ଛାତ୍ରୀଙ୍କ ମୃତ୍ୟୁ ନେଇ ଉତ୍ତେଜନା

କପ୍ତିପଦା,୩୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧିନସ୍ଥ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତା ଛାତ୍ରୀ ଜଣକ ହେଲେ ଦଓ୍ବୋନବାହାଳୀ ପଞ୍ଚାୟତ ବିଷ୍ଣୁଗାଁର ଉଦୟ ଶିଙ୍କୁଙ୍କ ଝିଅ ଦୁର୍ଗାଦେବୀ(୧୬)। ଦୁର୍ଗା ଉକ୍ତ ବିଦ୍ୟାଳୟର ଛାତ୍ରୀ ନିବାସରେ ରହି ୧୦ମ ଶ୍ରେଣୀରେ ପଢୁଥିଲେ। ସେ ସୁସ୍ଥ ଥିବାବେଳେ ଗୋଟିଏ ସପ୍ତାହ ତଳେ ଘରକୁ ଆସି ହଷ୍ଟେଲ ଯାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଝିଅ ଅସୁସ୍ଥ ଥିବାର ଦର୍ଶାଇ ତାଙ୍କ ପିତାଙ୍କ ନିକଟକୁ ଖବର ଦେବାରୁ ଉଦଳାରେ ପ୍ରାଥମିକ ଚିକିିତ୍ସା କରି କଟକ ପଠାଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ଏହାର ପ୍ରତିବାଦରେ କପ୍ତିପଦା- ଶରତ ରାସ୍ତାର ହଦଗୋଠ ଛକରେ ଅବରୋଧ କରିଛନ୍ତି। ଅଦ୍ୟାବଧି କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାବେଳେ ଉତ୍ତେଜନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବଦୀପଙ୍କୁ ମିସେସ୍‌ ଇଣ୍ଡିଆ ୱାର୍ଲ୍ଡ ମୁକୁଟ

ରାଜଗାଙ୍ଗପୁର,୨୮।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କାଂଶବାହାଲ ଅଞ୍ଚଳର ନବଦୀପ କୌର (୩୧) ମିସେସ୍‌ ଇଣ୍ଡିଆ ୱାଲର୍‌ଡ ମୁକୁଟ ଜିଣିଛନ୍ତି। ସେ ହେଉଛନ୍ତି ଶିଳ୍ପପତି କମଲଦୀପ ସିଂଙ୍କ...

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ଡେଇଁ ରୋଗୀ ମୃତ

ଢେଙ୍କାନାଳ ଅଫିସ, ୧୭।୫: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ଡେଇଁବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟୁନା ବେହେରା(୨୨)।...

ଶହୀଦ ସ୍ମୃତିିସ୍ତମ୍ଭ ଅବହେଳିତ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ସ୍ବାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ଶହୀଦ ସ୍ମୃତିସ୍ତମ୍ଭ ପ୍ରତିଷ୍ଠା ହୋଇଥିଲା। ୨୦୧୧...

ପେଟ ପାଇଁ ଜୀବନ ବିପଦମୁହାଁ

ମହାକାଳପଡ଼ା, ୧୮ା୧୦ (ଡି.ଏନ୍‌.ଏ.): ପାରାଦୀପ ବନ୍ଦରକୁ ଟ୍ରେନ୍‌ ଯୋଗେ କୋଇଲା ଆସିଥାଏ। ପରେ ଏହି କୋଇଲାକୁ ବିଦେଶକୁ ରପ୍ତାନି ହେଉଥିବା ଜାହାଜରେ ଭର୍ତ୍ତି ସମୟରେ ଗୁଣ୍ଡସବୁ...

ନବଙ୍କ ନାଁରେ ଗୋପାଳଙ୍କୁ ଭୟଭୀତ କରାଇଥିଲେ ମନୋଜ

ସମ୍ବଲପୁର,୨୯ା୭(ଶୁଭାଶିଷ ପାଢ଼ୀ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାକୁ ୬ ମାସ ବିତିଛି। ହେଲେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। କ୍ରାଇମ୍‌ବ୍ରାଞ୍ଚ...

ଜାତୀୟ ରାଜପଥରେ ଡିଭାଇଡର ଭଙ୍ଗାକୁ ନେଇ ବଢୁଛି ଅସନ୍ତୋଷ

କେନ୍ଦୁଝର,୨୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ୨୦ ନଂ ଜାତୀୟ ରାଜପଥ କଡରେ ଥିବା ଏକ ପେଟ୍ରୋଲ ପମ୍ପକୁ ଗାଡି ଚଳାଚଳ କରିବା...

୩ରେ ଗଣପର୍ବ ନୂଆଁଖାଇ: ଧାର୍ଯ୍ୟ ହେଲା ଲଗ୍ନ, ଇଷ୍ଟଦେବୀ ସମଲେଇଙ୍କୁ ଲଗ୍ନପତ୍ର ଅର୍ପଣ

ସମ୍ବଲପୁର, ୨୫।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଇଷ୍ଟଦେବୀ...

ଶିଶୁଙ୍କ ଜଳଖିଆରେ ପୋକ ଘଟଣା: ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ରୂପ୍‌ସା, ୧୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି। ଗତ ୭ତାରିଖରେ ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବା ଘଟଣାରେ...

Advertisement
Archives

Model This Week