ୍ରା ୧୨ ଡିଗ୍ରୀ, ଘନ କୁହୁଡ଼ି

ଦାରିଙ୍ଗବାଡ଼ି,୨୦।୧୧(ଡି.ଏନ୍‌.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଗତ ୩ ଦିନ ହେଲା ତାପମାତ୍ରା ୯.୫ରୁ ବୃଦ୍ଧି ପାଇ ୧୨ ଡିଗ୍ରୀରେ ରହିଛି। ଫଳରେ ଶୀତ...

ଫିରିଙ୍ଗିଆରେ ଯବାନ-ମାଓବାଦୀ ଗୁଳି ବିିନିମୟ: ଖସି ଗଲେ ମାଓବାଦୀ ନେତା ମମତା, ସୁକ୍ରୁ, ବଣ୍ଟି

ଫୁଲବାଣୀ ଅଫିସ, ୨୦ା୧- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି। ଅଡନସୁଗା, ସାଉଲପଡା-ଲଦାପଦର ରାସ୍ତା ଓଡାବାଲି ଜଙ୍ଗଲରେ ଏସ୍‌ଓଜି ଯବାନ...

ଶହୀଦ ମେମୋରିଆଲ କ୍ରିକେଟ: ଫିରିଙ୍ଗିଆ, ରାଇକିଆ ବିଜୟୀ

ଫୁଲବାଣୀ ଅଫିସ,୩ା୧- ଫୁଲବାଣୀ ମାଦିକୁନ୍ଦାସ୍ଥିତ ରିଜର୍ଭ ପୋଲିସ ପଡିଆରେ ଶହୀଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏସ୍‌ପି ପ୍ରତୀକ ଗୀତା ସିଂ ମୁଖ୍ୟଅତିଥି ଭାବେ...

ସିମନବାଡ଼ିରେ ପାଳନ ହେଲା ଦଶହରା

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଭାଇଚାରାରେ ପାଳନହେଲା ଦଶହରା ପର୍ବ ା ମା’ଦୁର୍ଗାଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି...

ନୂତନ ଶ୍ରମ ଆଇନକୁ ଆଇଏନ୍‌ଟିୟୁସିର ବିରୋଧ

ଫୁଲବାଣୀ ଅଫିସ,୨୩ା୫- କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ପରିବର୍ତ୍ତନ ନିଷ୍ପତ୍ତିକୁ ବିରୋଧ କରି ଶୁକ୍ରବାର ସାରା ଦେଶରେ ଆଇଏନ୍‌ଟିୟୁସି ପକ୍ଷରୁ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।...

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ।, ୬।୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ପଞ୍ଚାୟତ ହାତୀମୁଣ୍ଡାର ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟ ଫାଟକରେ ବୁଧବାର ତାଲା ପକାଇ ଆନ୍ଦୋଳନ ଚଳାଇଛନ୍ତି ଛାତ୍ରୀଛାତ୍ର ଓ ଅଭିଭାବକ।...

Advertisement
Archives

Model This Week